କେନ୍ଦୁଝର/ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି ପଛରେ ଝାଡ଼ଖଣ୍ଡ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ପେସାଦାର ଓ ପୂର୍ବରୁ ଅନ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ସଂପୃକ୍ତ ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛନ୍ତି। କିଛି ଲୁଟେରାଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି, ଯାହାର ଫୁଟେଜ୍ ପୁଲିସ ହାତରେ ଲାଗିଛି।
Tensions: ଗ୍ରିନ୍ଲାଣ୍ଡକୁ ନେଇ ଉତ୍ତେଜନା ବଢ଼ିଲା
AI model will diagnose: ସ୍ବାସ୍ଥ୍ୟ ସମ୍ବାଦ: ରାତିକ ନିଦରୁ ରୋଗ ନିରୂପଣ କରିବ ଏଆଇ ମଡେଲ୍
ପୁଲିସ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣରେ ୬ ଜଣ ଲୁଟେରା ହେଲମେଟ୍, ମାସ୍କ ପିନ୍ଧି ବ୍ୟାଙ୍କରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପାଖରେ ବନ୍ଧୁକ ଥିଲା। କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କ୍ୟାସ୍ କାଉଣ୍ଟରରୁ ୪ ଲକ୍ଷ ୩୪ ହଜାର ଟଙ୍କା ଏବଂ ୬ କେଜି ସୁନାଗହଣା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣା ପରେ ପୁଲିସ ଝାଡ଼ଖଣ୍ଡ ସୀମାନ୍ତ ରାସ୍ତାରେ ନାକାବନ୍ଦୀ କରି ଯାଞ୍ଚ କରୁଛି। କେନ୍ଦୁଝର ପୁଲିସର ଦୁଇଜଣ ଅତିରିକ୍ତ ଏସ୍ପି, ତିନିଜଣ ଡିଏସ୍ପି, ୬ ଜଣ ଇନ୍ସ୍ପେକ୍ଟର ଓ ବଛାବଛା ଅଧିକାରୀଙ୍କୁ ନେଇ ୮ଟି ଟିମ୍ ଗଠନ କରାଯାଇଛି। ଆଜି ଡିଆଇଜି ବ୍ରିଜେଶ ରାୟ, କେନ୍ଦୁଝର ଏସ୍ପି ନୀତିନ କୁଶଲକର ଦାଗୁଡ଼ଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ ହୋଇଛି। ଏ ସମ୍ପର୍କରେ ଏସ୍ପି ନୀତିନ କୁଶଲକର କହିଛନ୍ତି ତଦନ୍ତ ଚାଲିଛି, ଏବେ କିଛି କହିବା ଠିକ୍ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/21/untitled-19-2026-01-21-08-17-26.jpg)