ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ ବିବାଦ : ୧୦ ବର୍ଷରେ ୬ ସଭାପତି ପରିବର୍ତ୍ତନ

ରାଉରକେଲା ଜିଲ୍ଲା କଂଗ୍ରେସରେ ‌ଗୋଷ୍ଠୀ ବିବାଦ ଥମିବାର ନାଁ ନେଉନି। ଏକାଠି ହୋଇ ଦଳ ପାଇଁ କାମ କରିବା ପରିବର୍ତ୍ତେ ଆଗଧାଡ଼ିର ନେତା ପରସ୍ପର ବିରୋଧରେ ଲାଗିଛନ୍ତି। ହାଇକମାଣ୍ଡ ଯାହାଙ୍କୁ ସଭାପତି କରୁଛନ୍ତି, ତାଙ୍କୁ କିଛି ନେତା ମାନୁଛନ୍ତି। ଅଧିକାଂଶ ନେତା ଓ କର୍ମୀମାନେ ତାଙ୍କୁ ମାନୁନାହାନ୍ତି...

Clan feud in district Congress: 6 president changes in 10 years

Clan feud in district Congress: 6 president changes in 10 years Photograph: (sambad.in)

ରାଉରକେଲା: ରାଉରକେଲା ଜିଲ୍ଲା କଂଗ୍ରେସରେ ‌ଗୋଷ୍ଠୀ ବିବାଦ ଥମିବାର ନାଁ ନେଉନି। ଏକାଠି ହୋଇ ଦଳ ପାଇଁ କାମ କରିବା ପରିବର୍ତ୍ତେ ଆଗଧାଡ଼ିର ନେତା ପରସ୍ପର ବିରୋଧରେ ଲାଗିଛନ୍ତି। ହାଇକମାଣ୍ଡ ଯାହାଙ୍କୁ ସଭାପତି କରୁଛନ୍ତି, ତାଙ୍କୁ କିଛି ନେତା ମାନୁଛନ୍ତି। ଅଧିକାଂଶ ନେତା ଓ କର୍ମୀମାନେ ତାଙ୍କୁ ମାନୁନାହାନ୍ତି।

ଜିଲ୍ଲା ସଭାପତିଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଉ ନାହାନ୍ତି, ବରଂ ନିଜର କିଛି ସମର୍ଥକମାନଙ୍କୁ ନେଇ ସମାନ କାର୍ଯ୍ୟକ୍ରମ କରୁଥିବା ଦେଖାଯାଉଛି।

ରାଉରକେଲା ଜିଲ୍ଲା କଂଗ୍ରେସର ଏଭଳି ସ୍ଥିତି ସମ୍ପର୍କରେ ହାଇକମାଣ୍ଡ ଜାଣିବା ପରେ ସଭାପତି ପରିବର୍ତ୍ତନ କରୁଛନ୍ତି। ଏହା ସତ୍ତ୍ବେ ସମସ୍ତ ନେତା ଓ କର୍ମୀମାନେ ଏକାଠି ହୋଇ ପାରୁନାହାନ୍ତି। ଗୋଷ୍ଠୀ ବିବାଦ ଯୋଗୁ ରାଉରକେଲାରେ କଂଗ୍ରେସ ସୁଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହେଉଛି। ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

ଗତ ୧୦ ବର୍ଷ ୨୦୧୫ ଅଗଷ୍ଟରୁ ୨୦୨୫ ଜୁନ୍‌ ମଧ୍ୟରେ ରାଉରକେଲା ଜିଲ୍ଲା କଂଗ୍ରେସରେ ୬ ଜଣ ସଭାପତି ପରିବର୍ତ୍ତନ ହେଲେଣି। କିଏ ଦୁଇ ମାସ, ବର୍ଷେ ତ ଅନ୍ୟ କିଏ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଛନ୍ତି। ବଦଳିଥିବା ୬ ସଭାପତିଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ  ଅନ୍ତରୀଣ ସଭାପତି ଭାବେ ରହିଛନ୍ତି। ଗତ ୨୦୧୫ ଅଗଷ୍ଟରେ ବୀରେନ ସେନାପତି ଜିଲ୍ଲା କଂଗ୍ରେସ ସଭାପତି ଥିଲେ। ୨୦୧୮ ଜୁନ୍‌ ପର୍ଯ୍ୟନ୍ତ  ଦାୟିତ୍ବ ତୁଲାଇଥିଲେ।

ପରେ ରବି ରାୟଙ୍କୁ ଜିଲ୍ଲା କଂଗ୍ରେସ ସଭାପତି  ଦାୟିତ୍ବ ମିଳିଥିଲା। ବର୍ଷକ ପରେ ଅର୍ଥାତ୍‌ ୨୦୧୯ରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ କଂଗ୍ରେସ ସାମିଲ ହେବା ପରେ ତାଙ୍କୁ ରାଉରକେଲା ଜିଲ୍ଲା କଂ‌ଗ୍ରେସ ସଭାପତି ଦାୟିତ୍ବ ମିଳିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଓ ହାଇକମାଣ୍ଡଙ୍କ ଅସହଯୋଗରୁ  ଜର୍ଜ ତିର୍କୀ କଂଗ୍ରେସ ସଭାପତି ପଦ ଛାଡିବା ସହ ପ୍ରାଥମିକତା ସଦସ୍ୟତା ପଦରୁ ଇସ୍ଥଫା ଦେଇଥିଲେ।  

୨୦୨୨ ଅଗଷ୍ଟ ମାସ ପରେ କଂଗ୍ରେସର ବରିଷ୍ଠ ନେତା ଦେବବ୍ରତ ବିହାରୀଙ୍କୁ ଅନ୍ତରୀଣ ସଭାପତି କରାଯାଇଥିଲା। ୨୦୨୩ ପର୍ଯ୍ୟନ୍ତ ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କର ସଭାପତିତ୍ବ ସମୟରେ ମଧ୍ୟରେ ଦଳର ନେତାମାନଙ୍କ ମଧ୍ୟରେ ଗୋ‌‌ଷ୍ଠୀ ବିବାଦ କମି ନଥିଲା। ୨୦୨୪ରେ ଦେବବ୍ରତ ବିହାରୀଙ୍କୁ ପରିବର୍ତ୍ତନ କରି ଯୁବନେତା ରଶ୍ମୀ ପାଢ଼ୀଙ୍କୁ ଅନ୍ତରୀଣ ସଭାପତି ଦାୟିତ୍ବ ମିଳିଥିଲା।

ଫେବ୍ରୁଆରିରେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ରହିଥିଲା। ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ବିଫଳତା ହେଉ ଅବା ଅନ୍ୟ କିଛି କାରଣରୁ ପ୍ରାୟ ଦୁଇ ମାସ ପରେ  ରଶ୍ମୀ ପାଢ଼ୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯାଇ ପୁଣି ଥରେ ରବି ରାୟଙ୍କୁ ଅନ୍ତରୀଣ ସଭାପତି ଦାୟିତ୍ବ ଦିଆଗଲା। ବାରମ୍ବାର ଜିଲ୍ଲା ସଭାପତି ପରିବର୍ତ୍ତନ ହୋଇଥିଲେ ହେଁ ରାଉରକେଲା ସମସ୍ତ ନେତା ଓ କର୍ମୀ ଏକାଠି ହୋଇପାରି ନଥିଲେ।

ଅଧିକ ପଢ଼ନ୍ତୁ: ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ,: ୩ କିମି କାନ୍ଧରେ ବୋହିଲେ କଫିନ

ସୋମବାର ରବି ରାୟଙ୍କୁ ପରିବର୍ତ୍ତନ କରି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସଙ୍କୁ ଅନ୍ତରୀଣ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଛି। ତେବେ ନୂଆକରି ଅନ୍ତରୀଣ ଜିଲ୍ଲାସଭାପତି ହୋଇଥିବା ରବି ଦାସ ଦଳରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଗୋଷ୍ଠୀ ବିବାଦକୁ ସମାଧାନ କରିବାରେ କେତେଦୂର ସକ୍ଷମ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଦଳର ଏଭଳି ସ୍ଥିତି ସମ୍ପର୍କରେ ପୂର୍ବତନ ଜିଲ୍ଲା ସଭାପତି ରବି ରାୟ କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରିବୁ। ଯାହାକୁ କି ଦାୟିତ୍ବ ମିଳୁ, ସମସ୍ତଙ୍କୁ ନେଇ କାମ କରିବା ଦରକାର।

ପୂର୍ବତନ ଜିଲ୍ଲାସଭାପତି ରଶ୍ମୀ ପାଢ଼ୀ କହିଛନ୍ତି, ଜିଲ୍ଲା ସଭାପତି ପରିବର୍ତ୍ତନ ଦଳ ଉପରେ କୌଣସି ପ୍ରଭାବ ପକାଉ ନାହିଁ। ହାଇକମାଣ୍ଡ ଦଳର ଭଲ ପାଇଁ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାଙ୍କୁ ସମସ୍ତେ ଗ୍ରହଣ କରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଗାଜାରେ ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି, ଟ୍ରମ୍ପଙ୍କ ଆଉ ଏକ ଦାବି

sundargarh | congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe