Fire mishap at Saptasati Vihar: ପଳାସୁଣୀ ସପ୍ତସତୀ ବିହାରରେ ଅଗ୍ନିକାଣ୍ଡ: ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ରାଜଧାନୀ ଭୁବନେଶ୍ୱରର ପଳାସୁଣୀ ଅଞ୍ଚଳର ଏକ କୋଠାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ସପ୍ତସତୀ ବିହାରରେ ଏହି ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ଭୋର ପ୍ରାୟ ୪ଟା ସମୟରେ ଅଗ୍ନିକାଣ୍ଡ ଘଟିଛି....

Fire in Saptasati Vihar, Palasuni: Property worth Rs 30 lakhs burnt to ashes

Fire in Saptasati Vihar, Palasuni: Property worth Rs 30 lakhs burnt to ashes Photograph: (sambad.in)

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ପଳାସୁଣୀ ଅଞ୍ଚଳର ଏକ କୋଠାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ସପ୍ତସତୀ ବିହାରରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୪ଟା ସମୟରେ, ଭୁବନେଶ୍ୱର ପଳାସୁଣୀର ସପ୍ତସତୀ ବିହାର ଅଞ୍ଚଳରେ ଥିବା ଇକ୍ୱିପେଜ୍ ଇନଫ୍ରା କୋ. ପ୍ରାଇଭେଟ୍ ଲିମିଟେଡ୍ କୋଠାରେ ଅଗ୍ନିକାଣ୍ଡ ଘଟିଛି।

ଭୋର ସମୟରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ:Patient Rights and Ethics: ରୋଗୀଙ୍କ ଅଧିକାର ମାମଲା: ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସ୍ଥାନୀୟ ଲୋକେ ଏନେଇ  ଅଗ୍ନିଶମ ସେବା ବିଭାଗକୁ ଜଣାଇଥିଲେ।ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଥିବା କୁହାଯାଇଛି। ପୋଡ଼ି ଯାଇଥିବା ସମଗ୍ରୀ ମଧଓ୍ୟରେକମ୍ପ୍ୟୁଟର ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଛି।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ:Child custody: ଘରୁ ଶାଶୁଙ୍କୁ ତଡି ପିଲାର କଷ୍ଟଡି ପିତାଙ୍କୁ ଦିଆଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe