First Pediatric Modular OT: ରାଜ୍ୟରେ ପ୍ରଥମ ପେଡିଆଟ୍ରିକ୍‌ ମଡ୍ୟୁଲାର୍ ଓଟି ଆରମ୍ଭ: ଶୁକ୍ରାଣୁ ନାଡ଼ିରେ ଜମିଥିଲା ପାଣି

Advertisment

ରାଜ୍ୟରେ କଟକ ଶିଶୁଭବନରେ ପ୍ରଥମ ଥର ପାଇଁ ପେଡିଆଟ୍ରିକ୍‌ ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜଣେ ଶିଶୁଙ୍କ ଅସ୍ତ୍ରୋପଚାର ଏହି ଓଟିରେ କରାଯାଇଛି। ଖୁବ୍‌ଶୀଘ୍ର ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର ଏହି ଓଟିରେ କରାଯିବ।

ରାଜ୍ୟରେ କଟକ ଶିଶୁଭବନରେ ପ୍ରଥମ ଥର ପାଇଁ ପେଡିଆଟ୍ରିକ୍‌ ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜଣେ ଶିଶୁଙ୍କ ଅସ୍ତ୍ରୋପଚାର ଏହି ଓଟିରେ କରାଯାଇଛି। ଖୁବ୍‌ଶୀଘ୍ର ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର ଏହି ଓଟିରେ କରାଯିବ।

sisu bhawan

Photograph: (Sardar Vallabhbhai Patel Post Graduate Institute of Paediatrics)

କଟକ: ରାଜ୍ୟରେ କଟକ ଶିଶୁଭବନରେ ପ୍ରଥମ ଥର ପାଇଁ ପେଡିଆଟ୍ରିକ୍‌ ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜଣେ ଶିଶୁଙ୍କ ଅସ୍ତ୍ରୋପଚାର ଏହି ଓଟିରେ କରାଯାଇଛି। ଖୁବ୍‌ଶୀଘ୍ର ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର ଏହି ଓଟିରେ କରାଯିବ। ତେବେ ରାଜ୍ୟରେ ଥିବା ୧୭ଟି ମେଡିକାଲ୍ କଲେଜର ଶିଶୁ ରୋଗୀଙ୍କୁ ଏହି ମଡ୍ୟୁଲାର୍‌ ଓଟିରେ ଅସ୍ତ୍ରୋପଚାର କରାଯିବାକୁ ବ୍ୟବସ୍ଥା କରାଯାଇଛି। ଶିଶୁ ଭବନର ଜାପାନ କୋଠାରେ ପେଡିଆଟ୍ରିକ୍‌ ସର୍ଜରି ପାଇଁ ଦୁଇଟି ସାଧାରଣ ଓଟି ଚାଲୁଥିଲା। କିନ୍ତୁ ଏଥିରେ ଜଟିଳ ଅସ୍ତ୍ରୋପଚାର ବ୍ୟବସ୍ଥା ନଥିଲା। ଏସବୁ ବଡ଼ ଅସ୍ତ୍ରୋପଚାର ମଡ୍ୟୁଲାର୍‌ ଓଟିରେ ସମ୍ଭବପର ହୋଇପାରିବ। ଶିଶୁଭବନ ସାତ ମହଲା କୋଠାର ଚତୁର୍ଥ ମହଲାରେ ତିନୋଟି ମଡ୍ୟୁଲାର୍‌ ଓଟି ଚଲାଇବା ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଗୋଟିଏ ଓଟି ଜରୁରିକାଳୀନ ସମୟରେ ବ୍ୟବହାର କରାଯିବ। ଅନ୍ୟ ଦୁଇଟି ଓଟି ଦୈନନ୍ଦିନ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ମଡ୍ୟୁଲାର୍‌ ଓଟି ସହିତ ୨୫ ଶଯ୍ୟା ବିଶିଷ୍ଟ ସର୍ଜରି ଵାର୍ଡ ବି ଖୋଲାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଓଟି କାର୍ଯ୍ୟକ୍ଷମ କରାଯାଇଛି। ଏହି ମଡ୍ୟୁଲାର୍‌ ଓଟିରେ ବାୟୁ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ କରାଯିବ। 

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ଶିଶୁଭବନରେ ୨ବର୍ଷର ଶିଶୁଙ୍କ ପ୍ରଥମ ଅସ୍ତ୍ରୋପଚାର
ଶୁକ୍ରାଣୁ ନାଡ଼ିରେ ଜମିଥିଲା ପାଣି

ଓଟିରେ ସମସ୍ତ ଅପରେସନ୍ ଓ ଡାକ୍ତରୀ ଟିମ୍‌ର ଗତିବିଧି କ୍ୟାମେରାରେ ରେକର୍ଡ କରାଯିବ। କ୍ୟାମେରା ମାଧ୍ୟମରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ବଡ଼ ମନିଟରରେ ଅସ୍ତ୍ରୋପଚାରକୁ ସିଧାସଳଖ ଦେଖିପାରିବେ। ଶିଶୁଭବନରେ ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍‌ ଆରମ୍ଭ କରାଯାଉଥିବା ବେଳେ ଏବେ ୨୪ ଘଣ୍ଟିଆ ଅପରେସନ୍ ମଡ୍ୟୁଲାର୍‌ ଓଟିରେ ସମ୍ଭବ ହେବାକୁ ଯାଉଛି। ଏହି ୟୁନିଟ୍‌ରେ ଜଣେ ଲେଖାଏଁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ନିଯୁକ୍ତ ହେବେ। ଏମାନେ ତିନୋଟି ମଡ୍ୟୁଲାର୍‌ ଓଟି ଓ ଗୋଟିଏ ରିକଭରି ରୁମ୍‌ ଦାୟିତ୍ବରେ ରହିବେ। ଜାପାନ କୋଠାରେ ଥିବା ଓଟି ସ୍ଥାନରେ ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ମେସିନ୍ ବସିବ। ଓଏସ୍‌ଏମ୍‌ସିଏଲ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପୋମା ଟୁଡ଼ୁ ଶିଶୁଭବନ ଗସ୍ତରେ ଆସି ଏ ସଂପର୍କରେ ଅନୁଧ୍ୟାନ କରିଛନ୍ତି।

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ଜଣେ ୨ ବର୍ଷ ୧୧ ମାସର ଶିଶୁପୁତ୍ରର ଏହି ନୂଆ ଓଟିରେ ଅସ୍ତ୍ରୋପଚାର କରାଯାଇଛି। ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କ ତତ୍ତ୍ବାବଧାନରେ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ପ୍ରଫେସର ଡାକ୍ତର ଅବିନାଶ ପଣ୍ଡାଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଶିଶୁର ଶୁକ୍ରାଣୁ ନାଡ଼ିରେ ପାଣି ଜମି ଯାଇଥିଲା। ଏହାଫଳରେ ସିଷ୍ଟ ହୋଇଯାଇଥିଲା। ଏଭଳି ଜନ୍ମଗତ ତ୍ରୁଟି ଯୋଗୁ କୌଣସି ଔଷଧ ମାଧ୍ୟମରେ ଏହି ରୋଗରୁ ଆରୋଗ୍ୟ ହୋଇନଥାନ୍ତି। ତେଣୁ ଅସ୍ତ୍ରୋପଚାର ମାଧ୍ୟମରେ ଏହାର ସଫଳ ଉପଚାର ହୋଇଥିବା ଶିଶୁଭବନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe