Five BJD MPs voted in favour of the Waqf Bill Photograph: (sambad.in)
ଭୁବନେଶ୍ୱର: ସଂସଦର ତଥ୍ୟ ଅନୁଯାୟୀ, ଚଳିତ ଏପ୍ରିଲରେ ରାଜ୍ୟସଭାରେ ବିବାଦୀୟ ୱାକଫ୍ (ସଂଶୋଧନ) ବିଲ୍, ୨୦୨୫କୁ ବିଜେଡିର ସାତ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ସମର୍ଥନ କରିଥିଲେ।
ଦଳର ମତରେ "ଦ୍ୱନ୍ଦ୍ୱ" ଯୋଗୁ ମୁଜିବୁଲ୍ଲା ଖାନ ବିଲ୍ ବିରୋଧରେ ଭୋଟ୍ ଦେଇଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ମତଦାନରୁ ବିରତ ରହିଥିଲେ।
ସସ୍ମିତ ପାତ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ରାଜ୍ୟସଭାର ‘ଅଫିସିଆଲ୍ ଭର୍ସନ ଅଫ୍ ଡିବେଟ୍ସ'ରେ ଏହା ସ୍ପଷ୍ଟ କରାଯାଇଛି ।
ଅଧିକ ପଢ଼ନ୍ତୁ: ୪ ଦିନିଆ ଧର୍ମଘଟ ଶେଷ: ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ
ବିଜେଡି ପ୍ରାରମ୍ଭରେ ବିଲ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲା, ଅତ୍ୟଧିକ ରାଜ୍ୟ ନିୟନ୍ତ୍ରଣ, ପ୍ରକ୍ରିୟାଗତ ସୁରକ୍ଷାର ଅଭାବ ଏବଂ ବିବାଦ ସମାଧାନରେ ଅସ୍ପଷ୍ଟତା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲା। ତଥାପି, ଦଳ ଶେଷ ମୁହୂର୍ତ୍ତରେ ହ୍ୱିପ୍ ଜାରି ନକରିବାକୁ ନିଷ୍ପତ୍ତି ନେଇଥିଲା।
ନିଜର ସାଂସଦମାନଙ୍କୁ ସେମାନଙ୍କ ବିବେକ ଅନୁଯାୟୀ ଭୋଟ୍ ଦେବାକୁ ଦଳ ଅନୁମତି ଦେଇଥିଲା। ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରି ନଥିଲା ।
ଅଧିକ ପଢ଼ନ୍ତୁ: ଲକ୍ଷ୍ମୀ ବସ୍ ସେବା ଠପ୍: କଣ୍ଡକ୍ଟରଙ୍କ ଧାରଣା
Waqf Bill | BJD
Follow Us