Barabati match: ବାରବାଟୀ ମ୍ୟାଚ୍ ପାଇଁ: ୮, ୯ରେ ଯାନବାହନ କଟକଣା

Advertisment

ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପୂର୍ବରୁ କଟକ କମିସନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲଗାଇଛି। ୮ ତାରିଖରେ ଅଭ୍ୟାସ ମ୍ୟାଚ୍ ହେବାକୁ ଯାଉଛି। ଏହି ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଓ ଆଖପାଖରେ ଗହଳି ହେବ।

ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପୂର୍ବରୁ କଟକ କମିସନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲଗାଇଛି। ୮ ତାରିଖରେ ଅଭ୍ୟାସ ମ୍ୟାଚ୍ ହେବାକୁ ଯାଉଛି। ଏହି ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଓ ଆଖପାଖରେ ଗହଳି ହେବ।

dgdagzvccv

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପୂର୍ବରୁ କଟକ କମିସନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲଗାଇଛି। ୮ ତାରିଖରେ ଅଭ୍ୟାସ ମ୍ୟାଚ୍ ହେବାକୁ ଯାଉଛି। ଏହି ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଓ ଆଖପାଖରେ ଗହଳି ହେବ। ସେଥିପାଇଁ କମିସନରେଟ୍ ପୁଲିସ ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛି।  କଟକଣାଗୁଡ଼ିକ ୮ତାରିଖ ଅଭ୍ୟାସ ମ୍ୟାଚ୍ ଦିନ ୧୨ଟାରୁ ରାତି ୯ଟା ଏବଂ ୯ ତାରିଖରେ ସକାଳ ୮ଟାରୁ ଭିଡ଼ କମିବା ଯାଏଁ ଲାଗୁ କରାଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ମାତାମଠ ପଟୁ ମହାନଦୀ ରିଂରୋଡ୍‌ରେ ଆସୁଥିବା ସମସ୍ତ ଯାନବାହନ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।

Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

କେବଳ ପାସ୍‌ ଥିବା ଯାନବାହନ ବାମ୍ବୋ ଡିପୋ ଗଡ଼ାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାୱଡ଼ା ମୋଟର୍‌ ଛକ ଏବଂ ମଣିସାହୁ ଛକ ଆଡ଼ୁ ଆସୁଥିବା ଯାନବାହନଗୁଡ଼ିକ ଗିର୍‌ନାର୍‌ ହୋଟେଲ୍‌ ଛକରୁ ପୁରୁଣା ଲ’ ହଷ୍ଟେଲ୍‌ ଛକ ଦେଇ ମହାନଦୀ ରିଂରୋଡ୍‌ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ପାସ୍‌ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକଛକ କିମ୍ବା ଚଣ୍ଡୀଛକ ଆଡ଼ୁ ବାରବାଟୀ ଷ୍ଟାଡ଼ିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। କୌଣସି ଯାନବାହନ ଆନନ୍ଦଭବନଛକରୁ ଭାୟା କିଲ୍ଲାଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। କ୍ୟାଣ୍ଟନମେଣ୍ଟ୍ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ। ସମାଜ ଅଫିସଛକ ପଟୁ ପାସ୍‌ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ହନୁମାନମନ୍ଦିରଛକରୁ ସିଧା ମଧୁସୂଦନ ପ୍ରତିମୂର୍ତ୍ତି ଆଡ଼କୁ ଯାଇପାରିବେ ନାହିଁ। ପାସ୍‌ ଥିଲେ ୱାଇଏମ୍‌ସିଏ ରାସ୍ତା ଓ ଲାୟନ୍ସ ଆଇ ହସ୍ପିଟାଲ୍‌ ଦେଇ ନିଜ ଗାଡ଼ି ଓଡ଼ିଶା କ୍ରିକେଟ୍ ଏକାଡେମି ପଡ଼ିଆରେ ପାର୍କିଂ କରିପାରିବେ। ରିଜର୍ଭ ପୁଲିସ୍ ଲାଇନ୍ ଆଡ଼ୁ ଆସୁଥିବା ଯାନବାହନଗୁଡ଼ିକ ଓଡ଼ିଶା ପୁଲିସ ସଂଘ (ଓପା)ଠାରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ପାସ୍‌ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ମଧୁସୂଦନ ଷ୍ଟାଚ୍ୟୁ ଛକରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଏବଂ ଲାୟନ୍ସ ଆଇ ହସ୍ପିଟଲ୍ ଛକରୁ କିଲ୍‌ଖାନା ରାସ୍ତା ଦେଇ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ମହାନଦୀ ରିଂ ରୋଡ୍‌ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। କୌଣସି ଭାରୀଯାନ ମହାନଦୀ ଓ କାଠଯୋଡ଼ି ରିଂରୋଡ୍‌ ଏବଂ ସହର ମଧ୍ୟରେ ଚଳପ୍ରଚଳ ନିଷେଧ କରାଯାଇଛି। ସକାଳ ୮ରୁ ରାତି ୨ଟା ପର୍ଯ୍ୟନ୍ତ ଏହି ଭାରୀଯାନ କଟକଣା ଲାଗୁ ହେବ। ୮ ତାରିଖ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ୍ ପାଇଁ ଚହଟା ଛକ ଓ ଶିଖରପୁର ଛକରୁ ବାମ୍ବୋ ଡିପୋ ପର୍ଯ୍ୟନ୍ତ ଦିନ ୧୨ରୁ ରାତି ୧୦ଟା ଯାଏଁ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଉପରୋକ୍ତ କଟକଣାଗୁଡ଼ିକ ଅଗ୍ନିଶମ, ଆମ୍ବୁଲାନ୍ସ, ପୁଲିସ ଆଦି ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ ଲାଗୁ ହେବନାହିଁ। ସାଧାରଣ ଜନତା କଟକଣା ଲାଗୁ ହୋଇଥିବା ରାସ୍ତାରେ ନ ଯାଇ ଅନ୍ୟ ରାସ୍ତାରେ ଯିବାକୁ ପୁଲିସ କମିସନର୍ ଏସ୍‌. ଦେବଦତ୍ତ ସିଂହ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe