ସନ୍ଦୀପ ଲେଙ୍କା
ନୟାଗଡ଼: ବନ୍ୟପ୍ରାଣୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ନୟାଗଡ଼ ବନ ବିଭାଗ ‘ସଲ୍ଟ ଲିକ୍’ ଯୋଜନାକୁ ପୁଣି କାର୍ଯ୍ୟକାରୀ କରିଛି। ଏହି ଯୋଜନାରେ ବନ୍ୟଜନ୍ତୁଙ୍କୁ ଲୁଣମିଶା ମାଟି ଖାଇବାକୁ ଦିଆଯାଉଛି। ନୟାଗଡ଼ ସଂରକ୍ଷିତ ଜଙ୍ଗଲରେ ଏହି ଲୁଣମିଶା ମାଟିକୁ ବେଶ୍ ଆଗ୍ରହରେ ଜଙ୍ଗଲୀ ଜନ୍ତୁମାନେ ଚାଟିଚାଟି ଖାଉଥିବାର ଦୃଶ୍ୟ ଟ୍ରାପ୍ କ୍ୟାମେରାରେ ରେକର୍ଡ ହୋଇଛି। କେବଳ ସେତିକି ନୁହେଁ, ବର୍ତ୍ତମାନ ବନ ବିଭାଗ ପକ୍ଷରୁ ବାଘ ଗଣନା ଚାଲିଥିବା ବେଳେ କଳା କଲରାପତରିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା କହିଛନ୍ତି। ପୂର୍ବରୁ ଜିଲ୍ଲାରେ ‘ସଲ୍ଟ ଲିକ୍’ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ପୁଣି ଥରେ ଲାଗୁ କରାଯାଇଛି। ଟ୍ରାପ୍ କ୍ୟାମେରାରୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇବା ବନ ବିଭାଗର ସଫଳତାକୁ ଦର୍ଶାଉଛି। ୨୦୧୭-୧୮ରେ ହୋଇଥିବା ବାଘ ଗଣନା ଅନୁସାରେ, ନୟାଗଡ଼ରେ ୧୭ଟି କଲରାପତରିଆ ବାଘ ଥିଲେ। ୨୦୨୧ରେ ପ୍ରଥମେ କଳାବାଘ (ମେଲାନିଷ୍ଟିକ୍) ନଜରକୁ ଆସିଥିଲା।
ASO Exam: ହାଇକୋର୍ଟ ଏଏସ୍ଓ ପରୀକ୍ଷା କେଳେଙ୍କାରୀ: ୧୪ କୋଟିର ଡିଲ୍, ୬ ଗିରଫ
ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି
କଳା କଲରାପତରିଆ ବାଘ ସଂଖ୍ୟାବୃଦ୍ଧି
୨୦୨୩ରେ ଟ୍ରାପ୍ କ୍ୟାମେରାରେ ପୁଣି ଏହି ବାଘର ସନ୍ଧାନ ମିଳିଥିଲା। ଡିଏଫ୍ଓ ଶ୍ରୀ ବେହେରାଙ୍କ ସୂଚନା ମୁତାବକ, ବନ୍ୟଜନ୍ତୁଙ୍କ ଉପରେ ନଜର ରଖିବା ପାଇଁ ସଂରକ୍ଷିତ ଜଙ୍ଗଲରେ ୨୦୦ରୁ ଊର୍ଦ୍ଧ୍ବ ଟ୍ରାପ୍ କ୍ୟାମେରା ଲାଗିଛି। ପ୍ରତି ୧୫ ଦିନରେ ଥରେ ଏହି କ୍ୟାମେରାଗୁଡ଼ିକୁ ଯାଞ୍ଚ କରାଯାଇ ବନ୍ୟପ୍ରାଣୀଙ୍କ ଉପରେ ନଜର ରଖାଯାଉଛି। ଲୁଣମିଶା ମାଟିକୁ ଖାଇବା ପାଇଁ ହାତୀ, କଳା କଲରାପତରିଆ, ହେଟାବାଘ, ହାତୀ, ହରିଣ, ଭାଲୁ ଓ ଅନ୍ୟ ଜୀବଜନ୍ତୁ ସବୁ ଦଳଦଳ ହୋଇ ଆସୁଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଏକାଧିକ ସ୍କ୍ବାଡ୍ ଗଠନ ହୋଇଛି। ଯେଉଁମାନେ ଜଙ୍ଗଲ ଭିତରେ ଦିନତମାମ ପାଟ୍ରୋଲିଂ କରୁଛନ୍ତି। ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ଡିଏଫ୍ଓ କହିଛନ୍ତି। ପୂର୍ବରୁ ଦଶପଲ୍ଲାର ବାଣୀଗୋଛା (ପଶ୍ଚିମ) ବନାଞ୍ଚଳରେ ପ୍ରଥମେ କଳବାଘ ନଜରକୁ ଆସିଥିଲା। ବର୍ତ୍ତମାନ ଏହି ସଂଖ୍ୟାରେ ବୃଦ୍ଧି ଘଟି ୬ରୁ ୭ଟି କଳାବାଘ ଥିବା ଟ୍ରାପ୍ କ୍ୟାମେରାରୁ ଜଣାପଡ଼ିଛି। ତେବେ ଗଣନା ଶେଷ ହେବା ପରେ ଏମାନଙ୍କର ପ୍ରକୃତ ସଂଖ୍ୟା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
CBI vs CBI: ସିବିଆଇ ବନାମ ସିବିଆଇ: ନିଜ ଏଏସ୍ଆଇ ବିରୋଧରେ ମାମଲା ରୁଜୁ
Follow Us