forest-fest season begun: Deodhar-Khandadhara are sitting in full bloom Photograph: (sambad.in)
ଲହୁଣିପଡ଼ା: ଶେଷ ହୋଇଆସୁଛି ନଭେମ୍ବର ଓ ଆରମ୍ଭ ହେଉଛି ବଣଭୋଜି ଋତୁ। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଖଣ୍ଡାଧାର ଜଳପ୍ରପାତ, ଦେଓଧର ଓ ଦର୍ଜିଂରେ ଆସ୍ତେଆସ୍ତେ ପର୍ଯ୍ୟଟକଙ୍କ ଆଗମନ ହେଉଛି।
ଦର୍ଜିଂ ପଞ୍ଚାୟତର ଦର୍ଜିଂ ପର୍ଯ୍ୟଟନସ୍ଥଳୀଟି ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ବ୍ରାହ୍ମଣୀ ନଦୀରେ ଅବସ୍ଥିତ। ତାହା ଏକ ପ୍ରସିଦ୍ଧ ପିକ୍ନିକ୍ ସ୍ପଟ୍।
ଆହୁରି ପଢ଼ନ୍ତୁ:Cyclone Senyar: ବଳ ସାଉଟୁଛି ‘ସେନ୍ୟାର’: ଓଡ଼ିଶା ଉପରେ ପଡ଼ି ନପାରେ ପ୍ରଭାବ
ସେହିପରି ରାଉରକେଲାରୁ ଲହୁଣିପଡ଼ା ଯିବା ରାସ୍ତାରେ ୧୪୩ ନମ୍ବର ଜାତୀୟ ରାଜପଥର ବିରତୋଳା ଗୋଲେଇରୁ ଡାହାଣପଟେ ଓ ଲହୁଣିପଡ଼ା ଆଡୁ ଆସିଲେ ବାମପଟେ ପ୍ରାୟ ୩ କିଲୋମିଟର ଗଲେ ବ୍ରାହ୍ମଣୀନଦୀରେ ଦେଓଧର ପର୍ଯ୍ୟଟନ ସ୍ଥଳୀ।
ରାଉରକେଲା ବନଖଣ୍ଡ ତଥା ବାଙ୍କି ବନାଞ୍ଚଳ ରାଜାମୁଣ୍ଡା ବନପାଳଙ୍କ ଅଧୀନସ୍ଥ ଦେଓଧରରେ ବଣଭୋଜି ପାଇଁ ପିଣ୍ଡି, ନଦୀର ପଥରଶଯ୍ୟା, ଇକୋ ଟୁରିଜିମ୍ ଓ ବୋଟିଂ ବ୍ୟବସ୍ଥା ଯୋଗୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଆଗମନ ହେଉଛି।
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବ୍ରାହ୍ମଣୀ ନଦୀ ଓ ଜଙ୍ଗଲର ସୌନ୍ଦର୍ଯ୍ୟ
ବ୍ରାହ୍ମଣୀ ନଦୀ ଓ ଜଙ୍ଗଲର ସୌନ୍ଦର୍ଯ୍ୟ ବୁଲି ଦେଖିବା ପାଇଁ ଜଙ୍ଗଲ ଭ୍ରମଣପଥ ନିର୍ମାଣ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ବୋଟିଂ ପାଇଁ ବ୍ରାହ୍ମଣୀନଦୀ ଗର୍ଭରେ ଜେଟି କରାଯାଇଛି।
ସେଠାକାର କୌଣସି ଅଘଟଣ ରୋକିବା, ଶାନ୍ତିଶୃଙ୍ଖଳା ରକ୍ଷା ଓ ପରିମଳ ବ୍ୟବସ୍ଥା ପାଇଁ ସ୍ଥାନୀୟ ଅଙ୍ଗାରପଡ଼ା ବନସୁରକ୍ଷା ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା କରୋନାକାଳରେ ସମ୍ପୂର୍ଣ୍ଣ ବନ୍ଦଥିଲା, ୩ ବର୍ଷ ହେବ ଏହା ଖୋଲାଯାଇଛି।
ଆହୁରି ପଢ଼ନ୍ତୁ:Hong Kong Housing Complex Fire: ହଂକଂ ହାଉସିଂ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ: ୪୪ ମୃତ, ୩୦୦ନିଖୋଜ
ଅନ୍ୟପକ୍ଷରେ ବ୍ଲକ୍ର ଆଉ ଏକ ପର୍ଯ୍ୟଟନସ୍ଥଳୀ ଖଣ୍ଡାଧାର ବଣାଇଠାରୁ ମାତ୍ର ୧୫ କିମି ଦୂରରେ। ସେଠାରେ ଇକୋ-ଟୁରିଜିମ୍ ସହ ପର୍ଯ୍ୟଟକଙ୍କ ରହଣି ପାଇଁ ଶୀତତାପ ନିୟନ୍ତ୍ରିତ କଟେଜ୍, ଶିଶୁଉଦ୍ୟାନ ଓ ବଣଭୋଜି ପାଇଁ ପିଣ୍ଡି ବ୍ୟବସ୍ଥା କରାଯାଇଛି। ସେଠାରେ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ହେଉଛି।
Follow Us