Four cities under development lens: ବିକାଶ ଲେନ୍ସରେ ୪ ସହର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ଅ‌ର୍ଥନୈତିକ ଯୋଜନା ଆରମ୍ଭ

Advertisment

ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏହି ୪ଟି ଅଞ୍ଚଳକୁ ଏକ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବ। ଏବେ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡ଼ିଶାର ଅର୍ଥନୀତିର ୧୯% ଅଛି।

ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏହି ୪ଟି ଅଞ୍ଚଳକୁ ଏକ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବ। ଏବେ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡ଼ିଶାର ଅର୍ଥନୀତିର ୧୯% ଅଛି।

mohan majhi

ଭୁବନେଶ୍ବର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପକୁ ନେଇ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏହି ୪ଟି ଅଞ୍ଚଳକୁ ଏକ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବ। ଏବେ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡ଼ିଶାର ଅର୍ଥନୀତିର ୧୯% ଅଛି। ଅର୍ଥାତ୍ ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ୍‌ ଡଲାର ରହିଛି। ଆସନ୍ତା ୨୦ବର୍ଷରେ ଅର୍ଥାତ୍ ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିର ଆକାର ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଏଠାରେ କେଉଁ ପ୍ରକାରର ଶିଳ୍ପ ହେବ, କିପରି ରୋଜଗାର ଓ ନିଯୁକ୍ତି ବୃଦ୍ଧି ପାଇବ ସେସବୁ ଦିଗକୁ ନଜରରେ ରଖି ନିତି ଆୟୋଗ ପକ୍ଷରୁ 
ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (ବିସିପିପିଇଆର୍‌) ପାଇଁ ଏକ ଅର୍ଥନୈତିକ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି।

Laxmanananda Murder Case: ୧୭ ବର୍ଷ ପରେ ବି ହତ୍ୟାକାରୀଙ୍କୁ ମିଳିପାରିଲା ନାହିଁ ଦଣ୍ଡ

ଆଜି ଲୋକସେବା ଭବନ କନ୍‌ଭେନସନ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ବିସିପିପିଇଆର୍‌’ ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ। ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ବ ସାମର୍ଥ୍ୟ ଓ ସ୍ବତନ୍ତ୍ରତା ରହିଛି। ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ବର, ବିଜିନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦରଭିତ୍ତିକ ବିକାଶରେ ପାରାଦୀପ। ବର୍ତ୍ତମାନ ଆମର ପରିକଳ୍ପନା ହେଉଛି ଏହି ଅଞ୍ଚଳଗୁଡ଼ିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡ଼ାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ୍‌ ଡାଉନ୍‌ଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍‌ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ନୀତିଗତ ସଂସ୍କାର ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ। ୨୦୨୬-୨୭ ବଜେଟ୍‌ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନ୍‌ (ସିଇଆର୍‌)ର ପରିକଳ୍ପନା କରିଛନ୍ତି। ଏଥିରେ ‘ବିସିପିପିଇଆର୍‌’ ରିଜିଅନ୍ ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ ସିଇଆର୍‌ର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି।  

ଭାରତର ଅଭିବୃଦ୍ଧିରେ ନୂତନ ତାରକା ହେବ ‘ବିସିପିପିଇଆର୍‌’: ମୁଖ୍ୟମନ୍ତ୍ରୀ
୨୦ ବର୍ଷରେ ଏହି ଅଞ୍ଚଳର ଅର୍ଥନୀତି ୫୦୦ ବିଲିଅନ୍‌ ଡଲାରରେ ପହଞ୍ଚିବ
୮୦ରୁ ଅଧିକ ପ୍ରକଳ୍ପ, ୩୦ରୁ ଅଧିକ ନୀତିଗତ ସଂସ୍କାର କାର୍ଯ୍ୟକାରୀ ହେବ

Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ

କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ଏହି ଯୋଜନା ଓଡ଼ିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ବଡ଼ ବଡ଼ ସହରଗୁଡ଼ିକ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରାଯିବ। ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ, ବିକଶିତ ଓଡ଼ିଶା ନିର୍ମାଣର ପ୍ରମୁଖ ସ୍ତମ୍ଭ ହେଉଛି ଏହି ବିସିପିପିଇଆର୍‌ ପ୍ରକଳ୍ପ। ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ ପ୍ରଥମ ୫ଟି ମଧ୍ୟରେ ବିସିପିପିଇଆର୍‌ ସ୍ଥାନିତ ହୋଇଛି। ଏହି ରିଜିଅନ୍‌ର ଅଭିବୃଦ୍ଧି ହେଲେ ଅଞ୍ଚଳବାସୀଙ୍କର ମଧ୍ୟ ଅଭିବୃଦ୍ଧି ଘଟିବ। ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ। ରାଜ୍ୟ ସରକାର ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରନ୍ତୁ। ନିତି ଆୟୋଗ ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମ କହିଥିଲେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ। ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରତ, ବିଶାଖାପଟଣା, ବାରଣାସୀ ପରେ ନିତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା। ଆମର ଏହି ଯୋଜନା କେବଳ ଓଡ଼ିଶା ପାଇଁ ନୁହେଁ, ବିକଶିତ ଭାରତ ପାଇଁ ମଧ୍ୟ ସହାୟକ ହେବ। ମୁଖ୍ୟ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe