Gang rape case of a girl: 3 arrested, used auto seized Photograph: (sambad.in)
ବାଲିଗୁଡା: କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅଟୋରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡ଼ା ଘରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକଙ୍କୁ ଗିରଫ କରିବା ସହ ପୀଡ଼ିତାଙ୍କୁ ନେବା ପାଇଁ ବ୍ୟବହୃତ ଅଟୋକୁ ଜବତ କରି କୋର୍ଟ ଚାଲାଣ କରିଛି । ଏ ନେଇ ସୋମବାର ସାମ୍ବାଦିକ ସମ୍ବିଳନୀ କରି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ଵାଇଁ ଜଣାଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗତ ମେ’ ୧୧ ତାରିଖ ଦିନ ପୂର୍ବାହ୍ନ ୧୧ ଟା ୩୦ ସମୟରେ ଯୁବତୀ ଜଣକ ଔଷଧ ଆଣିବା ପାଇଁ ବଜାରକୁ ଆସିଥିଲେ। ଘରକୁ ଫେରିବା ସମୟରେ ତ୍ରିବେଦୀ ପାର୍କ ସମ୍ବୁଖରୁ ଅଟୋ ଡ୍ରାଇଭର ଜଣକ ଯୁବତୀଙ୍କୁ ଘରେ ଛାଡିଦେବା ପାଇଁ କହିଥିଲା। ତେବେ ଘରେ ଛାଡିବା ପରିବର୍ତ୍ତେ ଏକ ଭଡା ଘର ନିକଟକୁ ନେଇ ଜୋର ଜବରଦସ୍ତି ଟାଣି ନେଇ ଘର ବନ୍ଦ କରିଦେଇଥିଲେ।
ଅଧିକ ପଢ଼ନ୍ତୁ: ବାଟବଣା ଦୁଇ ଦନ୍ତା: ଚିନ୍ତାରେ ଅଞ୍ଚଳବାସୀ
ଏହା ପରେ ଅନ୍ୟ ଦୁଇ ସାଙ୍ଗ ମିଶି ତିନିଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଦିନେ କି ଦୁଇ ଦିନ ନୁହଁ ଅଭିଯୁକ୍ତମାନେ ୭ ଦିନ ଧରି ଏଭଳି ଅତ୍ୟାଚାର କରିଥିବା ଯୁବତୀ ଜଣକ କହିଛନ୍ତି । ଏ ନେଇ ମେ’ ୧୭ ତାରିଖ ଦିନ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୧୫୮/୨୫ ରେ ଏକ ମାମଲା ରୁଜୁ କରି ଗଣଦୁଷ୍କର୍ମ ମାମଲାରେ ୩ ଯୁବକଙ୍କୁ ଗିରଫ କରିବା ସହ ଡାକ୍ତରୀମାଇନା କରିଥିଲା। ବ୍ୟବହୃତ ଅଟୋକୁ ଜବତ କରି କୋର୍ଟ ଚାଲାଣ କରାଯାଇଛି ।
ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ଖବର ଆସିଲେ କାହାରିକୁ ଛଡା ଯିବ ନାହିଁ।
ଅଧିକ ପଢ଼ନ୍ତୁ: ଜୟଶଙ୍କରଙ୍କ ବୟାନର ଭୁଲ ଅର୍ଥ ବାହାର କରିଥିଲେ ରାହୁଲ : ବୈଦେଶିକ ସଚିବ
Kandhamal | Crime
Follow Us