ଘୁମୁସର ଉଦୟଗିରି (ସମୀର କୁମାର ପାଢ଼ୀ): ସାରା ଓଡ଼ିଶା ଜାଡ଼ରେ ଥରୁଛି। ଜନଜୀବନ କଲବଲ ହେଉଛି। ରାତି ପାହିଲେ ଲୋକେ ସୂର୍ଯ୍ୟକିରଣକୁ ଅପେକ୍ଷା କରୁଛନ୍ତି। ସୂର୍ଯ୍ୟାସ୍ତ ପରେ ନିଆଁ ପାଖରେ ବସିବାକୁ ଉଦ୍ୟମ କରୁଛନ୍ତି। ଅଥବା ଗରମ ପୋଷାକ ପିନ୍ଧି ଘର ଭିତରେ ରହିବାକୁ ପସନ୍ଦ କରୁଛନ୍ତି। ଅନ୍ୟପଟରେ ବୟସ୍କମାନେ ଶୀତର ପ୍ରଭାବରେ କଲବଲ ହେଉଛନ୍ତି। ଓଡ଼ିଶାର ଦାର୍ଜିଲିଂ ଘୁମୁସର ଉଦୟଗିରିରେ ଚଳିତ ବର୍ଷର ସବୁଠାରୁ କମ୍‌ ତାପମାତ୍ରା ୩ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। 

Advertisment

ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଆଜି ଚଳିତ ଶୀତ ଋତୁର ସବୁଠାରୁ କମ ତାପମାତ୍ରା ରେକର୍ଡ ହୋଇଛି ୩ଡିଗ୍ରି। ଚଳିତ ଶୀତ ଋତୁରେ ଡିସେମ୍ବର ମାସରେ ୨୮ତାରିଖରେ ୩.୫ଡିଗ୍ରି ଏବଂ ୨୯ତାରିଖରେ ୩.୬ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଜାନୁଆରି ମାସରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି।

ଅସ୍ତବ୍ୟସ୍ତ କରୁଛି ଜାଡ଼

ଗତକାଲି ତାପମାତ୍ରା ୬.୮ଡିଗ୍ରି ଥିବା ବେଳେ ୩.୮ଡିଗ୍ରି ତଳକୁ ଖସି ଆଜି ତାପମାତ୍ରା ୩ଡିଗ୍ରି ରେକର୍ଡ଼ ହୋଇଛି। ପ୍ରବଳ ଶୀତକୁ ଜାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିଦେଲାଣି। ଦୁର୍ଗମ ଅଞ୍ଚଳ ମୁକୁଲିଙ୍ଗିଆ, ଲଏରେଜୁ, ଗୁନ୍ଦାବାଜୁ, ରେଟୁଡି, ଡଡ଼ାପଡ଼ା, ପ୍ରଭୁତି ଅଞ୍ଚଳରେ ପାରଦ ଆହୁରି ତଳକୁ ଖସିବା ଆଶଙ୍କା କରାଯାଉଛି।ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଶୀତ ପାଇଁ ଚର୍ଚ୍ଚାରେ ଏହି ସହର। ଦିନରେ ବି ହାତ ଗୋଡ଼ କାଲ ମାରୁଛି। ଦିନରେ ସୂର୍ଯ୍ୟଙ୍କ ତାପ ଏବଂ ସଞ୍ଜ ନଇଁଲେ ନିଆଁର ଉତ୍ତାପ ଭରଷାରେ ଜୀବନ। ଗରିବ ଅସହାୟ ଲୋକ ଶୀତ ପାଇଁ କଲବଲ ହେଉଛନ୍ତି। ଅନ୍ୟ ପଟେ କମ ତାପମାତ୍ରା ଏବଂ ଥଣ୍ଡା ଯୋଗୁଁ ଘୁ.ଉଦୟଗିରି ଅଞ୍ଚଳରେ ବାହାର ଜିଲ୍ଲା, ରାଜ୍ୟର ପର୍ଯ୍ୟଟକଙ୍କ ଭିଡ଼ ବି ଜମୁଛି।

weather

ଆହୁରି ପଢ଼ନ୍ତୁ: Trailer Release On 9th January: ୯ରେ ରିଲିଜ୍‌ ହେବ ‘ମା ଇନତି ବାଙ୍ଗାରାମ’ ଟ୍ରେଲର୍‌...

ଶୀତ ମହୋତ୍ସବ ‘ତୁଷାର’

ଚଳିତ ବର୍ଷ ଶୀତ ମହୋତ୍ସବ ‘ତୁଷାର’ ଆୟୋଜନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅଣ୍ଟା ଭିଡିଛନ୍ତି। ଫେବ୍ରୁଆରି ୩ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଏବଂ ପରମ୍ପରାର ମହା ମହୋତ୍ସବ ଶୀତ ମହୋତ୍ସବ ‘ତୁଷାର’ ଅନୁଷ୍ଠିତ ହେବ। ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଛି। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବା ସହ ଶୀତର ସହର ଘୁ.ଉଦୟଗିରିର ବିକାଶ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଏହିଭଳି ଏକ ନୂତନ ପ୍ରୟାସ ସମସ୍ତଙ୍କୁ ଆକୃଷ୍ଟ କରିଛି।

ଆହୁରି ପଢ଼ନ୍ତୁ: Aghori Baba: ଆଇନ ପୁସ୍ତକର ପୃଷ୍ଠା ଲେଉଟାଉଥିବା ଆଙ୍ଗୁଳି ଜପୁଛି ରୁଦ୍ରାକ୍ଷମାଳା