ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ରୁ ୨୦ କିମି ଦୂରରେ ଥିବା ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ମହାବଳ ବାଘ ଦେଖିବାକୁ ମିଳିଛି। ସୀମାନ୍ତ ଜଙ୍ଗଲରେ ପୂର୍ବରୁ ବହୁଥର କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଛତିଶଗଡ଼ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ବାଘର ଫଟୋ ଉତ୍ତୋଳନ ହୋଇଛି। ରାଇଘର ସୀମାନ୍ତ ହାତୀଗାଁ ସଂରକ୍ଷିତ ଜଙ୍ଗଲ ଓ ଛତିଶଗଡ଼ର ଉଦନ୍ତି-ସୀତାନଦୀ ଜଙ୍ଗଲ ବ୍ୟାଘ୍ର ସଂରକ୍ଷଣ ଲାଗି ରହିଥିବାରୁ ଓଡ଼ିଶା ସୀମାନ୍ତ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
Tiger Tension: ହାତୀ ପରେ ବାଘ ଆତଙ୍କ: ସୋସିଆଲ ମିଡ଼ିଆ ଫଟୋ ଭାଇରାଲ ପରେ ଚିନ୍ତାରେ ବନବିଭାଗ
ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ଡିଏଫ୍ଓ ବରୁଣ ଜୈନଙ୍କ ସୂଚନା ଅନୁଯାୟୀ, ପାଟ୍ରୋଲିଂ ସମୟରେ ସଂରକ୍ଷିତ ଅଞ୍ଚଳରେ ମହାବଳ ବାଘର ମଳ ଓ ପାଦଚିହ୍ନ ଦେଖିବାକୁ ମିଳିଛି। ଏହି ସୂଚନା ପରେ ବନ କର୍ମଚାରୀ ଉକ୍ତ ଅଞ୍ଚଳ ଉପରେ ନଜର ରଖିଛନ୍ତି। ବନ ବିଭାଗର ଟ୍ରାପ୍ କ୍ୟାମେରା, ପାଦ ଟ୍ରାକିଂ ଏବଂ ନିୟମିତ ପାଟ୍ରୋଲିଂ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖାଯାଇଛି। ବନ ବିଭାଗ ସ୍ଥାନୀୟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଯେ କୌଣସି ବନ୍ୟପ୍ରାଣୀ ଦୃଷ୍ଟି ଗୋଚର ହେଲେ ତୁରନ୍ତ ରିପୋର୍ଟ କରିବାକୁ ନିବେଦନ କରିଛି।
Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ
Follow Us