ଭୁବନେଶ୍ବର: ଓଡ଼ିଶା ହେବ ପୂର୍ବ ଭାରତର ପ୍ରମୁଖ ଦୁଃସାହସିକ ପର୍ଯ୍ୟଟନ କେନ୍ଦ୍ର। ଆଧ୍ୟାତ୍ମିକ ପର୍ଯ୍ୟଟନରେ ସୀମିତ ନ ରହି, ରାଜ୍ୟକୁ କିଭଳି ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସହ ଯୋଡ଼ା ଯାଇପାରିବ, ସେଥିପାଇଁ ସରକାର ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଦୁଃସାହସିକ ପର୍ଯ୍ୟଟନର ପ୍ରଚଳନ ଯୁବ ଉଦ୍ୟୋଗୀଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ଆକର୍ଷିତ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଲୋକସେବା ଭବନରେ ‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। କାର୍ଯ୍ୟକ୍ରମ ଅବସରରେ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍ ଏବଂ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ ସହିତ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହି ଅବସରରେ କହିଛନ୍ତି, ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପର୍ଯ୍ୟଟନ, କ୍ରୀଡ଼ା ଓ ଗୃହ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି।
Cricket: ସଚିନଙ୍କୁ ଟାର୍ଗେଟ୍ କରିଥିବା ସ୍ବୀକାର କଲେ ବକନର୍
‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ
ଏରୋ କ୍ଲବ୍ ଇଣ୍ଡିଆ, ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ ସହ ଚୁକ୍ତିନାମା ସ୍ବାକ୍ଷରିତ
ଘରୋଇ ଜଳଭିତ୍ତିକ ସାହସିକ ପର୍ଯ୍ୟଟନ ଅପରେଟର୍ଙ୍କୁ ଲାଇସେନ୍ସ ପ୍ରଦାନ
‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଦୁଃସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ, ଯାଞ୍ଚ ଓ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍’ ସହ ଚୁକ୍ତି ଦ୍ୱାରା ଟ୍ରେକିଂ ଓ ରକ୍ କ୍ଲାଇମ୍ବିଂ ଭଳି ସ୍ଥଳଭାଗରେ କରାଯାଉଥିବା ଦୁଃସାହସିକ କାର୍ଯ୍ୟକଳାପର ସୁରକ୍ଷା ଯାଞ୍ଚ ସହ ପ୍ରଶିକ୍ଷଣ ଅଧିକ ସୁଦୃଢ଼ ହୋଇପାରିବ। ‘ଏରୋ କ୍ଲବ୍ ଅଫ୍ ଇଣ୍ଡିଆ’ ସହ ଭାଗୀଦାରିତା, ପାରାଗ୍ଲାଇଡିଂ ଓ ପାରାମୋଟରିଂ ଭଳି ଆକାଶମାର୍ଗର ସାହସିକ କ୍ରୀଡ଼ାକୁ ନିୟମିତ କରିବ। ଏହାସହ ଜାତୀୟ ବିମାନ ଚଳାଚଳ ସୁରକ୍ଷା ନିୟମ ଅନୁଯାୟୀ ଏହାର ସମ୍ପ୍ରସାରଣ ମଧ୍ୟ କରାଯିବ।
Horoscope 2026 February 25 : ଜାଣନ୍ତୁ ଆଜିର ରାଶିଫଳ
ଏହି ଅବସରରେ ବ୍ୟବସାୟିକ ସୁଗମତାକୁ ଲକ୍ଷ୍ୟରେ ରଖି ଘରୋଇ ଅପରେଟର୍ଙ୍କୁ ‘ଲାଇସେନ୍ସ ଟୁ ଅପରେଟ୍’ ଓ ‘ରିକଗ୍ନିସନ୍ ଟୁ ସେଟଅପ୍’ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏଥିସହ କେତେକ ସାହସିକ ପର୍ଯ୍ୟଟନ ଅପରେଟର୍ଙ୍କୁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ଏରୋ କ୍ଲବ୍ ଅଫ୍ ଇଣ୍ଡିଆ’ର ସଭାପତି ରାଜୀବ ପ୍ରତାପ ରୁଡି, ଗୋଆର ‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର୍ ସ୍ପୋର୍ଟସ୍’ର ପୱନ ଗୁପ୍ତା ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଅଗ୍ନିଶମ ଓ ଜରୁରିକାଳୀନ ସେବାର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲୱନ୍ତ ସିଂହ, କ୍ରୀଡ଼ା ବିଭାଗର ସଚିବ ଭୂପେନ୍ଦ୍ର ସିଂ ପୁନିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଏରୋ କ୍ଲବ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଅରବିନ୍ଦ ବଦୋନି, ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନର ଅନରାରି ସମ୍ପାଦକ କୀର୍ତ୍ତି ପାଇସା ଓ ଓଡ଼ିଶା ପୁଲିସର ଆଇଜି (ଅଗ୍ନିଶମ ଓ ଜରୁରିକାଳୀନ ସେବା) ଉମାଶଙ୍କର ଦାଶ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
Follow Us