ଭୁବନେଶ୍ୱର: ୧୯୪୮ ମସିହାରେ ଥରେ ଗାନ୍ଧୀଙ୍କୁ ମାରିଥିଲେ। ଚଳିତବର୍ଷ ଆଉଥରେ ଗାନ୍ଧୀଙ୍କୁ ମାରିବାର ଚେଷ୍ଟା କରାଯାଉଛି। ମନରେଗାରୁ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯିବା ଏଭଳି କିଛି ଅନୁଭବ ଦେଇଛି। କିନ୍ତୁ ଏହା ହିଁ ଗାନ୍ଧୀଙ୍କ ଅସଲ ସଫଳତା। ହତ୍ୟାକାରୀଙ୍କ ମନରେ ସନ୍ଦେହ ଆସିଛି, ଏବେ ବି ଗାନ୍ଧୀ ବଞ୍ଚିଛନ୍ତି ଏବଂ ତାଙ୍କୁ ଆଉଥରେ ନ ମାରିଲେ, ସବୁଦିନ ପାଇଁ ମାରିହେବନି। ଯେଉଁମାନେ ୧୯୪୮ ମସିହାରେ ଗାନ୍ଧୀଙ୍କୁ ମାରିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ ମନରେ ସନ୍ଦେହ ଉପୁଜିଛି କି ଗାନ୍ଧୀଙ୍କୁ ମାରିବାର ଆବଶ୍ୟକତା ରହିଛି। କିନ୍ତୁ ଯେତେ ଚେଷ୍ଟା କଲେ ବି ଗାନ୍ଧୀଙ୍କ ଶକ୍ତି, ବିଚାରକୁ ଏହିଭଳି ହତ୍ୟାକାରୀମାନେ କେବେ ବି ମାରି ପାରିବେନି ବୋଲି କହିଛନ୍ତି ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।
CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଆମ ଓଡ଼ିଶା ପକ୍ଷରୁ ସାହିତ୍ୟିକ, ଶିକ୍ଷାବିତ୍ ଗୋଲକ ବିହାରୀ ଧଳଙ୍କ ରଚିତ ‘ପିଲାଙ୍କ ଗାନ୍ଧୀ ଗପ’ ନୂଆରୂପରେ ପ୍ରକାଶିତ ହୋଇଛି। ୟୁନିଟ୍-୮ସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟରେ ଏହାର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜିର ବିଜ୍ଞାନ, କାରିଗରୀ ଯୁଗରେ ଆମେ ୧୪୦ କୋଟି ଲୋକଙ୍କୁ ଯେତେ ଯୋଡ଼ିବାକୁ ଚେଷ୍ଟା କଲେ ବି ଜାତି, ଧର୍ମ, ଦାରିଦ୍ର୍ୟ ଆମକୁ ଭାଗ ଭାଗ କରୁଛି। କିନ୍ତୁ ଗାନ୍ଧୀ ପାଦରେ ଚାଲିଚାଲି, ରେଳରେ ବୁଲିବୁଲି ସାରାଦେଶକୁ ଯୋଡ଼ିଥିଲେ। ‘ପିଲାଙ୍କ ଗାନ୍ଧୀ ଗପ’ ପାଣ୍ଡୁଲିପିର ପୁନରୁଦ୍ଧାର ତାଙ୍କର ଏଭଳି ସମ୍ଭାବନାକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ବଞ୍ଚାଇ ରଖିବାର ଏକ ଛୋଟ ପ୍ରୟାସ।
ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଆଙ୍କ ପାଇଁ ଗୋଲକ ବିହାରୀ ଧଳ ଜଣେ ଆଦର୍ଶ। ରେଭେନ୍ସା କଲେଜର ସେ ପ୍ରଥମ ବ୍ୟକ୍ତିତ୍ବ ଯେ ଆଧୁନିକ ଓଡ଼ିଆ ପ୍ରଫେସର ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ଏକ ଦୁର୍ଲଭ ପୁସ୍ତକ ହେଉଛି ‘ପିଲାଙ୍କ ଗାନ୍ଧୀ ଗପ’, ଯାହା ତାଙ୍କ ନାତିଙ୍କ ସହଯୋଗରେ ଉଦ୍ଧାର ଓ ଛପା ହୋଇପାରିଛି। ଏ ଭିତରେ ଗାନ୍ଧୀଙ୍କ ବିଚାରକୁ ନେଇ ଆମ ଓଡ଼ିଶା ୧୦ଟି ପୁସ୍ତକ ପ୍ରକାଶ କରି ସାରିଛି। ଏହି ଅବସରରେ ‘ଆମ ଓଡ଼ିଶା’ ସଦସ୍ୟତା ଗ୍ରହଣ କରି ରକ୍ତଦାନ, ଭାଷାଜ୍ଞାନ, ନିଶାମୁକ୍ତ ଓଡ଼ିଶା ଭଳି ମହତ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଆମ ଓଡ଼ିଶା ଉପାଧ୍ୟକ୍ଷ ତଥା ସାହିତ୍ୟିକ ଦାଶ ବେନହୁର କହିଥିଲେ, ଗୋଲକ ବିହାରୀ ଧଳଙ୍କ ଗାନ୍ଧୀଙ୍କ ବିଚାରକୁ ନେଇ ଲିଖିତ ଅପ୍ରକାଶିତ ପାଣ୍ଡୁଲିପି ଦୀର୍ଘ ୫୭ ବର୍ଷ ପରେ ଆମ ଓଡ଼ିଶା ଜରିଆରେ ପ୍ରକାଶ ପାଇଛି। କେବଳ ଏହି ପୁସ୍ତକ ନୁହେଁ, ଅନେକ ଅନାଲୋଚିତ ପ୍ରସଙ୍ଗ ଆଧାରିତ ପୁସ୍ତକକୁ ପ୍ରକାଶ କରି ‘ଆମ ଓଡ଼ିଶା’ ସର୍ବଦା ଚର୍ଚ୍ଚାରେ ରହିଛି। ଗାନ୍ଧୀଙ୍କ ବିଚାର ଆଜି ବି ସାରା ବିଶ୍ବକୁ ପ୍ରଭାବିତ କରୁଛି।
Horoscope 2026 January 31: ଜାଣନ୍ତୁ ଆଜିର ରାଶିଫଳ
ଏବେ ବି ଗାଁରେ ଲୋକେ ଗାନ୍ଧୀଙ୍କ ବିଚାରକୁ ଅନୁସରଣ କରୁଛନ୍ତି। ଗାନ୍ଧୀ ସର୍ବଦା ସତ୍ୟ, ଅଂହିସା ଓ ଆତ୍ମନିର୍ଭରଶୀଳତାରେ ବିଶ୍ବାସ କରୁଥିଲେ। ୮୦ ପୃଷ୍ଠାର ‘ପିଲାଙ୍କ ଗାନ୍ଧୀ ଗପ’ ପୁସ୍ତକରେ ୪ ପ୍ରକାରର ଚିଠି, ୧୦ଟି ଗଳ୍ପ ରହିଛି, ଯାହା ଗାନ୍ଧୀଙ୍କ ଏହି ବିଚାରଧାରାକୁ ଦର୍ଶାଉଛି ଓ ପିଲାଙ୍କ ପାଖରେ ଗାନ୍ଧୀଙ୍କ ବିଚାରକୁ ପରିବ୍ୟାପ୍ତ କରି ପାରିବ। ‘ଆମ ଓଡ଼ିଶା’ ସଂପାଦକ ଅସିତ ମହାନ୍ତି ସ୍ବାଗତ ଭାଷଣ ଓ ସହକାରୀ ସଂପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଉପସଭାପତି ଡ. ସଂଗ୍ରାମ ଜେନା, ‘ଆମ ଓଡ଼ିଶା’ର ପୂର୍ବତନ ସମ୍ପାଦକ ସ୍ବରାଜ ମିଶ୍ର, ସାହିତ୍ୟିକ ନଟବର ଖୁଣ୍ଟିଆ, ପୀତବାସ ରାଉତରାୟ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/31/fshhfsfhshf-2026-01-31-00-41-12.jpg)