Gopalpur Sea Beach Fest: ଓଡ଼ିଶା ପାଇଁ ଦରକାର ବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ଉଠିଛି: ବାଚସ୍ପତି

Advertisment

ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ସ୍ବର ଉଠିଛି। ତେଣୁ ବିକଶିତ ଭାରତ-ବିକଶିତ ଓଡ଼ିଶାର ପରିକଳ୍ପନାରେ ଗଞ୍ଜାମ ଅଗ୍ରଣୀ ଭୂମିକା ନିର୍ବାହ କରିବ।

ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ସ୍ବର ଉଠିଛି। ତେଣୁ ବିକଶିତ ଭାରତ-ବିକଶିତ ଓଡ଼ିଶାର ପରିକଳ୍ପନାରେ ଗଞ୍ଜାମ ଅଗ୍ରଣୀ ଭୂମିକା ନିର୍ବାହ କରିବ।

Gopalpur

ଗୋପାଳପୁର: ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ସ୍ବର ଉଠିଛି। ତେଣୁ ବିକଶିତ ଭାରତ-ବିକଶିତ ଓଡ଼ିଶାର ପରିକଳ୍ପନାରେ ଗଞ୍ଜାମ ଅଗ୍ରଣୀ ଭୂମିକା ନିର୍ବାହ କରିବ। ଗୋପାଳପୁର ବେଳାଭୂମି ମହୋତ୍ସବରେ ମୁଖ୍ୟ ଅତିଥି ସରମା ପାଢ଼ୀ ଗୁରୁବାର ସନ୍ଧ୍ୟାରେ ଏହା କହିଛନ୍ତି। ସେ କହିଛନ୍ତି, ମହୋତ୍ସବର ଶୁଭାରମ୍ଭ ବର୍ଷଗୁଡ଼ିକରେ ମୁଁ ଏହି ମହୋତ୍ସବକୁ ଦେଖିଛି। ଆଜିର ସମୁଦ୍ର ବନ୍ଦନା, ମଞ୍ଚର କଳେବର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନ ସମୁଦ୍ର ମୋତେ ଅଭିଭୂତ କରିଛି। ଗଞ୍ଜାମର ଗର୍ବ ଓ ଓଡ଼ିଆର ଗୌରବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ନାମରେ ସମର୍ପିତ ମଞ୍ଚ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୃଦ୍ଧ ସଂସ୍କୃତିର ପ୍ରଭୁତ ପ୍ରସାର ସହ ଆଞ୍ଚଳିକ ଓ ଦେଶର ବିଭିନ୍ନ ଅଞ୍ଚଳର କଳା ଉପସ୍ଥାପିତ ହୋଇପାରିଛି ବୋଲି ସେ କହିଥିଲେ। ସାମଗ୍ରିକ ବେଳାଭୂମି ମାନବ ସମାଜର ଜୀବନଶୈଳୀ ପାଇଁ ଆବଶ୍ୟକ ରହିଛି। ଓଡିଶାର ବେଳାଭୂମି ଗୁଡିକ କିପରି ପରିଷ୍କାର ପରିଚ୍ଛନ ରହିବ ସେଥିପ୍ରତି ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିଛି ବୋଲି ସେ ମଧ୍ୟ କହିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଗୋପାଳପୁର ମହୋଦଧି କୂଳରେ ମହାପ୍ରଭୁ ଓ ଦେବା ଦେବୀଙ୍କ ମହାବନ୍ଦନା ଏବଂ ତା ମଧ୍ୟରେ କଚ୍ଛପ ଦେବତାଙ୍କ ଆଗମନର ଦିବ୍ୟ ଓ ଭବ୍ୟ ଅନୁଭୂତି ସମ୍ପର୍କରେ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଏହି ମହୋତ୍ସବ କେବଳ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ବୟାନ କରୁନି ଏହା ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସମୃଦ୍ଧତା କୁ ବୟାନ କରୁଛି। ଡବଲ ଇଞ୍ଜିନର ସରକାର ସମୟରେ ହିଁ ଏଭଳି ମହାର୍ଘ୍ୟ ମହୋତ୍ସବ ଆୟୋଜନ ହୋଇପାରେ। 

Gopalpur1

ଘୋଷଣା କଲେ ଖଣିମନ୍ତ୍ରୀ

ମହୋତ୍ସବର ଉଦ୍ୟୋକ୍ତା ତଥା ବାଣିଜ୍ଯ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମସ୍ତଙ୍କର ସହଯୋଗରେ ଆଗାମୀ ଦିନରେ ଏହି ମହୋତ୍ସବକୁ ବିଶ୍ୱର ଏକ ଅନନ୍ୟ ମହୋତ୍ସବରେ ପରିଣତ କରାଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେହିପରି ଦିଗପହଣ୍ଡି ବିଧାୟକ ତଥା ସୁପ୍ରସିଦ୍ଧ କଳାକାର ଡ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ। ଯାହାଫଳରେ ଏହାର ସୁଦୂର ପ୍ରସାର ହୋଇପାରିବ। ଅଧିକରୁ ଅଧିକ ପର୍ଯ୍ୟଟକ ଏ ମାଟିକୁ ଆସିପାରିବେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ କହିଛନ୍ତି ଯେ, ଦିନେ ଉତ୍ସବ ଭାବରେ ପରିଗଣିତ ହେଉଥିବା ଏ ଉତ୍ସବ ଆଜି ଏ ବର୍ଷ ଏକ ବିଶାଳ ମହୋତ୍ସବରେ ପରିଣତ ହୋଇଛି। ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ମାନଙ୍କର ଆଶୀର୍ବାଦ ଏବଂ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜ଼ିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି।

ଆହୁରି ପଢ଼ନ୍ତୁ: Khandagiri Mela: ଖଣ୍ଡଗିରି ମେଳାରେ ଐର ଖାରବେଳ ମହୋତ୍ସବ

ଦର୍ଶକଙ୍କୁ ବାନ୍ଧି ରଖିଲା ଲୋକନୃତ୍ୟ

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ଗବେଷକ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ପୁଲିସ ମହାନିରୀକ୍ଷକ ନୀତି ଶେଖର,  ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଅତିଥି ଭାବେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲା ବେଳେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା ଚଳଚିତ୍ର ଜଗତର ଅଗ୍ରଣୀ ଅଭିନେତା/ଅଭିନେତ୍ରୀ ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରୟ, ବୁଦ୍ଧାଦିତ୍ୟ ମହାନ୍ତି, ଉଷସୀ ମିଶ୍ର, ଶ୍ରୀତମ ଦାସ, ପୁପିନ୍ଦର ସିଂ, ସତ୍ୟଜିତ ପ୍ରଧାନ, ପ୍ରଜ୍ଞାନ ରଞ୍ଜନ ଖଟୁଆ, ଶଙ୍କର ପ୍ରଧାନ, ଶୀତଲ୍ ପାତ୍ର ପ୍ରମୁଖଙ୍କ ଚିତାକର୍ଷକ ଅଭିନୟ, ନୃତ୍ୟ, ସଂଗୀତ ଦର୍ଶକଙ୍କୁ  ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଉତ୍କଳିକା ନୃତ୍ୟ ଅନୁଷ୍ଠାନ, ସୋଲ୍ ଡ୍ୟାନ୍ସ ଏକାଡେମୀ, ଲଳିତ କଲ୍‌ଚୁରାଲ୍ ଏକାଡେମୀ, ଜେ.ଡି.ଟି. ଡ୍ୟାନ୍ସ ଏକାଡେମୀ, ଆରାଧ୍ୟା ଡ୍ୟାନ୍ସ ଏକାଡେମୀ, ରକ୍‌ଷ୍ଟାର୍ ଡ୍ୟାନ୍ସ ଏକାଡେମୀ, କଳାଞ୍ଜଳି ଆର୍ଟିଷ୍ଟ୍ରି,  ପ୍ରତିମା ରଥ ଏଣ୍ଡ୍ ଟ୍ରୁପ୍, କୋରାପୁଟ, ବନ୍ କପୌ ସଂସ୍କୃତି ଗୋଷ୍ଠୀ, ଆସମ,  ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀର, ବୀଣାପାଣି ରୂପଚାନ୍ଦ ଛଉ ନାଟୁଆ ଡ୍ୟାନ୍ସ ଗ୍ରୁପ୍, ପଶ୍ଚିମବଙ୍ଗ, ଏମ୍.ଇ.ଏମ୍ଏ ଣ୍ଟରଟେନମେଣ୍ଟ, ଚେଣ୍ଡାମେଲମର ଲୋକ ନୃତ୍ୟ ଲୋକଙ୍କୁ ବିଭୋର କରିଥିଲା। 

ଆହୁରି ପଢ଼ନ୍ତୁ: PAK vs AUS: ଅଷ୍ଟ୍ରେଲିଆକୁ ୨୨ ରନରେ ହରାଇଲା ପାକିସ୍ତାନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe