କର୍ଲାମୁଣ୍ଡା: କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୭/୮/୧୯୮୮ ମସିହାରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା କରିଥିଲେ।
ଏହି ଚିକିତ୍ସାଳୟକୁ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା, ମ. ରାମପୁର ଆଦି ବ୍ଲକର ବିଭିନ୍ନ ଗାଁର ଜନ ସାଧାରଣ ଚିକିତ୍ସା ହେବାକୁ ଆସିଥାନ୍ତି। ଏଠାରେ ଜଣେ ମାତ୍ର ଆୟୁର୍ବେଦ ଡାକ୍ତର ଜୁଝାର ନାଏକ ଓ ଟିକେରାମ ସାହୁ ନାମକ କର୍ମଚାରୀ ରହିଛନ୍ତି। ଡାକ୍ତର ଜଣକ ବସୁଥିବା କୋଠରୀଟି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡାକ୍ତରଖାନା।
ଆହୁରି ପଢ଼ନ୍ତୁ:Police Assault Allegations: ଡ୍ରାଇଭରଙ୍କୁ ପୁଲିସର ମାଡ଼ ଅଭିଯୋଗ,ଥାନା ଆଇଆଇସି ଖଣ୍ଡନ କଲେ
ଶୀଘ୍ର ହେବ ଜାଗା ଚିହ୍ନଟ
ତେବେ ସରକାର ନୂତନ ଗୃହ ନିର୍ମାଣ ପାଇଁ ୬୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ ହେଁ ଡାକ୍ତର ଖାନା ଥିବା ଜାଗାଟିର ସ୍ଥାୟୀ ପଟ୍ଟା ନଥିବାରୁ ଗୃହ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନଥିବା ଡାକ୍ତର ନାଏକ କହିଛନ୍ତି। ଅନ୍ୟ ପଟେ ଏନେଇ ତହସିଲଦାର ଅରୁଣ ବର୍ଗେଙ୍କ ସହିତ ଆଲୋଚନା କରିବାରୁ ଶୀଘ୍ର ଜାଗା ଚିହ୍ନଟ କରାଯିବ ବୋଲି କହିଛନ୍ତି।
ଦୀର୍ଘ ଦିନରୁ ଅଞ୍ଚଳବାସୀ ଡାକ୍ତରଖାନାର ସ୍ଥାୟୀ ପଟ୍ଟା ଯୋଗାଇବା ସହ ଭିତ୍ତିଭୂମିର ବିକାଶ ପାଇଁ ଦାବି ଜଣେଇ ଆସୁଥିଲେ ହେଁ କେହି ଏଥି ପ୍ରତି ଗୁରୁତ୍ୱ ଦେଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
ଆହୁରି ପଢ଼ନ୍ତୁ:Hospital Negligence: ଯନ୍ତ୍ରଣା କମିବା ପାଇଁ ନର୍ସ ଦେଲେ ପେନକ୍ଲିୟର, ରକ୍ତଚାପ ବୃଦ୍ଧି ପାଇ ଚାଲିଗଲା ରୋଗୀଙ୍କ ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/26/government-ayurvedic-hospital-2025-12-26-16-38-44.jpg)