Advertisment

Contractors on strike: ଦାବି ଶୁଣିଲେନି ସରକାର: ଆମରଣ ଅନଶନରେ ଠିକାଦାର

Advertisment

ପୂର୍ତ୍ତ ବିଭାଗର ଟେଣ୍ଡର ନିୟମ ରଦ୍ଦ ସହ ଅନ୍ୟାନ୍ୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ଠିକାଦାର। ନିଖିଳ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ନେତୃତ୍ବରେ ହଜାର ହଜାର ଠିକାଦାର ସପ୍ତାହେ ‌ହେଲାଣି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛନ୍ତି।

ପୂର୍ତ୍ତ ବିଭାଗର ଟେଣ୍ଡର ନିୟମ ରଦ୍ଦ ସହ ଅନ୍ୟାନ୍ୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ଠିକାଦାର। ନିଖିଳ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ନେତୃତ୍ବରେ ହଜାର ହଜାର ଠିକାଦାର ସପ୍ତାହେ ‌ହେଲାଣି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛନ୍ତି।

fshfshbxvvb

ଭୁବନେଶ୍ୱର: ପୂର୍ତ୍ତ ବିଭାଗର ଟେଣ୍ଡର ନିୟମ ରଦ୍ଦ ସହ ଅନ୍ୟାନ୍ୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ଠିକାଦାର। ନିଖିଳ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ନେତୃତ୍ବରେ ହଜାର ହଜାର ଠିକାଦାର ସପ୍ତାହେ ‌ହେଲାଣି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛନ୍ତି। ଯଦ୍ବାରା ସାରା ରାଜ୍ୟରେ ନିର୍ମାଣ କାର୍ଯ୍ୟ ପ୍ରାୟ ବନ୍ଦ ହୋଇଗଲାଣି। ଗତକାଲି ଠିକାଦାରଙ୍କ ସହ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହା ଫଳପ୍ରଦ ହୋଇନି। ଏଣୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇ ଆସୁଥିବା ଠିକାଦାରମାନେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ମାର୍ଚ୍ଚ ପୂର୍ବରୁ ସରିବାକୁ ଅଛି ଆହୁରି ୫୫ ପ୍ରତିଶତ କାମ
ଦାବି ନ ଶୁଣିଲେ ସବୁ କାମ ଠପ୍‌ କରିଦେବୁ: ମହାସଂଘ

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ଆବାହକ ଅନିଲ କୁମାର ମହାଲିକ କହିଛନ୍ତି, ପୂର୍ବର ବିଡିଂ ପ୍ରକ୍ରିୟାରେ ଠିକାଦାରମାନେ ଟେଣ୍ଡର ପେପର ୧୪.୯୯% କମ୍‌ ମୂଲ୍ୟରେ ପକାଇ ପାରୁଥିଲେ। କିନ୍ତୁ ନିକଟରେ ଜାରି ବିଜ୍ଞପ୍ତି(ସର୍କୁଲାର)ରେ ପୂର୍ତ୍ତ ବିଭାଗ ୧୪.୯୯% କମ୍‌ ସୀମାକୁ ଉଠାଇ ଦେଇଛି। ଜଣେ ଠିକାଦାର ଚାହିଲେ ଟେଣ୍ଡର ପେପର ୯୯ ପ୍ରତିଶତ କମ୍‌ ମୂଲ୍ୟରେ ବି ପକାଇପାରିବେ। ଏଭଳି ହେଲେ କାମର ମାନ ପ୍ରଭାବିତ ହେବ। ପିସି ତଥା ଲାଞ୍ଚ କାରବାର ବଢ଼ିବ। ପୂର୍ବରୁ କେବଳ ଏଲ୍‌-୧ ଠିକାଦାର ଟେଣ୍ଡର ପାଉଥିଲେ। ଏବେ ସରକାର ଚାହିଲେ ଏଲ୍‌-୧ଙ୍କୁ ଅଗ୍ରାହ୍ୟ କରି ଏଲ୍‌-୪ ଠିକାଦାରଙ୍କୁ ବି ଟେଣ୍ଡର ‌ଦେଇପାରିବେ। ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରି ବାହାର ଠିକାଦାରଙ୍କୁ ପୋଷିବାକୁ ଯାଇ ଏଭଳି ସୁଚିନ୍ତିତ ଷଡ୍‌ଯନ୍ତ୍ର କରାଯାଇଛି। ମହାସଂଘ ସଂପାଦକ ଦିଲୀପ କୁମାର ଜେନା କହିଛନ୍ତି, ଆନ୍ଦୋଳନ କାରଣରୁ ମାର୍ଚ୍ଚ ଭିତରେ ଯେଉଁ ନିର୍ମାଣ କାର୍ଯ୍ୟ ସରିବାର ଥିଲା, ଅଦ୍ୟାବଧି ତାର ୪୫ ପ୍ରତିଶତ କାମ ସରିଛି।

Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି

ଆହୁରି ପ୍ରାୟ ୫୫ ପ୍ରତିଶତ କାମ ବାକି ପଡ଼ିଛି। ହିସାବ କଲେ ପ୍ରାୟ ୫୦ହଜାର କୋଟି ଟଙ୍କାର କାମ ବାକି ପଡ଼ିଛି। ରାଜ୍ୟରେ ୮୦ହଜାର ଠିକାଦାର ଅଛନ୍ତି। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଠିକାଦାରଙ୍କ ଅଧୀନରେ କାମ କରୁଥିବା ୮ଲକ୍ଷ କର୍ମଚାରୀଙ୍କ ସହ ସେମାନଙ୍କ ପରିବାରଙ୍କୁ ମିଶାଇ ସାରା ରାଜ୍ୟରେ ପ୍ରାୟ ଦେଢ଼ କୋଟି କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ପୂର୍ତ୍ତ ବିଭାଗ ଜାରି କରିଥିବା ନୂଆ ସର୍କୁଲାର ରଦ୍ଦ କରିବାକୁ ସରକାରଙ୍କୁ ନିବେଦନ କରୁଛୁ। ଏଥିସହ କାମର ସେଡୁଲ୍‌ ରେଟ୍‌ ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, କାର୍ଯ୍ୟଦକ୍ଷତାର ମାନଦଣ୍ଡକୁ ଏକ ରାଜ୍ୟ ଏକ ଆଇନ ଭିତ୍ତିକ ପ୍ରଚଳନ, ଖଣିଜ ଦ୍ରବ୍ୟ ସମସ୍ୟା ଦୂରୀକରଣ, ଦରଦାମ ବୃଦ୍ଧିର ହିସାବ କରିବାକୁ ମହାସଂଘ ଦାବି କରୁଛି। ସରକାରଙ୍କ ଉପରେ ଆଶା ରଖି ଏବେ ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିନୁ। ସରକାର ଯଦି ଆମ ଦାବି ପୂରଣ ନ କରନ୍ତି, ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe