ସରକାର ଗୁଣ୍ଡରାଜ ଚଳାଇଛନ୍ତି: ପ୍ରମିଳା ମଲ୍ଲିକ

ବିଏମସି ଅଫିସରେ ବିଜେପି କର୍ମୀ ପଶି ନିଜ ହିସାବରେ କାମ କରିବାକୁ କହୁଛନ୍ତି। ନିୟମ ବାହାରକୁ ଯାଇ କାମ କରିବାକୁ ଚାପ ପକାଉଛନ୍ତି । ବିଏମସି ଅଫିସରେ ଯଦି ଅଧିକାରୀ ସୁରକ୍ଷିତ ନୁହନ୍ତି....

government is running a racket: Pramila Malik

government is running a racket: Pramila Malik Photograph: (sambad.in)

ଭୁବନେଶ୍ବର: ବିଏମସି ଅଫିସରେ ବିଜେପି କର୍ମୀ ପଶି ନିଜ ହିସାବରେ କାମ କରିବାକୁ କହୁଛନ୍ତି। ନିୟମ ବାହାରକୁ ଯାଇ କାମ କରିବାକୁ ଚାପ ପକାଉଛନ୍ତି । ବିଏମସି ଅଫିସରେ ଯଦି ଅଧିକାରୀ ସୁରକ୍ଷିତ ନୁହନ୍ତି ଲୋକସେବା ଭବନ ଓ ନିର୍ଦ୍ଦେଶାଳୟରେ ବି ସରକାରୀ ଅଧିକାରୀ ସୁରକ୍ଷିତ ନୁହନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି।  

ଅଫିସର ସୁରକ୍ଷିତ ଥିଲେ ଆଜି ପ୍ରତିବାଦ କରି ନଥାନ୍ତେ। ସରକାର ଗୁଣ୍ଡରାଜ ଚଳାଇଛନ୍ତି। ଅଚଳାବସ୍ଥା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କାହିଁକି ମୁଖ୍ୟ ଚକ୍ରାନ୍ତକାରୀଙ୍କୁ ଗିରଫ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।  

ଅଧିକ ପଢ଼ନ୍ତୁ: ଥଯାତ୍ରାରେ ଦଳଚକଟା ଭଳି ସ୍ଥିତି ନେଇ ଶାସକ-ବିରୋଧୀ ମୁହାଁମୁହିଁ

ନିଜ ନିଷ୍ପତିରେ ସରକାର ଚାଲୁନି। ଦିଲ୍ଲୀ ନିର୍ଦ୍ଦେଶରେ ସରକାର ଚାଲୁଛି। ସେଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ନିଜ ପଦ ପଦବୀ ଉପରେ ଆଞ୍ଚ ଆସିବ ଭାବି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।

ନବୀନ ପଟ୍ଟନାୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ବିଧାୟକ ହୁଅନ୍ତୁ କି ମନ୍ତ୍ରୀ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏମାନେ ଏବେ ନିଜେ ନିଷ୍ପତି ନେଇ ପାରୁନାହାନ୍ତି ବୋଲି ପ୍ରମିଳା କହିଛନ୍ତି।

ଅଧିକ ପଢ଼ନ୍ତୁ: ଉତ୍ତରାଧିକାରୀ କିଏ ? ଦଲାଇଲାମା କଲେ ବଡ଼ ଘୋଷଣା

Pramila Mallik | Bhubaneswar Municipal Corporation (BMC) | BJP | BJD 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe