Padma Awards: ପଦ୍ମ ପୁରସ୍କାର: ଜାଣନ୍ତୁ ଓଡ଼ିଶାର ୪ ବିଶିଷ୍ଟ ବ୍ୟକ୍ତି କେଉଁମାନେ...

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ମନୋନିତ ବିଜେତାମାନଙ୍କୁ ଆସନ୍ତା ମାର୍ଚ୍ଚ/ଅପ୍ରେଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ମନୋନିତ ବିଜେତାମାନଙ୍କୁ ଆସନ୍ତା ମାର୍ଚ୍ଚ/ଅପ୍ରେଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ।

Padma award

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ମନୋନିତ ବିଜେତାମାନଙ୍କୁ ଆସନ୍ତା ମାର୍ଚ୍ଚ/ଅପ୍ରେଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ। ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ବୟୋଜ୍ୟେଷ୍ଠ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ଏବଂ ସାନ୍ତାଳି ଭାଷାବିତ୍‌, ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷକ ତଥା ସଂରକ୍ଷକ ଚରଣ ହେମ୍ବ୍ରମ୍‌ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇବେ। ସେହିପରି ରାଜ୍ୟର ଜଣେ କୁଶଳୀ ବୁଣାକାର ଶରତ କୁମାର ପାତ୍ର ଏବଂ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇବେ।

ସୂଚନାଯୋଗ୍ୟ, ଚରଣ ହେମ୍ବ୍ରମ୍‌ ଜଣେ ପରିଚିତ ସାନ୍ତାଳି ଲେଖକ ଏବଂ ଶିକ୍ଷା ସଂସ୍କାରକ। ସେ ୧୫ଶହରୁ ଅଧିକ ଇତୁନ୍‌ ଅସ୍ରା କେନ୍ଦ୍ର ଜରିଆରେ ଆଦିବାସୀ ପରମ୍ପରାକୁ ସୁରକ୍ଷା ଦେଇଛନ୍ତି। ସେ ଆଦିବାସୀ ଯୁବବର୍ଗଙ୍କୁ ସଶକ୍ତ କରିବା ସହିତ ଆଦିବାସୀ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି। ସେହିପରି ବୟୋଜ୍ୟେଷ୍ଠ କଳାକାର ସୀମାଞ୍ଚଳ ପାତ୍ର ୮୦ ବର୍ଷରୁ ଅଧିକ ସମୟ ଧରି ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକମଞ୍ଚ ପରମ୍ପରା ପ୍ରହ୍ଲାଦ ନାଟକର ପ୍ରଚାରପ୍ରସାର ଏବଂ ସଂରକ୍ଷଣ ଦିଗରେ ନିରନ୍ତର ପ୍ରୟାସ କରି ଆସିଛନ୍ତି। ସେ ନିଜର ବ୍ୟକ୍ତିଗତ ସଞ୍ଚିତ ଅର୍ଥରୁ ସିଂହଭାଗ ଏହି କଳାର ସଂରକ୍ଷଣ ପାଇଁ ବିନିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ: India vs New Zealand: ଅଭିଷେକଙ୍କ ୧୪ ବଲ୍‌ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍‌ ପରାଜୟ

ସେହିପରି ବୁଣାକାର ଶରତ କୁମାର ପାତ୍ର ଇକ୍କତ ବୟନ ଶୈଳୀ ଏବଂ ନବସୃଜନ ପାଇଁ ପରିଚିତି ହାସଲ କରିଛନ୍ତି। ସେ ୫୦ରୁ ଅଧିକ ପ୍ରାକୃତିକ ରଙ୍ଗ ଉଦ୍ଭାବନ କରିଛନ୍ତି ଏବଂ ପାରମ୍ପରିକ ପ୍ରାକୃତିକ କପଡ଼ା ରଙ୍ଗ ପ୍ରକ୍ରିୟାର ପୁନରୁଦ୍ଧାର କରିଛନ୍ତି। ସେ ଶତାଧିକ ଅବହେଳିତ ବୁଣାକାରଙ୍କୁ ମଧ୍ୟ ତାଲିମ ଦେଇ ବୟନ ଶିଳ୍ପର ପୁନରୁଦ୍ଧାର ଦିଗରେ ଯୋଗଦାନ ଦେଇଛନ୍ତି। ମହେନ୍ଦ୍ର କୁମାର ମିଶ୍ର ଜଣେ ସାହିତ୍ୟିକ ଓ ଶିକ୍ଷାବିତ୍‌ ଭାବେ ୨୫ରୁ ଅଧିକ ପୁସ୍ତକ ଏବଂ ୧୦୦ରୁ ଅଧିକ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି। ଆଦିବାସୀ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ଏହାକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: President Of India: ଆପଣମାନେ ସମସ୍ତେ ଆମର ଜୀବନ୍ତ ଗଣତନ୍ତ୍ରକୁ ମଜବୁତ୍ କରୁଛନ୍ତି: ରାଷ୍ଟ୍ରପତି

୨୦୨୬ ବର୍ଷ ପାଇଁ କଳା, ସମାଜ ସେବା, ଲୋକସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡା, ନାଗରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ମୋଟ୍‌ ୧୩୧ ଜଣ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ଏବଂ ୬ ଜଣ ବିଦେଶୀ ଓ ପ୍ରବାସୀ ନାଗରିକ ସାମିଲ ରହିଛନ୍ତି । ସେହିପରି ୧୬ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe