ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ: ହାତୀ ଦାନ୍ତ ଚୋରା ଚାଲାଣ ନେଇ ଘେରିଲେ ବିରୋଧୀ

Advertisment

ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ । ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି...

ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ । ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି...

Government, one year, many exploitations, many speeches: Opposition takes issue with ivory smuggling

Government, one year, many exploitations, many speeches: Opposition takes issue with ivory smuggling Photograph: (sambad.in)

ବାଲେଶ୍ବର: ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ । ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି ।  ୨୦୨୪ପୂର୍ବରୁ ଯେଉଁ ପରି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା, ତା ପରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି। ନୀଳଗିରି ବିଜେପି ବିଧାୟକଙ୍କ ଛତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି ।

ଗତ ଜୁନ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି । ତଦନ୍ତ କରି ବନ ବିଭାଗ ଜାଣିଲା ଯେ, ଅଭିଯୁକ୍ତମାନେ ବିଧାୟକ ସନ୍ତୋଷ ଖଟୁଆଙ୍କଙ୍କ ଫାର୍ମ ହାଉସରେ ଲୁଚି ଥିଲେ । ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି । ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି । ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ତାହାର ମାଲିକ ଏବେ ଵି ମୁକୁଳାରେ ବୁଲୁଛନ୍ତି । ସନ୍ତୋଷ ଖଟୁଆ ଗିରଫ ହୋଇ ନାହାନ୍ତି। ବୋଧେ ଶାସକ ଦଳ ବିଧାୟକ ବୋଲି ଏପରି ଛୁଟ୍ ମିଳିଛି।  

ବନ ବିଭାଗ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ ଫାର୍ମ ହାଉସରୁ ଗିରଫ କରିଛନ୍ତି. ହେଲେ ହାତୀ ଦାନ୍ତ ମିଳି ନାହିଁ। ମାଷ୍ଟରମାଇଣ୍ଡ ସନ୍ତୋଷ ଖଟୁଆ ଖୁଲମଖୁଲା ବୁଲୁଛନ୍ତି ବୋଲି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ସନ୍ତୋଷ ଖଟୁଆ ଛୋଟ ଚୋରରୁ ବଡ଼ ଚୋର ହୋଇଛନ୍ତି. ୧୯୯୦ରେ ବାଲେଶ୍ୱର ଆଲଏରେ କାମ କରୁଥିଲେ। ୧୫ବର୍ଷରେ କମ୍ପାନି ଦେବାଳିଆ ହେଲା । ହେଲେ ସନ୍ତୋଷ କୋଟିପତି ହୋଇଗଲେ । ସେ ନିଜେ ରେମୁଣାର । ହେଲେ ସେଠି ଜଙ୍ଗଲ ନଥିବାରୁ ନୀଳଗିରି ଯାଇ ନିରୀହ ଆଦିବାସୀଙ୍କ ପ୍ରାକୃତିକ ସମ୍ପଦ ଲୁଟ କଲେ । ଭାଉରିଆବାଡ଼ରେ ୧୫ ଏକର ହାଇସ୍କୁଲ ଜମିକୁ ମାଡି ବସିଛନ୍ତି ।

୨୦୦ ଏକର ଜଙ୍ଗଲ ଜମି ଜବରଦଖଲ କରିଛନ୍ତି । ଯେଉଁ କାମ ପାଇଁ ଜମି ନେଇଥିଲେ, ତାହା ନ କରି ବାଲି ଓ ମୋରମ ବେଆଇନ ଭାବେ ଖନନ କରୁଛନ୍ତି ।

ଦାବି କରୁଛୁ ଯେ ପେସା ଆଇନ ସନ୍ତୋଷଙ୍କ ଉପରେ ଲାଗିବା ସହ ହାତୀ ସଂରକ୍ଷଣ ଦଣ୍ଡ ଓ ଆଦିବାସୀ ଉତ୍ପୀଡ଼ନ ଧାରା ଲଗାଯାଇ ଗିରଫ କରାଯାଉ ବୋଲି ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ସରକାର ଗୁଣ୍ଡରାଜ ଚଳାଇଛନ୍ତି: ପ୍ରମିଳା ମଲ୍ଲିକ

ଯେଉଁ ପାଞ୍ଚ ଶିକାରୀ ହାତୀକୁ ମାରି ତସ୍କରୀ କରିବାରେ, ସେମାନେ ଗିରଫ ହୋଇଛନ୍ତି ବିଧାୟକଙ୍କ ଫାର୍ମ ହାଉସରୁ. ଗାଁ ଲୋକଙ୍କ ଆଗରେ ମୁଲଚାଲ ହେଉଛି. ତେବେ ତଦନ୍ତ କେମିତି ନିରପେକ୍ଷ ହେବ. ବନଜୀବ ସଂରକ୍ଷଣ ଆଇନ ଅନୁସାରେ ତଦନ୍ତ ହେଉ। ଠିକ ସମୟରେ ତଦନ୍ତ ହେଲେ, ଭବିଷ୍ୟତରେ ଏପରି ସ୍ପର୍ଶକାତର ବିଷୟ ହେବନି  ବୋଲି ପୂର୍ବତନ ବିଧାୟକ ସୁକାନ୍ତ ନାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ: ଗହଳି ସମୟରେ ଦୁଇଗୁଣ ଭଡ଼ା ଆଦାୟ କରିପାରିବେ ଓଲା, ଉବର

Baleswar | ivory smuggling 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe