ଉଦ୍ଧବଙ୍କୁ ରାଜ୍ୟପାଳ ପୁରସ୍କାର

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା’ ଉମାଦେବୀ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ କାଉନସେଲର ତଥା ଆଇଟି ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଛି...

Governor's Award for Uddhav

Governor's Award for Uddhav Photograph: (sambad.in)

ଭୁବନେଶ୍ୱର/ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା’ ଉମାଦେବୀ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର  ଯୁବ ରେଡକ୍ରସ କାଉନସେଲର ତଥା ଆଇଟି ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଛି।

ଭୁବନେଶ୍ୱରସ୍ଥିତ ଅଭିଷେକ ପ୍ରେକ୍ଷାଳୟରେ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ପୁରସ୍କାର ବିତରଣ ଉତ୍ସବରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟଅତିଥି ଭାବେ ଯୋଗଦେଇ ପଧାନଙ୍କୁ ୨୦୨୩-୨୦୨୪ ବର୍ଷ ପାଇଁ ଟ୍ରଫି,ମାନପତ୍ର  ଓ ଅର୍ଥରାଶି ଦେଇ ସମ୍ମାନୀତ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ଓ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରକାଶ ଯେ, ପଧାନ  ଯୁବ ରେଡକ୍ରସର ଉଲ୍ଲେଖନୀୟ ଅବଦାନ ରହିଛି ଏବଂ ମ୍ୟାଜିକ୍ ମାଧ୍ୟମରେ ଅନ୍ଧବିଶ୍ୱାସ ଉପରେ ସଚେତନତା ସୃଷ୍ଟି କରି ଲୋକପ୍ରିୟ ଯାଦୁଗର ଭାବରେ ବେଶ ପରିଚିତ।

ଅଧିକ ପଢ଼ନ୍ତୁ: ୨ ବର୍ଷରେ ସାଇବର ଠକଙ୍କଠାରୁ ୩.୫ କୋଟିରୁ ଅଧିକ ଜବତ: ମୁଖ୍ୟମନ୍ତ୍ରୀ ମାଝୀ

ପୂର୍ବରୁ ସବୁଜ ଯୋଦ୍ଧା ସେନାପତି ସମ୍ମାନ, ସଂସ୍କୃତି ସେବା ସମ୍ମାନ, ବିଲ୍ଲଡ଼ ଭାରତ ଲିଡରସିପ ଆୱାର୍ଡ , ବେଷ୍ଟ ଯାଦୁଗର ସମେତ ବିଭିନ୍ନ ମଞ୍ଚରେ ଭାବରେ ସମ୍ମାନିତ ହୋଇଛନ୍ତି। ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସ କନଭେନର ସେକ୍ରେଟାରୀ ଉମାକାନ୍ତ ନାଗ, ଜିଲ୍ଲା ସଂଯୋଜକ ବିଶ୍ଵନାଥ ମିଶ୍ର, ସମସ୍ତ କାଉନସେଲର,ଜିଲ୍ଲା ଯାଦୁଗର ସଙ୍ଘ ସଭାପତି ଯଦୁନାଥ ମିଶ୍ର ଏବଂ ସମସ୍ତ ସ୍ବେଛାସେବୀ  ପଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତାର ଶ୍ରେୟ ପଧାନଙ୍କ ସହଧର୍ମିଣୀ ଫରେଷ୍ଟର ସୋନାଲିକା,ସମସ୍ତ ଗୁରୁଜନ, ପରାମର୍ଶ ଦାତା ଏବଂ  ସ୍ବେଛାସେବୀମାନଙ୍କୁ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଔଷଧ ସେବନ କଲେ ଉପଶମ ହେଉନି ରୋଗ: ବଜାରରେ ନକଲି ଔଷଧ ରାକେଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe