ସୋର: ବା‌ଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାର ଆହାର କେନ୍ଦ୍ର‌ରେ ଆତଙ୍କ ଖେଳାଇଛି ଜଣେ ବନ୍ଧୁକଧାରୀ ଯୁବକ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି। ସୂଚନା ଅନୁସାରେ, ସୋର ଥାନା ଋଷୋ ଗ୍ରାମର ହେମନ୍ତ ସାହାଣୀ (୨୦) ଆଜି ମଧ୍ୟାହ୍ନରେ ସୋର ଡାକ୍ତରଖାନାର ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲା। ତେବେ, ହେମନ୍ତଙ୍କ ପାଖରେ ଏକ ପିସ୍ତଲ ଥିବା ଦେଖି ଅନ୍ୟମାନେ ଛାନିଆ ହୋଇପଡ଼ିଥିଲେ।

Advertisment

Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

କିଛିଲୋକ ଏନେଇ ଆପତ୍ତି କରିବାରୁ ହେମନ୍ତ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲା। ତଥାପି କିଛି ଲୋକ ସାହସର ସହ ତାକୁ ପଛରୁ ମାଡ଼ି ବସିଥିଲେ। ଖବରପାଇ ସୋର ପୁଲିସ ପହଞ୍ଚି ବନ୍ଧୁକ ଜବତ କରିବା ସହିତ ହେମନ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ