ଭୁବନେଶ୍ବର: ଦୀପାବଳି - ଆଲୋକର ପର୍ବ । ଜୀବନରେ ଅନ୍ଧାର ଦୂରେଇ ଯାଉ, ଜୀବନ ଆଲୋକମୟ ହେଉ । ଏହି ଆଶାରେ ଦୀପଜାଳି ଶୁଭେଚ୍ଛା ଜଣାନ୍ତି ଲୋକେ । ଏକ ସୁନ୍ଦର ପରମ୍ପରା ଏକ ସୁନ୍ଦର ପର୍ବରେ ଖୁସି କେବେ କେବେ କିଛି ଆମାନିଆଙ୍କ ପାଇଁ ଦୁଃଖରେ ପରିଣତ ହୁଏ । କିଛି ଲୋକ ପର୍ବ ପାଳିବା ବାହାନାରେ ପୂର୍ବ ଶତ୍ରୁତାକୁ ସୁଝାନ୍ତି । ବାଣ ଫୁଟାଇବା ଆଳରେ ବାଣ ଫିଙ୍ଗି ଦିଅନ୍ତି । ରାଗ ରୁଷା ରଖି ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ଖାଲି ସେତିକି ନୁହେଁ ବାଣ ଫୁଟାଇବାକୁ ନେଇ ପ୍ରତିଯୋଗିତା ବି ଚାଲେ, ଯେଉଁ ପ୍ରତିଯୋଗିତା ହିଂସା, ଗଣ୍ଡଗୋଳର ରୂପ ବି କେବେ କେବେ କେତେକ ସ୍ଥାନରେ ନେଇଥିବା ନଜିର ରହିଛି । 

Advertisment

ଆହୁରି ପଢନ୍ତୁ-

Smokeless Candle This Diwali: ଆଗେ ପରିବେଶ, ପରେ ପର୍ବ ! ଦୀପାବଳିରେ ଜାଳନ୍ତୁ ଧୂଆଁବିହୀନ ଦୀପ ଓ ମହମବତୀ... ପରିବେଶପ୍ରେମୀ ବିଶ୍ବଙ୍କ ନିଆରା ପ୍ରୟାସ

ଖାମଖିଆଲି ହେଇ ବାଣ ଫୁଟାଇବା ଏବଂ ବାଣକୁ ନେଇ ଆଦୌ ସତର୍କ ନହେବା କାରଣରୁ ଦୀପାବଳି ଦିନ ଅନେକ ଅଘଟଣମାନ ସାମ୍ନାକୁ ଆସେ । ଅନେକ ଦୀପ ନିଆଁରେ ହେଉ କି ବାଣ ନିଆଁରେ ହେଉ ଜଳିଯାଇ, ଫୁଟିଯାଇ ଗୁରୁତର ହୁଅନ୍ତି । କେଉଁଠି କେଉଁଠି ବି ବାଣ ଫୁଟି ପ୍ରାଣ ଯିବାର ଖବର ଆସେ । ବାଣନେବା ବେଳେ ଅନେକ ସମୟରେ ବ୍ୟବସାୟୀ ହୁଅନ୍ତୁ କି ଲୋକ ବିସ୍ଫୋରଣର ଶିକାର ହୁଅନ୍ତି । ଗାଡିରେ ବୋହି ନେବା ବେଳେ, କାରରେ ଭର୍ତ୍ତି କରି ନେବା ବେଳେ ଏହି ବିସ୍ଫୋରଣ ହୁଏ । ଗତ ୨ ଦିନ ତଳେ ଜୟଦେବ ବିହାର ଓଭର ବ୍ରିଜ ଉପରେ ସ୍କୁଟିରେ ବାଣ ନେଇ ଯିବା ବେଳେ ବିସ୍ଫୋରଣ ଘଟି ୨ ଗୁରୁତର ହୋଇଥିବା ବେଳେ ଅଗ୍ନିକାଣ୍ଡରେ ସେମାନଙ୍କ ସ୍କୁଟି ପୂରା ପାଉଁଶ ହୋଇଯାଇଥିଲା 

ତେଣୁ ବାଣ ନେବା ବେଳେ ହେଉ କି ବାଣ ଫୁଟାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଆଗେ ଜୀବନ, ତାପରେ ଯାହା । ଜୀବନ ସୁରକ୍ଷିତ ଥିଲେ ଖୁସି କରିବେ । କିନ୍ତୁ ସାମାନ୍ୟ ଖୁସି ଜୀବନ ନନେଉ ଏଥିପ୍ରତି ଧ୍ଯାନ ଦେବାର ବେଳ । ବାଣ ଫୁଟାଇଲା ବେଳେ ଘର, ଚାଳଘର, ବୟସ୍କ ବ୍ୟକ୍ତି, ରୋଗୀ, ଛୋଟ ପିଲାଙ୍କ ଠାରୁ ଦୂରେଇ ଫୁଟାନ୍ତୁ । ସବୁଜ ବାଣ ଏବଂ ଅଳ୍ପ ଶବ୍ଦ ପ୍ରଦୂଷଣକାରୀ ବାଣକୁ ଗୁରୁତ୍ବ ଦିଅନ୍ତୁ ।

ବାଣ ଫୁଟାଇବା ବେଳେ ସରକାର କିମ୍ବା ପ୍ରଶାସନର ନିୟମ ମାନନ୍ତୁ । କଟକଣା ଭିତରେ ରହି ସବୁ କାମ କରନ୍ତୁ । ସଂଧ୍ଯା ୭ରୁ ୯ ମାନେ ଗୋଚେ ମିନିଟ୍ ଯେମିତି ଅଧିକ ବାଣ ନଫୁଟାଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନହେଲେ ପୋଲିସ ବାନ୍ଧିବ । ଖୋଲା ଚେତାବନୀ ଦିଆଯାଇଥିବା ବେଳେ ଆପଣ ନିଜ ତରଫରୁ ସତର୍କ ହେଳେ ଅଘଟଣ ଘଟିବନି କି ଅକାଳରେ ଜୀବନ ଯିବନି ।

ଆହୁରି ପଢନ୍ତୁ-

Heart Breaking: ହାଏରେ ମଣିଷ ତୁ ଏ କି କଲୁ…? ଷଣ୍ଢ ମୁହଁରେ ବିସ୍ଫୋରଣ, ଖାଦ୍ୟରେ କିଏ ଦେଇଦେଲା ବାଣ !

ଆପଣ ଯଦି ଭୁବନେଶ୍ବରରେ ରହୁଛନ୍ତି ତେବେ ବାଣଫୁଟାକୁ ନେଇ ଏକଦମ ସତର୍କତା ଅବଲମ୍ବନ କରିବା ସହ କଟକଣା ମାନନ୍ତୁ । ନଚେତ ରାତି ୯ଟା ପରେ ବାଣ ଫୁଟାଇଲେ ପୁଲିସ ବାନ୍ଧିବାଟା ଥୟ । ବଡ଼କଥା ହେଲା ସବୁଜ ବାଣ ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବି ବନ୍ଧା ହେବେ । ଖାଲି ଏତିକି ନୁହେଁ ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ । ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ଭୁବନେଶ୍ବର ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ନିଜ ସୁରକ୍ଷା ନିଜ ହାତରେ । ତେଣୁ ଆସନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀ ଭିତରେ ରହି ଦୀପାବଳି ପାଳିବା…

firecracker | Odisha

ଶୁଭ ଦୀପାବଳି