Hari Shankar temple wall collapsed: ଭାଙ୍ଗିଲା ହରିଶଙ୍କର ମନ୍ଦିର ପାଚେରୀ: ତୁରନ୍ତ ନିର୍ମାଣ ପାଇଁ ଦାବି

Advertisment

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ପାଚେରୀ ବିନା ବର୍ଷାରେ ଦିନେ ତଳେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ହରିଶଙ୍କର ଏକ ପୁଣ୍ୟ କ୍ଷେତ୍ର ହୋଇଥିବା ବେଳେ ଚିର ସ୍ରୋତା ଝରଣା, ପ୍ରାକୃତିକ ଶୋଭା ପାର୍କ ପାଇଁ ପ୍ରତିଦିନ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି...

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ପାଚେରୀ ବିନା ବର୍ଷାରେ ଦିନେ ତଳେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ହରିଶଙ୍କର ଏକ ପୁଣ୍ୟ କ୍ଷେତ୍ର ହୋଇଥିବା ବେଳେ ଚିର ସ୍ରୋତା ଝରଣା, ପ୍ରାକୃତିକ ଶୋଭା ପାର୍କ ପାଇଁ ପ୍ରତିଦିନ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି...

Hari Shankar temple wall collapsed

Hari Shankar temple wall collapsed Photograph: (sambad.in)

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକର ପ୍ରମୁଖ ପୁଣ୍ୟକ୍ଷେତ୍ର ହରିଶଙ୍କର ମନ୍ଦିରର ପାଚେରୀ ବିନା ବର୍ଷାରେ ଦିନେ ତଳେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।\

ହରିଶଙ୍କର ଏକ ପୁଣ୍ୟ କ୍ଷେତ୍ର ହୋଇଥିବା ବେଳେ ଚିର ସ୍ରୋତା ଝରଣା, ପ୍ରାକୃତିକ ଶୋଭା, ଔଷଧୀୟ ଗୁଲ୍ମ ଲତା, ହରିଣ ପାର୍କ ପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏବେ ଶୀତଦିନ ତଥା ପିକନିକ ଋତୁ ହୋଇଥିବାରୁ ହଜାର ହଜାର ଲୋକ, ଛାତ୍ରୀଛାତ୍ରଙ୍କ ଭିଡ଼ ହେଉଛି।

ଆହୁରି ପଢ଼ନ୍ତୁ:CCTV Cameras At Border: ସୀମାନ୍ତରେ ସିସି କ୍ୟାମେରା ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ

ଆଉ ଏହି ସମୟରେ ମନ୍ଦିର ପାଚେରୀ ଭାଙ୍ଗି ଯାଇଥିବା ବେଳେ ଠାକୁରଙ୍କ ଦୟାରୁ କୌଣସି ଅଘଟଣ ହୋଇ ନଥିବା ଲୋକେ ଆଲୋଚନା କରିଛନ୍ତି। 

୨୦ ବର୍ଷ ତଳର ପାଚେରୀ 

ପ୍ରାୟ ୨୦ ବର୍ଷ ତଳେ ଏହି ପାଚେରୀ ନିର୍ମାଣ ହୋଇଥିଲା। ଦୁଇବର୍ଷ ତଳେ ମନ୍ଦିର ଚାରିପାଖର ଉନ୍ନୟନ କାମ ହୋଇଥିଲେ ମଧ୍ୟ ଏହି ପାଚେରୀ କାମ ହୋଇ ନଥିଲା। ଯାହା ଫଳରେ ପାଚେରୀ ଦୁର୍ବଳ ହୋଇ ଫାଟ ହୋଇ ରହିଥିଲା। 

ହଠାତ୍ ଦିନେ ତଳେ ରାତିରେ ଏହି ପାଚେରୀ ତଳୁ ଭାଙ୍ଗି ଯାଇଥିବା ଦେଖାଯାଇଥିଲା। ମନ୍ଦିର ପୂର୍ବ ପଟରେ ପ୍ରାୟ ୨୦ ଫୁଟ ଲମ୍ବରେ ପାଚେରୀ ଭାଙ୍ଗି ଯାଇଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ:Check Your CIBIL Score Without a PAN Card: ବିନା ପାନ୍‌ କାର୍ଡରେ ସିବିଲ୍‌ ସ୍କୋର୍‌ ଜାଣନ୍ତୁ...

ତୁରନ୍ତ ପାଚେରୀ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ପାଟଣାଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁନୀଲ କୁମାର ମେହେରଙ୍କୁ ପଚାରିବାରୁ ପାଚେରୀ ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ: ସରୋଜ ମିଶ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe