Advertisment

Hasta is stuck in Dubai: ଦୁବାଇରେ ଫସିଛନ୍ତି ହସ୍ତା: ଉଦ୍ଧାର ପାଇଁ ଭିଡିଓରେ ନିବେଦନ କଲେ, ଟଙ୍କା ପାଇଁ ବିକ୍ରି କରିଦେଇଥିଲା ସ୍ବାମୀ

Advertisment

ମା’ଙ୍କୁ ଝୁରୁଛନ୍ତି ତିନି ନାବାଳିକା ଝିଅ। ମାସେ କି ଦୁଇମାସ ନୁହେଁ, ଦୀର୍ଘ ଦଶବର୍ଷ ହେଲା ମା’ର ମୁହଁ ଦେଖିନାହାନ୍ତି ଝିଅମାନେ। କାରଣ, ମା’ ଦୁବାଇରେ ବିକ୍ରି ହୋଇସାରିଛି। ମା’ଙ୍କୁ ଫେରାଇ ଆଣିବାକୁ ଝିଅ ଓ ପରିବାରବର୍ଗ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ମା’ଙ୍କୁ ଝୁରୁଛନ୍ତି ତିନି ନାବାଳିକା ଝିଅ। ମାସେ କି ଦୁଇମାସ ନୁହେଁ, ଦୀର୍ଘ ଦଶବର୍ଷ ହେଲା ମା’ର ମୁହଁ ଦେଖିନାହାନ୍ତି ଝିଅମାନେ। କାରଣ, ମା’ ଦୁବାଇରେ ବିକ୍ରି ହୋଇସାରିଛି। ମା’ଙ୍କୁ ଫେରାଇ ଆଣିବାକୁ ଝିଅ ଓ ପରିବାରବର୍ଗ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

sfsfhsfhxvb

ଟିଟିଲାଗଡ଼: ମା’ଙ୍କୁ ଝୁରୁଛନ୍ତି ତିନି ନାବାଳିକା ଝିଅ। ମାସେ କି ଦୁଇମାସ ନୁହେଁ, ଦୀର୍ଘ ଦଶବର୍ଷ ହେଲା ମା’ର ମୁହଁ ଦେଖିନାହାନ୍ତି ଝିଅମାନେ। କାରଣ, ମା’ ଦୁବାଇରେ ବିକ୍ରି ହୋଇସାରିଛି। ମା’ଙ୍କୁ ଫେରାଇ ଆଣିବାକୁ ଝିଅ ଓ ପରିବାରବର୍ଗ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନ ମଧ୍ୟ କସରତ ଆରମ୍ଭ କରିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦ ଓ ଜଗୁଆ ଗାଁର ହସ୍ତା ବିଶି ପ୍ରେମ ବିବାହ କରିଥିଲେ। ଘରୁ ପଳାଇ ମୁମ୍ବାଇରେ ରହି ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ତିନିଟି ଝିଅ ଜନ୍ମ ହେବା ପରେ ପ୍ରେମା ଓ ହସ୍ତା ଗାଁକୁ ଆସିଥିଲେ। ଜଗୁଆ ଗାଁରେ ରହୁଥିବା ହସ୍ତାଙ୍କ ବୃଦ୍ଧ ମାତାପିତାଙ୍କ ପାଖରେ ତିନି କନ୍ୟା ସନ୍ତାନଙ୍କୁ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଗଲେ।

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

ଉଦ୍ଧାର ପାଇଁ ଭିଡିଓରେ ନିବେଦନ କଲେ
ଟଙ୍କା ପାଇଁ ବିକ୍ରି କରିଦେଇଥିଲା ସ୍ବାମୀ
୧୦ ବର୍ଷ ହେଲା ମା’ ମୁହଁ ଦେଖିନାହାନ୍ତି ୩ ଝିଅ

ହେଲେ ସେଠାରେ ନିଜ ସ୍ତ୍ରୀ ହସ୍ତାଙ୍କୁ ଅନ୍ୟ ଏକ ପରିବାର ହାତରେ ଟେକିଦେଲା ସ୍ୱାମୀ ପ୍ରେମା ମହାନନ୍ଦ। ହସ୍ତାଙ୍କୁ ସମ୍ପୃକ୍ତ ପରିବାର ଦୁବାଇ ନେଇଗଲେ। ଦୁବାଇ ଯିବାର ସାତବର୍ଷ ହୋଇଥିବାବେଳେ ସେମାନେ ମୁମ୍ବାଇ ଯିବାର ଦଶବର୍ଷ ହେଲାଣି। ହସ୍ତା ସେବେଠାରୁ ଆଉ ଫେରିନାହାନ୍ତି। ଦୁବାଇରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଭିଡିଓ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ହସ୍ତାଙ୍କୁ ତାଙ୍କ ସ୍ୱାମୀ ପ୍ରେମା ଟଙ୍କା ପାଇଁ ଦୁବାଇରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରମ ବିଭାଗ ସହ ଆଲୋଚନା କରିଛନ୍ତି। ଦୁବାଇର ଶେଖ୍‌ ପରିବାର ସହ ମଧ୍ୟ ଯୋଗାଯୋଗ କରିଛନ୍ତି। ଝିଅମାନଙ୍କ ପାଖକୁ ମା’କୁ ଫେରାଇ ଆଣିବା ନେଇ ପ୍ରଶାସନ ସମସ୍ତ ଉଦ୍ୟମ ଆରମ୍ଭ କରିଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ କହିଛନ୍ତି।

Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe