ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ବୌଦ୍ଧ ଉତ୍ତପ୍ତ ସହର

Advertisment

ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସୋମବାର ରାଜ୍ୟର ପାଞ୍ଚଟି ସହରରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ସୋମବାର ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ଭାବରେ ଉଭା ହୋଇଛି...

Updated On

ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସୋମବାର ରାଜ୍ୟର ପାଞ୍ଚଟି ସହରରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ସୋମବାର ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ଭାବରେ ଉଭା ହୋଇଛି...

ଅଦ୍ୟତନ ହୋଇଛି
Heatwave in Odisha: Temperatures above 40 degrees in 5 cities, Boudh among hottest cities

Heatwave in Odisha: Temperatures above 40 degrees in 5 cities, Boudh among hottest cities Photograph: (sambad.in)

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସୋମବାର ରାଜ୍ୟର ପାଞ୍ଚଟି ସହରରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ସୋମବାର ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ଭାବରେ ଉଭା ହୋଇଛି।

ଏହି ସୂଚନା ପାଣିପାଗ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରି ସେଲସିୟସ୍ ଥିବାବେଳେ ଦ୍ବିତୀୟ ସ୍ଥାନରେ ବରଗଡ଼ ରହିଛି।

ବରଗଡ଼ର ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ରହିଛି। ସେହିପରି ଅନୁଗୁଳର ତାପମାତ୍ରା ୪୦.୭ ଡିଗ୍ରି ସେଲସିୟସ୍, ଟିଟିଲାଗଡ଼ର ୪୦.୫ ଡିଗ୍ରି ସେଲସିୟସ୍ ଏବଂ ମାଲକାନଗିରିର ୪୦.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ: ରାମ ମନ୍ଦିରରେ ଆଉ ରହିବେ ନାହିଁ ମୁଖ୍ୟ ପୂଜକ

ଭୁବନେଶ୍ୱରରେ ତାପମାତ୍ରା ୩୬.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି  କଟକର ତାପମାତ୍ରା  ୩୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି।

Temperatures above 40 degrees in 5 cities
Temperatures above 40 degrees in 5 cities

ପ୍ରବଳ ଗରମ ମଧ୍ୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାବାସୀଙ୍କୁ ପରାମର୍ଶ ଦେଇଛି।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ଦଳାଚକଟାର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ : ଆହ୍ଲାବାଦ ହାଇକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe