High Court ASO Exam Date: ହାଇକୋର୍ଟ ଏଏସ୍ଓ‌ ପରୀକ୍ଷା କେଳେଙ୍କାରୀ: ସିବିଆଇ, କ୍ରାଇମବ୍ରାଞ୍ଚରୁ ଦସ୍ତାବିଜ ସଂଗ୍ରହ

Advertisment

ହାଇକୋର୍ଟ ଏଏସ୍ଓ‌ ପରୀକ୍ଷା ପ୍ରଶ୍ନ ଉତ୍ତର ଭାଇରାଲ୍ ଘଟଣାରେ ପୂର୍ବରୁ ପୁଲିସ ଏସ୍ଆ‌ଇ ଓ ଓଟିଇଟି ପରୀକ୍ଷା କେଳେଙ୍କାରୀରେ ସାମିଲ ଥିବା ୫ ଜଣଙ୍କୁ ଯୋଡ଼ିବାକୁ ଯାଉଛି ଲାଲବାଗ ଥାନା ପୁଲିସ। ସିବିଆଇ ଓ କ୍ରାଇମବ୍ରାଞ୍ଚ ନିକଟରୁ ଏ ସଂକ୍ରାନ୍ତ ଦସ୍ତାବିଜ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି।

ହାଇକୋର୍ଟ ଏଏସ୍ଓ‌ ପରୀକ୍ଷା ପ୍ରଶ୍ନ ଉତ୍ତର ଭାଇରାଲ୍ ଘଟଣାରେ ପୂର୍ବରୁ ପୁଲିସ ଏସ୍ଆ‌ଇ ଓ ଓଟିଇଟି ପରୀକ୍ଷା କେଳେଙ୍କାରୀରେ ସାମିଲ ଥିବା ୫ ଜଣଙ୍କୁ ଯୋଡ଼ିବାକୁ ଯାଉଛି ଲାଲବାଗ ଥାନା ପୁଲିସ। ସିବିଆଇ ଓ କ୍ରାଇମବ୍ରାଞ୍ଚ ନିକଟରୁ ଏ ସଂକ୍ରାନ୍ତ ଦସ୍ତାବିଜ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି।

high court22

କଟକ: ହାଇକୋର୍ଟ ଏଏସ୍ଓ‌ ପରୀକ୍ଷା ପ୍ରଶ୍ନ ଉତ୍ତର ଭାଇରାଲ୍ ଘଟଣାରେ ପୂର୍ବରୁ ପୁଲିସ ଏସ୍ଆ‌ଇ ଓ ଓଟିଇଟି ପରୀକ୍ଷା କେଳେଙ୍କାରୀରେ ସାମିଲ ଥିବା ୫ ଜଣଙ୍କୁ ଯୋଡ଼ିବାକୁ ଯାଉଛି ଲାଲବାଗ ଥାନା ପୁଲିସ। ସିବିଆଇ ଓ କ୍ରାଇମବ୍ରାଞ୍ଚ ନିକଟରୁ ଏ ସଂକ୍ରାନ୍ତ ଦସ୍ତାବିଜ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଏହି ୫ ଅଭିଯୁକ୍ତଙ୍କୁ ଏଏସ୍ଓ‌ କେଳେଙ୍କାରୀ ଘଟଣାରେ ପୁଲିସ ରିମାଣ୍ଡରେ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଲାଲବାଗ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ

ହାଇକୋର୍ଟର ଏଏସ୍ଓ‌-୨୦୨୪ ମୁଖ୍ୟ ଲିଖିତ ପରୀକ୍ଷା ୨୦୨୫ ଜୁଲାଇରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତି ଦାୟିତ୍ବ ନେଇଥିଲା ଭୁବନେଶ୍ବରର ଘରୋଇ ସଂସ୍ଥା ସିଲିକନ ଟେକ୍ ପ୍ରାଇଭେଟ୍ ଲିମିଟେଡ। କିନ୍ତୁ ଏହି ପ୍ରଶ୍ନପତ୍ରର ମଡେଲ୍ ଉତ୍ତର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଶଙ୍କର ପୃଷ୍ଟି ଗ୍ୟାଙ୍ଗ ହାତରେ ଲାଗିଥିଲା। ପରେ ୭୦ ପ୍ରାର୍ଥୀଙ୍କୁ ପ୍ରଶ୍ନ ଉତ୍ତର ବିକ୍ରି କରାଯାଇଥିଲା। ତେବେ ଏହି ମାମଲାରେ ସିଲିକନ୍ ମାଲିକ ସୁରେଶ ନାୟକ ଓ ପଞ୍ଚସଫ୍ଟ ମାଲିକ ଶଙ୍କରର ସମ୍ପୃକ୍ତି ନେଇ ପୁଲିସକୁ ପ୍ରାଥମିକ ତଦନ୍ତ ସମୟରେ ପ୍ରମାଣ ଲାଗିଥିବାରୁ ସେମାନଙ୍କୁ 
ମିଶାଇ ୫ ଜଣଙ୍କୁ ପୁଲିସ ଏହି ମାମଲାରେ ରିମାଣ୍ଡରେ ନେବାକୁ ଯାଉଛି। ଏଥିପାଇଁ ଲାଲବାଗ ଥାନା ପୁଲିସ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟ ମାଧ୍ୟମରେ ଭୁବନେଶ୍ବର ସିବିଆଇ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିବାକୁ ଯାଉଛି। ଅନୁମତି ମିଳିବା ପରେ ପୁଲିସ ଉକ୍ତ ୫ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିବ।

Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ

କୋଚିଂ ସେଣ୍ଟରରେ ପ୍ରାର୍ଥୀଙ୍କୁ ଏକାଠି କରୁଥିଲା ଜ୍ୟୋତିର୍ମୟୀ

ଏବେ ଉଭୟ ଶଙ୍କର ଓ ସୁରେଶ ଜେଲ୍‌ରେ ଥିବାରୁ ସେମାନଙ୍କୁ ଲାଲବାଗ ଥାନା ପୁଲିସ କୋର୍ଟଙ୍କ ଅନୁମତି ବଳରେ ରିମାଣ୍ଡରେ ଆଣି ଏଏସ୍ଓ‌ ପ୍ରଶ୍ନ ଉତ୍ତର କେଳେଙ୍କାରୀର ଗୁମର ଖୋଲିବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ୬ ଜଣ ଗିରଫ ହୋଇ ଜେଲ୍ ଯାଇଛନ୍ତି, ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜ୍ୟୋତିର୍ମୟୀ ସାହୁ କୋଚିଂ ସେଣ୍ଟରରେ ୭୦ ପ୍ରାର୍ଥୀଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଉଭୟ ଖାନନଗର ଓ ପୋଖରୀପୁଟରେ ପ୍ରାର୍ଥୀଙ୍କୁ ଏକାଠି କରିଥିବା ଭଳି ବଡ଼ ଭୂମିକା ତୁଲାଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe