Half Marathon in Sambalpur: ସମ୍ବଲପୁରରେ ହୀରାକୁଦ ଇଣ୍ଟରନ୍ୟାସନାଲ୍‌ ହାଫ୍ ମାରାଥନ୍: ‘୨୦୩୬ ଅଲିମ୍ପିକ୍ସ ପାଇଁ ଏବେଠୁ ପ୍ରୟାସ ଆରମ୍ଭ’

Advertisment

ରବିବାର ହୀରାକୁଦର ସୁଉଚ୍ଚ ମାଟିବନ୍ଧ ଉପରେ ଆୟୋଜିତ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍‌ରେ ବିଦେଶର ୪୦ ନାଗରିକଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ରବିବାର ହୀରାକୁଦର ସୁଉଚ୍ଚ ମାଟିବନ୍ଧ ଉପରେ ଆୟୋଜିତ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍‌ରେ ବିଦେଶର ୪୦ ନାଗରିକଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

fhsfhfsfhhfhf

ସମ୍ବଲପୁର: ରବିବାର ହୀରାକୁଦର ସୁଉଚ୍ଚ ମାଟିବନ୍ଧ ଉପରେ ଆୟୋଜିତ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍‌ରେ ବିଦେଶର ୪୦ ନାଗରିକଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ୨୧ କିମି ଦୌଡ଼ ମହିଳା ବର୍ଗରେ ସୋନିକା, ଭାରତୀ ଭାରତୀ, ଶାମ୍ପା ଗେନ୍‌, ସାରୋନ ମୋଲା ୱିଗ୍‌ଜୱ, କେ.ଏମ୍‌. ଜ୍ୟୋତି, ପୁରୁଷ ବର୍ଗରେ ପଞ୍ଚାନନ ବେରା, ଗଙ୍ଗା ଜର୍ଜ,  ‌ଶୈଳେଶ କୁଶୱାହା, ସୁନୀଲ ଜିନାଭାଇ ‌ଜୋଲିଆ, ଶୁଭମ ସିନ୍ଧୁ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ସେହିପରି ୧୦ କିମି ଦୌଡ଼ ମହିଳା ବର୍ଗରେ ଅଞ୍ଜୁ ଅଞ୍ଜୁ, ପୂଜା ବର୍ମା, ମିତାଲି ଦୀପକ ଭୋୟାର, ରୁବି କଶ୍ୟପ, ନେହା ପଟେଲ ଏବଂ ପୁରୁଷ ବର୍ଗରେ ଗୌରବ କାସନା, ମୋନୁ କୁମାର, ଲୋକେଶ ଚୌଧୁରୀ, ରବି ଚୌଧୁରୀ, ଅଙ୍କିତ ଅଙ୍କିତ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନ ହାସଲ କରିଥିଲେ। ୫ କିମି ଦୌଡ଼ ମହିଳା ବର୍ଗରେ ଭାରତୀ ନୈନ, ରାଜେଶ୍ବରୀ ସିଂହ, ଭଗବତୀ ଦେଓରା, ସୁସ୍ମିତା ଟିଗ୍‌ଗା ଓ ନିଶା କୁମାରୀ ସ’ ଏବଂ ପୁରୁଷ ବର୍ଗରେ ଚନ୍ଦରପାଲ ମୈୟା, ପ୍ରକାଶ କୁମାର, ସଉଦ ହସନ, ଅମନ କୁମାର, ବାବୁଲୁ ଟୁଡୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଥିଲେ।

ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍‌ ନିର୍ମାଣ କରିବ ‘ହାଲ୍’

ମାରାଥନ୍‌କୁ ଉଦ୍‌ଘାଟନ କରି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ହୀରାକୁଦର ମନୋରମ ପରିବେଶ ମଧ୍ୟରେ ଆୟୋଜିତ ଏହି ଦୌଡ଼ ସମ୍ବଲପୁରର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ବିଶେଷ କରି ଇଥିଓପିଆ, ନାଇଜେରିଆ ଭଳି ଦେଶରୁ ଆନ୍ତର୍ଜାତିକ ଖେଳାଳିମାନେ ଏଥିରେ ଯୋଗଦେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ, ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ। 

୪୦ ବିଦେଶୀଙ୍କ ସହିତ ଯୋଗଦେଲେ ୧୦ ହଜାର ପ୍ରତିଯୋଗୀ

ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଆହ୍ୱାନକୁ ଆଜିର ଏହି ମାରାଥନ୍ ସାର୍ଥକ କରୁଛି। ଯେତେବେଳେ ଜଣେ ଯୁବକ ଦୌଡ଼େ, ସେତେବେଳେ ପୂରା ସମାଜ ଦୌଡ଼େ ଏବଂ ଦେଶ ପ୍ରଗତି ପଥରେ ଦୌଡ଼େ। ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ପାଇଁ ଦୌଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଭବ୍ୟ ଆୟୋଜନ ସମ୍ବଲପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ଓ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ। ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ପର୍ଯ୍ୟଟକମାନେ ଆମର ସମୃଦ୍ଧ ସମ୍ବଲପୁରୀ ବସ୍ତ୍ର, କଳା ଓ ନିଆରା ଆତିଥ୍ୟକୁ ଅନୁଭବ କରିବାର ସୁଯୋଗ ପାଇବେ। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଏହି ପ୍ରୟାସ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ଏବଂ ଭାରତର ସମ୍ମାନକୁ ଆହୁରି ମଜଭୁତ କରିବ।

Pollution: ତାପମାତ୍ରା, ପ୍ରଦୂଷଣ ବଢ଼ାଉଛି ବେଆଇନ ଇଟାଭାଟି

ଉଲ୍ଲେଖନୀୟ ଯେ ଏହି ମାରାଥନ୍‌ରେ କେନିଆ, ଇଥିଓପିଆ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଜାମ୍ବିଆ, କଙ୍ଗୋ, ୟେମେନ, ସିରିଆ ଭଳି ବିଦେଶୀ ରାଷ୍ଟ୍ରର ଧାବକମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଅନୁଗୁଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଏମ୍‌ସିଏଲ୍‌ର ସିଏମ୍‌ଡି ଉଦୟ ଅନନ୍ତ କାଓଲେଙ୍କ ସମେତ ଗଣମାନ୍ୟ ବ୍ୟକ୍ତିବି‌ଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe