Hiwa hits milk tanker: 2 drivers absconding Photograph: (sambad.in)
ସାଲେପୁର: କଟକ ଜିଲ୍ଲାର ସାଲେପୁର ଥାନା ସୀମା ଅନ୍ତର୍ଗତ ବୋଡାମୁଣ୍ଡାଇ ଛକରେ ଏକ କ୍ଷୀର ଟ୍ୟାଙ୍କରକୁ ବେଆଇନ ଭାବେ ବାଲି ପରିବହନ କରୁଥିବା ହାଇୱା ଧକ୍କା ଦେଇଥିଲା। ଘଟିଥିବା ଏହି ଦୁର୍ଘଟଣାରେ ହାଇୱା ଡ୍ରାଇଭର ଗୁରୁତର ଆହତ ହୋଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବୋଡାମୁଣ୍ଡାଇ ଛକରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭରମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଅଧିକ ପଢ଼ନ୍ତୁ: ପିଲାଙ୍କୁ ଖଡ଼ି ଛୁ୍ଆଁଇଲେ ମୁଖ୍ୟମନ୍ତ୍ରୀ
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଗୁଡ଼ିକୁ ଜବତ କରିଛି। ସରକାର ବାଲି ପରିବହନ ଉପରେ କଟକଣା ଲଗାଇଥିବାବେଳେ ହାଇୱା ଗାଡିଟି ବେଆଇନ ଭାବରେ ବାଲି ପରିବହନ କରୁଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଯୁକ୍ତ ୨ ଖାତାଦେଖା ଆରମ୍ଭ: ମେ’୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ
Cuttack | Accident
Follow Us