ହୋଲି ହେଲା କାଳ: ସମୁଦ୍ରରେ ଗାଧୋଇବା ସମୟରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ହୋଲି ଖେଳ ପରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସାରି ସମୁଦ୍ରରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି...

Student drowns while bathing in sea

Student drowns while bathing in sea Photograph: (sambad.in)

ଛତ୍ରପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ହୋଲି ଖେଳ ପରେ ଏକ ଅଘଟଣ ଘଟିଛି।  ହୋଲି ଖେଳି ସାରି ସମୁଦ୍ରରେ ଗାଧୋଇବା ବେଳେ  ଗୋଡ଼ ଖସି ଯିବାରୁ ବୁଡ଼ି ଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ବୟସ ୧୦ବର୍ଷ । 

ପୂର୍ବହ୍ନ ୧୧ଟା ସମୟରେ ଗ୍ରାମର ମତ୍ସ୍ୟଜୀବୀ ବି.ବାବାଜୀଙ୍କ ପୁଅ ବି.ଚନ୍ଦନ ସାଙ୍ଗ ମାନଙ୍କ ସହ ହୋଲି ଖେଳ ସାରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ଯୋଗୁ ସେ ବୁଡି ଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଛତ୍ରପୁର ମେଡିକାଲ ପରିସର ଶୋକର ଛାୟା ଖେଳିଯାଇଥିଲା ।

ଅଧିକ ପଢ଼ନ୍ତୁ: ପୁରୀର ପାରମ୍ପରିକ ହୋଲି ଉତ୍ସବରେ ଯୋଗଦେଲେ ହେମା ମାଳିନୀ

ଘଟଣାସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚିଥିଲେ । କିପରି ତୁରନ୍ତ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିବ ତାହାର ବ୍ୟବସ୍ଥା କରିଥିଲେ ।

ଅଧିକ ପଢ଼ନ୍ତୁ: ପୁଲିସ ଅଧିକାରୀଙ୍କ ସହ ହୋଲି ପାଳନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଦେଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe