ଭୁବନେଶ୍ବର: ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ରହିଛନ୍ତି।
ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅକ୍ଟୋବର ୨୦୨୪ ସୁଦ୍ଧା ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ ଲିଖିତ ଉତ୍ତର ରଖିଛନ୍ତି ।
ସେହିଭଳି ସିଏମ୍ କିସାନ ମାଧ୍ୟମରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯ ହଜାର ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଜରାଜୀର୍ଣ୍ଣ ଅବସ୍ଥାରେ ଶିରାଗୁଡା ପ୍ରାଥମିକ ବିଦ୍ୟାଳୟ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫ ଲକ୍ଷ ୧୭ ହଜାର ଚାଷୀ ଖରିଫ ଋତୁରେ ଓ ୧ ଲକ୍ଷ ୮୩ ହଜାର ଚାଷୀ ରବି ଋତୁରେ ପଞ୍ଜିକରଣ କରିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ନୂଆ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/19/Oh7CJM8qkXurwOQkVuZp.jpeg)