Husband sold his wife for money: ଟଙ୍କା ଲୋଭରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ: ଏବେ ଝିଅକୁ ବିକ୍ରି ପାଇଁ ଉଦ୍ୟମ, ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ପରିବାର

Advertisment

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଦାରିଦ୍ରୢର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କିଛି ଅର୍ଥରେ ନିଜ ସ୍ତ୍ରୀଙ୍କୁ ବିଦେଶରେ ବିକ୍ରି କରିଦେଇଛି ସ୍ୱାମୀ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଦାରିଦ୍ରୢର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କିଛି ଅର୍ଥରେ ନିଜ ସ୍ତ୍ରୀଙ୍କୁ ବିଦେଶରେ ବିକ୍ରି କରିଦେଇଛି ସ୍ୱାମୀ।

gddgjjgcnnnb

ବଲାଙ୍ଗୀର/ଦେଓଗାଁ/ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଦାରିଦ୍ରୢର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କିଛି ଅର୍ଥରେ ନିଜ ସ୍ତ୍ରୀଙ୍କୁ ବିଦେଶରେ ବିକ୍ରି କରିଦେଇଛି ସ୍ୱାମୀ। କେବଳ ସେତିକି ନୁହେଁ, ସ୍ତ୍ରୀକୁ ବିକ୍ରି କରିବା ପରେ ନିଜ ଝିଅକୁ ଜଣେ ବୃଦ୍ଧ ହାତରେ ଟେକି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ୭ ବର୍ଷ ହେଲା ସଂପୃକ୍ତ ମହିଳା ଦୁବାଇରେ ନିର୍ଯାତିତ ହେଉଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପୀଡ଼ିତାଙ୍କ ବାପା ଦ୍ବିତୀୟଥର ଜିଲ୍ଲା ପ୍ରଶାସନ ନିକଟରେ କାକୁତିମିନତି ହୋଇଛନ୍ତି।

Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

ଟିଟିଲାଗଡ଼ ଥାନା ଅନ୍ତର୍ଗତ ଜଗୁଆ ଗାଁର ଲବ ବିଶିଙ୍କ ଝିଅ ହସ୍ତା (୩୫) ଜୁରାବନ୍ଧ ଗାଁର ପ୍ରେମା ମହାନନ୍ଦଙ୍କୁ ବିବାହ କରିଥିଲେ। ତାଙ୍କର ତିନି ଝିଅ ରହିଛନ୍ତି। ପେଟପାଟଣା ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିଲେ। ୨୦୨୦ ମସିହାରେ ଧନୀ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ହାତ‌ରେ ନିଜ ପତ୍ନୀ ହସ୍ତାଙ୍କୁ ବିକ୍ରି କରିଦେଇଥିଲା ପ୍ରେମା। ପରେ ହସ୍ତାଙ୍କୁ ଦୁବାଇ ନେଇଯାଇଥିଲା ଧନୀ ଶେଖ୍‌। ହସ୍ତାଙ୍କ ତିନି ନାବାଳିକା ଝିଅ ମା’କୁ ଝୁରି ହେଉଥିବା ବେଳେ ହସ୍ତା ମଧ୍ୟ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି। ଏପଟେ ପ୍ରେମା ଦ୍ୱିତୀୟ ବିବାହ କରିଥିବା ବେଳେ ୧୭ ବର୍ଷର ବଡ଼ଝିଅକୁ ବିବାହ ନାଁରେ ବିକ୍ରି କରିବାକୁ ଯୋଜନା ଚଳାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଦୁବାଇରେ ଥିବା ନିଜ ଝିଅକୁ ଉଦ୍ଧାର କରିବା ପାଇଁ ୨୦୨୨ ଜୁଲାଇରେ ଲବ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ।

China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି

ହେଲେ ପୁଲିସ ମାମଲାକୁ ଆଦୌ ଗୁରୁତ୍ୱ ନ ଦେଇ ଚାପି ଦେଇଥିଲା। ଏବେ ପ୍ରେମା ଝିଅକୁ ବିକ୍ରି କରିବାକୁ ଯୋଜନା କରୁଥିବା ଜାଣିବା ପରେ ପରିବାର ଲୋକେ ବରିଷ୍ଠ ବିଜେପି ନେତ୍ରୀ ରଞ୍ଜୁ ରାଏମନଙ୍କ ସହାୟତାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ତିନି ନାବାଳିକାଙ୍କ ସହାୟତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁବାଇରୁ ହସ୍ତାଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳଙ୍କ ସହ ପତ୍ରାଳାପ କରିଥିବା ଜଣାପଡ଼ିଛି। ପୀଡ଼ିତ ପରିବାର ବିଧାୟକ ନବୀନ ଜୈନଙ୍କ ସହ ଯାଇ ଟିଟିଲାଗଡ଼ ଥାନା ଅଧିକାରୀ କଲ୍ୟାଣୀ ବେହେରାଙ୍କଠାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe