ଭୁବନେଶ୍ବର/ଘୁ.ଉଦୟଗିରି/କୋଇଡ଼ା/ବାରିପଦା: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ଯାଏଁ, ସବୁଠି ପାରଦ ତଳମୁହାଁ। କେଉଁଠି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ ଡିଗ୍ରି ତଳେ ତ ଆଉ କେଉଁଠି ୫ ଡିଗ୍ରିକୁ ଖସିଆସିଲାଣି। ସ୍ଥାନେ ସ୍ଥାନେ ଏମିତି ସ୍ଥିତି ଉପୁଜିଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ରାତିସାରା ନିଆଁ ଜାଳୁଥିବା ଦେଖିବାକୁ ମିଳିଛି। ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଏବର୍ଷ ରେକର୍ଡ କରିଛି। ଆଜି ଏଠାରେ ପାରଦ ୩ ଡିଗ୍ରିକୁ ଖସିବା ସହ ଚଳିତବର୍ଷ ଏହା ସବୁଠୁ କମ୍ ତାପମାତ୍ରା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ପ୍ରଥମ ଥର ପାଇଁ ଚଳିତ ଶୀତ ଋତୁରେ ଓଡ଼ିଶାର ୨୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ୩୮ଟି ସହରର ପାରଦ ୧୨ ଡିଗ୍ରି ତଳକୁ ଖସିଛି।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
୧୨ଂ ତଳେ ୩୮ ସହର, ଶିମିଳିପାଳରେ ଶୂନ ଡିଗ୍ରି
ଘୁ.ଉଦୟଗିରିରେ ୩ ଡିଗ୍ରି, କୋଇଡ଼ାରେ ତୁଷାରପାତ
ଡିସେମ୍ବର ୨୮ରେ ଘୁ.ଉଦୟଗିରିରେ ସର୍ବନିମ୍ନ ୩.୫ ଡିଗ୍ରି ରେକର୍ଡ ହୋଇଥିଲା। ଗତକାଲି ଏଠାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ଥିବା ବେଳେ ଆଜି ଆହୁରି ହ୍ରାସ ପାଇ ୩ ଡିଗ୍ରିରେ ପହଞ୍ଚିଛି। ଜିଲ୍ଲାର ମୁକୁଲିଙ୍ଗିଆ, ଲଏରେଜୁ, ଗୁନ୍ଦାବାଜୁ, ରେଟୁଡି, ଡଡ଼ାପଡ଼ା ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସେପଟେ ୧୨ ଦିନ ହେବ ଶିମିଳିପାଳରେ ତାପମାତ୍ରା ଏକ ଅଙ୍କରେ ରହିଛି। ଆଜି କୋର୍ ଅଞ୍ଚଳ ବାର୍ହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରିରେ ପହଞ୍ଚିଛି। ଚହଲାରେ ୨ ଡିଗ୍ରି ରହିଥିବା ବେଳେ ବରେହିପାଣିରେ ୫, ରାମତୀର୍ଥରେ ୯, ଗୁଡ଼ୁଗୁଡ଼ିଆରେ ୫ ଓ କିଆଝରିରେ ୧୧ ଡିଗ୍ରି ରେକର୍ଡ ହୋଇଛି। ଦୁଇଟି ସ୍ଥାନରେ ତୁଷାରପାତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମହକୁମା ସମେତ ଟେନ୍ସା, କାଲଟା, ପାଟମୁଣ୍ଡା, ସାନଇନ୍ଦିପୁର, ମାଲଦା, ଜଳଡିହି ପ୍ରଭୃତି ଅଞ୍ଚଳରେ ତୁଷାରପାତ ଯୋଗୁ ଲୋକେ କଲବଲ ହେଉଛନ୍ତି। ମଙ୍ଗଳବାର ସକାଳେ କୋହଲା ପାଗ, ଘନକୁହୁଡ଼ି ସାଙ୍ଗକୁ ରାତିରେ କାଠୁଆ ଜାଡ଼ ଅନୁଭୂତ ହୋଇଥିଲା। ରାତି ତାପମାତ୍ରା ୫ ଡିଗ୍ରି ତଳେ ରହିଥିଲା। ଖଣିଖାଦାନଭରା କୋଇଡ଼ା ଅଞ୍ଚଳରେ ଧୂଳିଧୂଆଁ ଓ ଘନ କୁହୁଡ଼ି ଯୋଗୁଁ ରାସ୍ତା ଦୃଶ୍ୟମାନ କମିଯାଉଛି। ଏହାଦ୍ବାରା ଅନେକ ଦୁର୍ଘଟଣା ହେଉଛି।
Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ ନିଯୁକ୍ତି ହେଲେ ୪
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ ଏବଂ ପରବର୍ତ୍ତୀ ସମୟରେ ପୁଣିଥରେ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଘୁ.ଉଦୟଗିରି ବ୍ୟତୀତ ସେମିଳିଗୁଡ଼ାରେ ୪.୧ ଡିଗ୍ରି, ଫୁଲବାଣୀରେ ୫, ରାଉରକେଲାରେ ୫.୧, ଝାରସୁଗୁଡ଼ାରେ ୫.୪, ଦାରିଙ୍ଗବାଡ଼ିରେ ୭, କିରେଇରେ ୭.୪, କେନ୍ଦୁଝରରେ ୭.୬, ଚିପିଲିମାରେ ୭.୭, ସୁନ୍ଦରଗଡ଼ରେ ୭.୮, ଭବାନୀପାଟଣାରେ ୭.୮, ଅନୁଗୁଳରେ ୮, ବଲାଙ୍ଗୀର ଓ କୋରାପୁଟରେ ୮.୫, ବାରିପଦା ଓ ଢେଙ୍କାନାଳରେ ୮.୬, ରାଣୀତାଲରେ ୮.୮, ନବରଙ୍ଗପୁରରେ ୯.୫, କଟକ ଓ ସୁବର୍ଣ୍ଣପୁରରେ ୯.୬, ବାଲେଶ୍ବରରେ ୯.୮, ସମ୍ବଲପୁରରେ ୯.୯ ଓ ରାୟଗଡ଼ାରେ ୧୦ ଡିଗ୍ରି ରହିଥିଲା।
ଗତକାଲି ବଙ୍ଗୋପସାଗରରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତରେ ପରିଣତ ହେବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବିଷୁବରେଖା ନିକଟ ପୂର୍ବ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଛି। ଗୁରୁବାର ଅପରାହ୍ଣ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/16/cFFMIHcTWyk4PipOOm1x.jpg)