ସସ୍ମିତା ସାହୁ
ଭୁବନେଶ୍ବର: ସ୍ବାଧୀନତାର ପ୍ରାୟ ୭ ବର୍ଷ ପରେ ୧୯୫୪ ମସିହାରେ ଆରମ୍ଭ ହେଲା ‘ପଦ୍ମ ପୁରସ୍କାର’। ଉଦ୍ଦେଶ୍ୟ ଥିଲା, ସମାଜର ବିଭିନ୍ନ କ୍ଷେତ୍ରକୁ ଅନନ୍ୟ ଅବଦାନ ରଖୁଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରିବା। ଏହା ମଧ୍ୟରେ ୭୨ ବର୍ଷ ବିତିଗଲାଣି। ଓଡ଼ିଶାରୁ ୯୫ ଜଣ ‘ପଦ୍ମଶ୍ରୀ’, ୧୧ ଜଣ ‘ପଦ୍ମଭୂଷଣ’ ଏବଂ ୪ ଜଣ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହୋଇଛନ୍ତି। ହେଲେ ପରିସଂଖ୍ୟାନକୁ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ଜାତୀୟସ୍ତର ତୁଳନାରେ ପଦ୍ମ ପୁରସ୍କାରରେ ଓଡ଼ିଶାର ଭାଗ କମ୍। ପାଦେ ଆଗକୁ ଯାଇ ଦେଖିଲେ, ଆଉ ଏକ ସାଂଘାତିକ କଥା ସାମନାକୁ ଆସୁଛି। ତାହା ହେଉଛି ମହିଳାଙ୍କୁ ସମ୍ମାନ ପ୍ରସଙ୍ଗ। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହିଳାଙ୍କୁ ପରିଚୟ ପ୍ରଦାନ ଦିଗରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି। ଏପରିକି ରାଜନୈତିକ ଦଳମାନଙ୍କର ବ୍ୟାକୁଳତା ବି ଗଣମାଧ୍ୟମର ଶିରୋନାମ ଛୁଉଁଛି। ହେଲେ ସତ କଥାଟି ହେଉଛି ସରକାରୀ କଳର ଉଚ୍ଚାରଣ ଓ ଆଚରଣରେ ବଡ଼ ବ୍ୟବଧାନ। ଓଡ଼ିଶାରେ ପଦ୍ମ ସମ୍ମାନରେ ସମ୍ମାନିତ ମହିଳାଙ୍କ ସଂଖ୍ୟା ଚିନ୍ତାଜନକ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ମାତ୍ର ୧୮ ଜଣ ମହିଳାଙ୍କୁ ପଦ୍ମ ସମ୍ମାନ ଦିଆଯାଇଛି। କେବଳ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ଉଭୟ ‘ପଦ୍ମଶ୍ରୀ’ ଓ ‘ପଦ୍ମଭୂଷଣ’ରେ ସମ୍ମାନିତ ହୋଇଛନ୍ତି।
Ranji Trophy: ପରାଜୟ ଏଡ଼ାଇବାକୁ ଓଡ଼ିଶାର ସଂଘର୍ଷ
୧୯୫୪ ମସିହାରେ ପଦ୍ମ ପୁରସ୍କାର ପ୍ରଦାନ ଆରମ୍ଭ ହେବାର ୪ ବର୍ଷ ପରେ ପ୍ରଥମ ଓଡ଼ିଆ ମହିଳା ଭାବେ ବିଶିଷ୍ଟ ସମାଜସେବୀ ଶୈଳବାଳା ଦାସଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ଦେଶର ଏହି ମର୍ଯ୍ୟାଦାଜନକ ସମ୍ମାନ ତାଲିକାରେ ଓଡ଼ିଶାର ମହିଳା ନିଜ ନାମ ଯୋଡ଼ିଥିଲେ। ଦୁର୍ଭାଗ୍ୟକୁ ଏହି ତାଲିକାରେ ଦ୍ବିତୀୟ ନାମ ଯୋଡ଼ି ହେବାକୁ ୧୭ ବର୍ଷ ଲାଗିଯାଇଥିଲା। ୧୯୭୫ ମସିହାରେ ଓଡ଼ିଶାର କଳାକ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ତୃତୀୟ ନାଁ ପାଇଁ ଓଡ଼ିଶାକୁ ପୁଣି ୯ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଚିକିତ୍ସା କ୍ଷେତ୍ରକୁ ଅବଦାନ ପାଇଁ ଡାକ୍ତର ବାସନ୍ତୀବାଳା ଜେନାଙ୍କୁ ୧୯୮୪ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ୧୯୯୮ ମସିହାରେ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ହେଜମାଦି, ୨୦୦୧ରେ ସମାଜସେବୀ ତୁଳସୀ ମୁଣ୍ଡା, ୨୦୦୫ରେ ନୃତ୍ୟଶିଳ୍ପୀ କୁମ୍କୁମ୍ ମହାନ୍ତି, ୨୦୦୬ରେ ନୃତ୍ୟଶିଳ୍ପୀ ଏଲିଆନା ସିତାରିଷ୍ଟ୍, ୨୦୦୭ରେ ଔପନ୍ୟାସିକା ପ୍ରତିଭା ରାୟ, ୨୦୧୨ରେ ନୃତ୍ୟଶିଳ୍ପୀ ମୀନତି ମିଶ୍ର, ୨୦୧୭ରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ୨୦୧୯ରେ କୃଷିକ୍ଷେତ୍ରକୁ ଅବଦାନ ପାଇଁ କମଳା ପୂଜାରୀ, ୨୦୨୦ରେ ପରିବେଶବିତ୍ ସାବରମତୀ, ୨୦୨୦ ମସିହାରେ ସାହିତ୍ୟିକା ବୀଣାପାଣି ମହାନ୍ତି, ୨୦୨୧ରେ କଳା କ୍ଷେତ୍ରକୁ ଅବଦାନ ପାଇଁ ପୂର୍ଣ୍ଣମାସୀ ଜାନି ଓ ସମାଜସେବା ପାଇଁ ଶାନ୍ତି ଦେବୀ, ୨୦୨୨ରେ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ୨୦୨୩ରେ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଓ ୨୦୨୫ରେ ସାହିତ୍ୟିକା ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।
Ganja Seized: ଚାଲାଣ ପୂର୍ବରୁ ପୁଲିସ ଧରିପକାଇଲେ ୧କୁଇଣ୍ଟାଲ ଗଞ୍ଜେଇ
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି, ୧୯୫୪ ମସିହାରେ ହିଁ ପଦ୍ମ ପୁରସ୍କାରର ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାର ସିଭିଲ୍ ଇଞ୍ଜିନିୟର ମହାଦେବ ଅୟର୍ ଗଣପତିଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ପଦ୍ମ ପୁରସ୍କାର ପ୍ରତିଷ୍ଠାର ୬୮ ବର୍ଷ ପରେ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣରେ ଭୂଷିତ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ମାତ୍ର ୧୧ ଜଣ ପଦ୍ମଭୂଷଣରେ ସମ୍ମାନିତ ହୋଇଥିବା ବେଳେ ସେଥିରେ ମହିଳାଙ୍କ ସଂଖ୍ୟା କେବଳ ୧। ଏଥିସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୪ ଜଣ ପଦ୍ମବିଭୂଷଣଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଶୂନ ରହିଛି। ଓଡ଼ିଶାରେ ମହିଳା ପ୍ରତିଭା ଓ ରାଷ୍ଟ୍ର ନିର୍ମାଣରେ ଅଂଶୀଦାରୀ କମ୍ ନାହିଁ। ଅଥଚ ପଦ୍ମ ପୁରସ୍କାର ଭଳି ଏକ ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ଦେବାରେ ସରକାରଙ୍କ ଅବହେଳା ଓ କାର୍ପଣ୍ୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/12/2gtMq7B8qwwoHsGptwJn.jpg)