ବେଆଇନ ଗୋଚାଲାଣ ବେଳେ ଚଢ଼ଉ: ୨୭ ବଳଦ ଉଦ୍ଧାର

ବେଆଇନ ଗୋଚାଲାଣ ବେଳେ ୧୦ ଚକିଆ ଟ୍ରକ ସହିତ ୨୭ ବଳଦ ଉଦ୍ଧାର ହେବା ସହିତ ମାମଲାରେ ସମ୍ପୃକ୍ତିଥିବା ଜଣଙ୍କୁ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ନିକଟରୁ କରଞ୍ଜିଆ ପୁଲିସ ବଳଦଙ୍କୁ ଉଦ୍ଧାର କରିଛି...

ଅଦ୍ୟତନ ହୋଇଛି
illegal cow trafficking: 27 bullock rescue

illegal cow trafficking: 27 bullock rescue Photograph: (sambad.in)

କାଦଡିହା: ବେଆଇନ ଗୋଚାଲାଣ ବେଳେ ୧୦ ଚକିଆ ଟ୍ରକ ସହିତ ୨୭ ବଳଦ ଉଦ୍ଧାର ହେବା ସହିତ ମାମଲାରେ ସମ୍ପୃକ୍ତିଥିବା ଜଣଙ୍କୁ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ନିକଟରୁ କରଞ୍ଜିଆ ପୁଲିସ ବଳଦଙ୍କୁ ଉଦ୍ଧାର କରିଛି ।

ରବିବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ଶରତ ମହାଳିକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବନମାଳୀ ମହାରଣାଙ୍କ ସହିତ କରଞ୍ଜିଆ ପୁଲିସ ଅତର୍କିତ ଚଢ଼ଉ କରିଥିଲେ।  

ଏକ ୧୦ ଚକିଆ ଟ୍ରକରେ ବଳଦ ଲୋଡ଼ ହେଉଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲେ।  ଗାଡି ଡ୍ରାଇଭରକୁ କାବୁ କରିଥିବା ବେଳେ ଅନ୍ୟ ୪ ଜଣ ଗୋ-ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

୨୭ ବଳଦ ସହିତ ୧୦ ଚକିଆ ଟ୍ରକ ଏବଂ ଡ୍ରାଇଭରକୁ ଅଟକ ରଖି କରଞ୍ଜିଆ ପୁଲିସ ଅଧିକ ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି, ଠାକୁରମୁଣ୍ଡା ଅଞ୍ଚଳର ଜୈନେକ ବ୍ୟବସାୟୀ ଗୋ ଚାଲାଣରେ ସମ୍ପୃକ୍ତ ରହି ଚାଲାଣ କରୁଥିଲେ। ସେ ପୂର୍ବରୁ ମଧ୍ୟ ବାରମ୍ବାର ଗୋ ଚାଲାଣ କରି ଜେଲ ଯାଇଥିବା ବେଳେ ପୁଣି ଜେଲରୁ ମୁକୁଳି ଏପରି କାରବାରରେ ଲିପ୍ତ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ଉଦ୍ଧାର ହୋଇଥିବା ବଳଦ କେନ୍ଦୁମୁଣ୍ଡିରୁ ହାଟବାଦାଳା ଦେଇ ପଶ୍ଚିମବଙ୍ଗ ଚାଲାଣ କରିବା ପାଇଁ ମାଫିଆମାନେ ନେଉଥିବା କୁହାଯାଉଛି । ଉଦ୍ଧାର ହୋଇଥିବା ବଳଦଗୁଡ଼ିକୁ  ଚିକିତ୍ସା ପରେ ଅଙ୍କୁରାରେ ଥିବା ଗୋ-ଶାଳାରେ  ଛଡ଼ାଯିବ ବୋଲି କରଞ୍ଜିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଚୋରା ପୀରତି ଧରାପଡ଼ିଲା: ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ହାତ ଧରିଲେ ମହିଳା

Mayurbhanj | illegal cow trafficking 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe