Impact of low pressure: Heavy rain forecast for 3 days in Odisha Photograph: (sambad.in)
ଭୁବନେଶ୍ୱର: ଚଳିତ ସପ୍ତାହ ଶେଷ ସୁଦ୍ଧା ଲଘୁଚାପ ପୁଣି ଥରେ ଓଡ଼ିଶା ଛୁଇଁବ। ସପ୍ତାହ ଶେଷ ସୁଦ୍ଧା ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି। ତଥାପି, ଏହି ଲଘୁଚାପ ଅଧିକ ସକ୍ରିୟ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।
୬ ତାରିଖରେ ଅନେକ ସ୍ଥାନରେ ବର୍ଷା ଏବଂ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୭ରେ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ୮ ତାରିଖଠାରୁ ବର୍ଷା ପରିମାଣ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଇଇ
Odisha | IMD | imd bhubaneswar
Follow Us