ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ, ସିଧା ଜେଲ୍ ପଠାଯିବ। ସମବାୟ ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସରକାର ଚେଷ୍ଟିତ ଅଛନ୍ତି। ଯିଏ ସେଥିରେ ବିଭ୍ରାଟ ସୃଷ୍ଟି କରିବେ ସେମାନଙ୍କ ଉପରେ ସରକାରଙ୍କ କଡ଼ା ନଜର ରହିଛି । ଆବଶ୍ୟକ ପଡିଲେ ଝାରପଡ଼ା ଜେଲ୍ରେ ବ୍ୟବସ୍ଥା ତାଙ୍କ ପାଇଁ ଅଛି ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ସମବାୟ ସପ୍ତାହ ପାଳନ ଅବସରରେ ମୋହନ ମାଝୀ ପୂର୍ବ ବିଜେଡ଼ି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତ ସରକାରରେ ଚାଷୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେମାନଙ୍କୁ ଶୋଷଣ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ। କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ। ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେବେ। ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ।
ଅଧିକ ପଢ଼ନ୍ତୁ: ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳା କୁକୁର
ଏହା ସହ ୮୦୦ ଟଙ୍କା ଇନପୁଟ ସବସିଡି ବିଜେପି ସରକାର ଦେବେ। ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହଜାର ଚାଷୀ ଏକାଠି ହେବେ। ଏଥର କଟନୀ ଛଟନୀ ହେବ ନାହିଁ। ସେସବୁ ବନ୍ଦ ହେବ। ସେଥିପାଇଁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଦେବେ । ଧାନ କିଣାରେ ଯେମିତି କିଛି ବ୍ୟତିକ୍ରମ ନ ହେବ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ତାଗିଦ ଏବଂ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କ ଆଇସିୟୁରେ ମୃତ୍ୟୁ, ହତ୍ୟା ମାମଲା ରୁଜୁ
Follow Us