ଭୁବନେଶ୍ୱର: ସେବାୟତମାନଙ୍କ ବିବାଦର ସମାଧାନ ହୋଇ ପାରି ନଥିବାରୁ ଗତକାଲି ରାତିରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇପାରିନାହିଁ। ଫଳରେ ମହାପ୍ରଭୁ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୬ ଘଣ୍ଟା ଉପବାସରେ ରହିଛନ୍ତି। ଆଜି ପବିତ୍ର ମକର ସଂକ୍ରାନ୍ତିରେ ବି ଠାକୁର ଉପାସ ରହିଥିବାରୁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗର ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା
ଆଜି ମନ୍ଦିରରେ କୌଣସି ନୀତି ହୋଇନଥିଲା। ମଙ୍ଗଳ ଆଳତି ହେଲାନାହିଁ, କିନ୍ତୁ ପହୁଡ଼ ଖୋଲିଥିଲା। ଏହାପରେ ସାହାଣମେଲା ଦର୍ଶନ କରି ଶ୍ରଦ୍ଧାଳୁମାନେ ଅମୁଣିଆ ଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ନୀତି ବନ୍ଦ ରହିବାରୁ ଲିଙ୍ଗରାଜଙ୍କୁ ଘୃତ କମ୍ବଳ ଲାଗି ହୋଇପାରିନଥିଲା। ଅବଢ଼ା ନ ମିଳିବାରୁ ସ୍ଥାନୀୟ ଲୋକମାନେ ମନ୍ଦିର ଆଗରେ ପ୍ରତିବାଦ କରିଥିଲେ। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଥିଲା ଯେ ଗତକାଲି ଘୃତ କମଳ ପ୍ରସ୍ତୁତ ହୋଇପାରିନି, ତେଣୁ ଆଜି ମକର ନୀତି କରିବା ଦ୍ବାରା ପରମ୍ପରା ଭଙ୍ଗ ହେବ। ବାରମ୍ବାର ପରମ୍ପରା ଭଙ୍ଗ ହେଉଛି, ଅଥଚ ଏହାର ପ୍ରତିକାର କିମ୍ବା ସମାଧାନ ହେଉନାହିଁ। ପ୍ରଶାସନ ସବୁବେଳେ ତାଳିପକା ସମାଧାନ କରୁଛି। କାମ ସରିଗଲେ ଆଉ କାହାରି ଦେଖାଦର୍ଶନ ମିଳୁନାହିଁ। ଫଳରେ ଉପୁଜୁଥିବା ବିବାଦର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଯଦି ପରମ୍ପରା ରକ୍ଷା ହୋଇପାରୁନାହିଁ, ସେମାନେ ନୀତି କରିବେ ନାହିଁ ବୋଲି କହିଥିଲେ।
ପ୍ରଶାସନ ବେଫିକର, ସରକାର ଅସହାୟ
ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ
ଲେପ ହେଲାନି ଘୃତ କମଳ
ସ୍ବତନ୍ତ୍ର ଆଇନ ନ ହେବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଏ ନେଇ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି ଯେ ନିୟମ ଅନୁଯାୟୀ କାର୍ଯ୍ୟ କରାଯାଇଛି। ଜିଲ୍ଲାପାଳ ଅମୃତ ଋତୁରାଜ କହିଛନ୍ତି, ଠାକୁରଙ୍କ ନୀତିକାନ୍ତିକୁ ନେଇ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବା ପରେ ବଡ଼ୁ ନିଯୋଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେଣୁ ଏବେ ଜିଲ୍ଲାପାଳଙ୍କ କ୍ଷମତା ନାହିଁ। ତେବେ ଦେବୋତ୍ତର ବିଭାଗର ସହକାରୀ କମିସନର, ମନ୍ଦିର ନୀତି ଓ ସେବାୟତଙ୍କ ଅଧିକାର ସମ୍ପର୍କରେ ଉପୁଜୁଥିବା ବିବାଦର ଫଇସଲା କରିପାରିବେ। ଏ ନେଇ ଦେବୋତ୍ତର ବିଭାଗର ସହକାରୀ କମିସନରଙ୍କ ମତାମତ ମିଳିପାରିନାହିଁ। ବିଧାୟକ ବାବୁ ସିଂ କହିଛନ୍ତି ଯେ ନୀତି ବନ୍ଦ କରିବା ଦ୍ବାରା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବବେଗ ଉପରେ କୁଠାରଘାତ ହୋଇଛି। ସେବାୟତମାନଙ୍କ ମନମାନି ଯୋଗୁ ଏପରି ବିଭ୍ରାଟ ହେଉଛି। ନୀତି ବନ୍ଦ କରିବାକୁ ସେବାୟତମାନଙ୍କୁ କିଏ ଅଧିକାର ଦେଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏଭଳି ଦୁଃଖଦ ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବତନ୍ତ୍ର ଆଇନ ଆସିବାକୁ ଆଉ କିଛି ସମୟ ଲାଗିବ ଏବଂ ଏହା ପରେ ଏହି ସମସ୍ୟା ଆଉ ଦେଖାଯିବନି ବୋଲି ବିଧାୟକ ଶ୍ରୀ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/14/lingaraj-2026-01-14-02-05-55.jpg)