ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ। ସେ କହିଛନ୍ତି, ସେବାୟତମାନେ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ। ବିଶୃଙ୍ଖଳିତ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ନୀତିବନ୍ଦ ଅତି ଦୁର୍ଭାଗ୍ୟଜନକ। ଏହି ଘଟଣା ପାଇଁ ମୁଁ ଲଜ୍ଜିତ ଓ ଦୁଃଖିତ। ଆଜି ଅବଶ୍ୟ ଶ୍ରଦ୍ଧାଳୁ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏଣେ ସଂସ୍କୃତି ଗବେଷକ ଦାମୋଦର ପ୍ରଧାନୀ କହିଛନ୍ତି, ସରକାରୀ ସ୍ଥାଣୁତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଛି। ତେଣେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ସେବାୟତମାନଙ୍କ ଭିତରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ଭକ୍ତିଭାବ ନାହିଁ। ଯେଉଁ ଦିନ ଭକ୍ତସମାଜ ଜାଗ୍ରତ ହେବେ, ସେହି ଦିନ ଏଭଳି ବିଶୃଙ୍ଖଳା ବନ୍ଦ ହେବ।
ଗତକାଲି ସନ୍ଧ୍ୟାରୁ ଲିଙ୍ଗରାଜଙ୍କ ନୀତି ବନ୍ଦ
ବିବାଦ ଯୋଗୁ ଗତକାଲି ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ନୀତି ହୋଇ ନ ପାରିବାରୁ ରାତି ସାଢ଼େ ୯ଟାରେ ବଡ଼ୁ ସେବାୟତ ଠାକୁରଙ୍କ ପହୁଡ଼ ପକାଇଥିଲେ। ଫଳରେ ରାତିସାରା ଠାକୁରେ ଉପାସରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଠାକୁରଙ୍କୁ ଶୀତ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧି ପ୍ରଦାନ ପୂର୍ବକ ଘୃତଲେପନ କରାଯିବା ବିଧି ରହିଛି। ଏଥିପାଇଁ ମକର ସଂକ୍ରାନ୍ତି ପୂର୍ବ ଦିନ କ୍ଷୀର ଆଉଟା ନୀତି ହୋଇଥାଏ। ସନ୍ଧ୍ୟାଧୂପ ପରେ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ଥିବା ଭୁବନେଶ୍ବରୀ ମନ୍ଦିରକୁ ଯାଇଥା’ନ୍ତି। ଏହି କ୍ରମରେ ଗତକାଲି ସନ୍ଧ୍ୟା ଧୂପ ପାଇଁ ବେଶ ସରିଥିଲା।
ଆହୁରି ପଢ଼ନ୍ତୁ: Sold Baby Girl Rescued ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା କଟକରୁ ଉଦ୍ଧାର
ବ୍ରାହ୍ମଣ ନିଯୋଗ ସେବାୟତ ଠା’(ଭୋଗ ସରଞ୍ଜାମ ସଜାଡ଼ିଥିଲେ)। ତେବେ ମେଘଡମ୍ବରୁ ଓ କ୍ଷୀର ଆସି ନ ଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀ ଅନୁପସ୍ଥିତ ଥିବା ଅଭିଯୋଗ କରି ଚର୍ଚେଇତ ସେବାୟତ ମନ୍ଦିର ଗର୍ଭଗୃହକୁ ଭୋଗ ପୂରାଇବାକୁ ମନା କରିଥିଲେ। ଏହାର କିଛି ସମୟ ପରେ ମେଘଡମ୍ବରୁ ଆସିଥିଲେ ହେଁ କ୍ଷୀର ଆସି ନଥିବା କଥା କହିଥିଲେ। ଗତବର୍ଷ ଏହି ତିଥିରେ କ୍ଷୀର ଆଉଟା ନୀତିକୁ ନେଇ ଠାକୁର ମନ୍ଦିର ବାହାରକୁ ଯିବା ପରେ ନୀତି ବିବାଦ ହୋଇ ଠାକୁର ବାହାରେ ଉପବାସରେ ରହିଥିଲେ। ଏଣୁ ମନ୍ଦିର ଅଧିକାରୀ ଆସିଲେ ନୀତି ଅଗେଇବ ବୋଲି ଚର୍ଚେଇତ ସେବାୟତ କହିଥିଲେ। ଏହାପରେ ସେଠାରେ ଠା’ ଅଟକିଥିଲା। ରାତି ସାଢ଼େ ୯ଟା ପରେ ବଡ଼ୁ ସେବାୟତ ମନ୍ଦିର ପହୁଡ଼ ପକାଇ ଦେଇଥିଲେ। ଫଳରେ ଠାକୁରଙ୍କ ନୀତି ଆଉ ହୋଇପାରିନାହିଁ।
ଆହୁରି ପଢ଼ନ୍ତୁ: 5 Critical Bomb Explosion ମକର ସଂକ୍ରାନ୍ତିରେ ଅଘଟଣ, ବାଣ ବିସ୍ଫୋରଣ ହୋଇ ୫ ଗୁରୁତର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/30/lingaraj-2025-10-30-02-22-11.jpg)