chakra bisoi Photograph: (sambad.in)
ଭଞ୍ଜନଗର: ଘୁମୁସର ମାଟିର ମହାନ ସ୍ବାଧିନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ବଳିଦାନ ଆମ ଦେଶ ସ୍ବାଧୀନତା ଆନ୍ଦୋଳନର ଏକ ଗୌରବମୟ ଅଧ୍ୟାୟ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବ ନାହିଁ। ଚକରାଙ୍କ ଅଦମ୍ୟ ସାହାସ,ବୀରତ୍ବ ଓ ଦେଶପାଇଁ ପ୍ରାଣ ଦେବାର ସଂଙ୍କଳ୍ପ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିଛି। ଏହି ମହାନ ବିପ୍ଳବୀଙ୍କ ସଂର୍ପକରେ ଅନେକ ଗାଥା ଅନାଲୋଚିତ ହୋଇ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ମୃତି ରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି।
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଦାୟିତ୍ବ ନେବା ପରଠାରୁ ଚକରାଙ୍କ ଜନ୍ମମାଟି ଠାରୁ ଆରମ୍ଭ କରି କର୍ମକ୍ଷେତ୍ର ଗୁଡିକୁ ଲୋକ ଲୋଚନକୁ ଆଣିବା ନେଇ ପ୍ରୟାସ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ:Farmers Warn Against Agitation:ଝରିଗାଁ ଧାନ ମଣ୍ଡିରେ ଉଠୁନି ଧାନ,ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଚାଷୀ
ଚଳିତ ବର୍ଷ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ସମୟରେ ଚକରାଙ୍କ ନିଜ ଗ୍ରାମ ବିଞ୍ଜଗିରିକୁ ‘ଐତିହ୍ୟ ଗ୍ରାମ’ ଯୋଜନାରେ ସାମିଲ କରିବା ସହ ତାଙ୍କ ସ୍ମୃତିରକ୍ଷା ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୧୫ କୋଟି ଟଙ୍କା ଅନୁଦାନ ଆସିଥିବା ସେ ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ପ୍ରକାଶ କରିଛନ୍ତି। ଚକରାଙ୍କ ସଂର୍ପକରେ ଅଧିକ ତଥ୍ୟ ଜାଣିବା ତାଙ୍କର ପରାକ୍ରମ ସଂର୍ପକରେ ସାରା ବିଶ୍ବରେ ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।
ଇତିହାସ ଆଇନାରେ ଚକରାଙ୍କ ଦେଶପ୍ରେମ
ଇତିହାସ ଆଇନାରେ ଚକରାଙ୍କ ଦେଶପ୍ରେମ ଆଜି ମଧ୍ୟ ତାଙ୍କ ବିରତ୍ବର ଗାଥା ବହନ କରୁଛି। ବିଟ୍ରିଶ ଶାସକ ମାନଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ ଏହି ମହାନ ବିପ୍ଳବୀ, ୧୮୨୩ ମସିହାରେ ପବିତ୍ର ଶାମ୍ବ ଦଶମୀରେ ଭଞ୍ଜନଗର ବ୍ଳକ୍ ଅଧୀନ ସାନକୋଦଣ୍ଡା ପଞ୍ଚାୟତର ବିଞ୍ଜଗିରି ଗ୍ରାମରେ ଚକରା ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ମନରେ ବିପ୍ଳବର ବହ୍ନି ଜଳି ଉଠି ଥିବା ବେଳେ ଘୁମୁସର ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରି ଅଖଡା ପ୍ରସ୍ତୁତ କରି ଯୁବକ ମାନଙ୍କୁ ଯୁଦ୍ଧ ବିଦ୍ୟାର ତାଲିମ ପ୍ରଦାନ କରୁଥିଲେ।
ତିଳିସିଂ ପଞ୍ଚାୟତର ଚକରା ଘାଟି ଠାରୁ ଆରମ୍ଭ କରି ରତାଗଡ,ଗାଲେରୀ ନିକଟସ୍ଥ ଘାଟିଶୂଳ,କଳାକାଠି ଜଙ୍ଗଲର ଓଗୁଡୁପଦର,ଡୁମାକୁମ୍ପା ଅଞ୍ଚଳର ବଡରାଉଳ ହାତୀରମୁଣ୍ଡା ପାହାଡ ଆଦି ଚକରାଙ୍କ କର୍ମକ୍ଷେତ୍ର ପାଲଟିଥିଲା।
କିଛି କର୍ମକ୍ଷେତ୍ର ଗୁଡିକ କନ୍ଧମାଳ,ନୟାଗଡ ଜିଲ୍ଲାର ମଧ୍ୟବର୍ତ୍ତି ଇଲାକା ହୋଇଥିବାରୁ ଏଠାରେ ଇଂରେଜମାନଙ୍କ ବିରୋଧରେ ଷଢଯନ୍ତ୍ର କରି ଅକ୍ଳେଶରେ ଇଂରେଜ ସୈନ୍ୟ ବାହିନୀକୁ ଚକମା ଦେଇ ଖସି ଯାଉଥିଲେ। ତାଙ୍କର ପରାକ୍ରମ ଆଗରେ ଇଂରେଜ ମାନେ ମଧ୍ୟ ସମ୍ମାନ ଜଣାଇଥିଲେ।ତେଣୁ ବର୍ତ୍ତମାନ ଚକରା ଘାଟିର ଉନ୍ନତି କରଣକୁ ତ୍ବରାନ୍ବିତ କରାଯାଇଛି। ପ୍ରାୟ ୬ କୋଟି ଟଙ୍କାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରାଯିବା ସହ ପାହାଡ ଉପରେ ଥିବା ବନଦେବୀଙ୍କ ମନ୍ଦିରର ଉନ୍ନତି କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଆହୁରି ଅନୁଦାନ ଆସିବ ବୋଲି ଜଣାପଡିଛି।
ବର୍ତ୍ତମାନ ମଧ୍ୟ ଶତାଧିକ ଲୋକ ଏହି ସ୍ଥାନକୁ ଯିବା ସହ ପ୍ରକୃତିକୁ ପାଖରୁ ଉପଭୋଗ କରିବା ସହ ଏବେବି ଭୟ ଲାଗୁଥିବା ଘଞ୍ଚ ଜଙ୍ଗଲରେ ସେହି ସମୟରେ ଏଭଳି ଦୁର୍ଗମ ସ୍ଥାନରେ ଚକରା କିଭଳି ବଚ୍ଛା ବଚ୍ଛା ଯୁବକ ମାନଙ୍କୁ ବିଭିନ୍ନ ମୁଷ୍ଠି ଯୋଦ୍ଧା,ମଲ୍ଲଯୋଦ୍ଧା ସହ ଅସ୍ତ୍ରଶସ୍ତ୍ର ଚାଲାଣ ସଂର୍ପକରେ ପ୍ରଶିକ୍ଷଣ ଦେଇ ଇଂରେଜ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିଲେ ସେ ସଂର୍ପକରେ ଜ୍ଞାନ ଆହାରଣ କରୁଛନ୍ତି।
ଐତିହାସିକମାନେ ଆହୁରି ଗବେଷଣା କରି ସେହି ସବୁକୁ ଇତିହାସ ପୃଷ୍ଟରୁ ପୁର୍ନଜୀବିତ କରିବାର ଆବଶ୍ୟକତା ରହିଛି । ଚକରାଙ୍କ ଦାଦା ଧନଞ୍ଜୟ ଭଞ୍ଜ ରାଜା ଶାସନ ସମୟରେ ସେନାପତି ରହିଥିଲେ। ଦୋରା ଇଂରେଜ ବିରୋଧି ଲଢେଇରେ ନିଜକୁ ସାମିଲ କରି ସେମାନଙ୍କୁ ନାକେଦମ୍ କରିଦେଇଥିଲେ। ଦୋରାଙ୍କୁ ଦମନ କରିବା ନିମନ୍ତେ ୧୮୩୭ରେ ଦୋରାଙ୍କୁ ଗିରଫ କରି ପ୍ରଥମେ କଟକ ଜେଲ୍ ଓ ଏହାପରେ ମାଡ୍ରାସ୍ ଓଟି ଜେଲକୁ ପଠାଇଥିଲେ। ୧୮୪୬ ବେଳକୁ ଦୋରାଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ।
ଏଥିସହ ଦୋରାଙ୍କ ଭାଇ ରାମାସିଂ ବକ୍ସି ସ୍ବାଧିନତା ସଂଗ୍ରାମୀ ଭାବେ ସ୍ବତନ୍ତ୍ର ପରିଚୟ ତିଆର କରିଥିଲେ। ଦିନେ ଇଂରେଜ ମାାନେ୍ କଳିଙ୍ଗା ଘାଟି ଦେଇ ଆସୁଥିବା ବେଳେ ପାହାଡ଼ ଉପରୁ ପଥର ପକାଇ ୭ ସୈେନ୍ୟଙ୍କ ହତ୍ୟା କରିଥିଲେ ସେ। ପରେ ଇଂରେଜ ମାନେ ରାମାସିଂଙ୍କୁ ଗିରଫ କରିବା ସହ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ।
ପିତାଙ୍କୁ ଫାଶୀ ଏବଂ ଜେଲ୍ ଦଣ୍ଡ ସହ ଦାଦାଙ୍କ ମୃତ୍ୟୁ ଖବର ଦେଶପ୍ରେମ ମନରେ ଜଳିବା ସହ ଇଂରେଜମାନଙ୍କ ବିରୋଧରେ ଚକରାଙ୍କୁ ରକ୍ତମୁଖା କରି ପକାଇଥିଲା। ସେ ଘୁମୁସର ବଚ୍ଛା ବଚ୍ଛା ଇଲାକାରେ ଯୁବକ ମାନଙ୍କୁ ସଙ୍ଗଠିତ କରି ପ୍ରଶିକ୍ଷଣ ଦେବା ସହ ଘୁମୁସର ମାଟିରୁ ବିପ୍ଳବ ଆରମ୍ଭ କରି ବୌଦ୍ଧ ଯାଏଁ ନିଜ ଆନ୍ଦୋଳନକୁ ବ୍ୟପ୍ତ କରିଥିଲେ।
ଆହୁରି ପଢ଼ନ୍ତୁ:Abolish Special Security: ସ୍ପେସାଲ ସିକ୍ୟୁରିଟି ରଦ୍ଦ କର, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପାଟଣାଗଡ ଧର୍ମସିଂ ମାନ୍ଧତା ଓ ସୋନପୁର ରାଣୀଙ୍କ ସହ ଅନୁଗୁଳର ସୋମାନାଥ ସିଂ ଏବଂ କଳାହାଣ୍ଡି ମଦନପୁର ରାମପୁରରେ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ସହାୟତାରେ ସଂଗ୍ରାମ ଜାରି ରଖିଥିଲେ। ପାଇକ ବିଦ୍ରୋହ ସମୟରେ ଚକରା ପାରଳାଖେମୁଣ୍ଡିର ବିପ୍ଳବୀ ରାଧାକୃଷ୍ଣ ଦଣ୍ଡସେନାଙ୍କ ସହିତ ମିଶି ଇଂରେଜ ମାନଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ। ଆଜି ମଧ୍ୟ ଦୋରା ଚକରାଙ୍କର ବିରତ୍ବର ଗାଥା ବହନ କରୁଛି ଏହି ଘୁମୁସର ମାଟି।
Follow Us