ଭୁବନେଶ୍ବର: ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ପରମ ଆରାଧ୍ୟ ଶ୍ରୀଜଗନ୍ନାଥ। ଭାବର ଠାକୁର ସେ। ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି। ଶରଧାରେ କିଛି ଯାଚିଦେଲେ ହାତ ବଢ଼େଇ ନେଇଯାଆନ୍ତି ଆମ କାଳିଆସାଆନ୍ତ। ଓଡ଼ିଶାର ଇତିହାସ, କଥାକାହଣୀ, ଜନଜୀବନ, ପରମ୍ପରା ସବୁ କିଛି ତାଙ୍କ ବିନା ଅସଂପୂର୍ଣ୍ଣ। ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ନାଟକ ‘ଆହେ ନୀଳଶଇଳ’ ଆସନ୍ତା ଜାନୁଆରି ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ପ୍ରତ୍ୟହ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ। ଖିମ୍ଜୀ ଜୁଏଲର୍ସର ସହଭାଗିତାରେ ଚକ୍ଲେଟ୍ ପ୍ରଡକ୍ସନ୍ସ୍ ପ୍ରସ୍ତୁତଏହି ନାଟକ ଦେଖିବା ପାଇଁ ଆରମ୍ଭ ହୋଇଯାଇଛି ଅଗ୍ରିମ ଟିକେଟ୍ ବୁକିଂ।
Health: ପାଣି ବୋତଲ, ରାଶି ତେଲ ଓ ଝଡ଼ା ଫୁଙ୍କାରେ ରାଜୁବାବାଙ୍କ ଚିକିତ୍ସା
ରବୀନ୍ଦ୍ର ମଣ୍ଡପରେ ଜାନୁଆରି ୧୫ରୁ ୧୮ ପର୍ଯ୍ୟନ୍ତ ପ୍ରଦର୍ଶନ
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଏକ ଅପାସୋରା ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସ୍ବୀକାର କରିଛନ୍ତି ଏବଂ ଯୁଦ୍ଧରେ ମୋଗଲ ସେନାକୁ ପରାଜିତ କରି ପାତାଳି ହୋଇଥିବା ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିଛନ୍ତି, ତାହା ଉପସ୍ଥାପିତ ହୋଇଛି ‘ଆହେ ନୀଳଶଇଳ’ରେ। ଏହାର କାହାଣୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ.ପ୍ରତିମା ହୋତା। ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ।
Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର
ଇତିମଧ୍ୟରେ ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୩୨ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଅପରିବର୍ତ୍ତିତ ରହିଛି। ‘ବୁକ୍ ମାଇଁ ସୋ’ ୱେବ୍ସାଇଟ୍ରେ ‘ଆହେ ନୀଳଶଇଳ’ର ଅଗ୍ରିମ ଟିକେଟ୍ ବିକ୍ରୟ ଆରମ୍ଭ ହେଉ ହେଉ ଦର୍ଶକଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ନାଟକ ପ୍ରଦର୍ଶନ ଓ ଟିକେଟ୍ ସଂପର୍କରେ ଅଧିକ ସୂଚନା ଲାଗି ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକ୍ଲେଟ୍ ପ୍ରଡକ୍ସନ୍ସ୍ ପକ୍ଷରୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/23/ahe-nila-saila-2025-12-23-01-49-13.jpg)