ପୁରୀ: ପୁରୀରେ ଜମି ଦର ବଢ଼ିବ। ପୁରୀ ମହାନଗର ନିଗମ ପାଇଁ ଶେଷ ସ୍ପର୍ଶ ନେଉଥିବା ବେଳେ ଆଜି ବେଞ୍ଚ ମାର୍କ ଭାଲ୍ୟୁଏସନ କମିଟି ବୈଠକ ବସି ଦର ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି। ଖୁବ୍‌ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସର୍ବସାଧାରଣଙ୍କ ଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ବାନ କରାଯିବାକୁ ଯୋଜନା ହୋଇଛି। ସର୍କିଟ୍‌ ହାଉସ୍‌ରେ ବସିଥିବା ବୈଠକରେ ଉପଜିଲ୍ଲାପାଳ, ସବ୍‌ରେଜିଷ୍ଟ୍ରାର, ତହସିଲ୍‌ ଓ ପୌରସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏହି ଦର ଉପରେ ଆଲୋଚନା ହୋଇଛି।

Advertisment

Stolen: ବନ୍ଧମୁଣ୍ଡାରେ ପୁଣି ମାତିଲେ ଚୋର ଗ୍ୟାଙ୍ଗ, ନେଇ ଗଲେ ୧୦୦ ମିଟର ତମ୍ବା ତାର

ପୁରୀ ମହାନଗର ନିଗମରେ ସୀମାନ୍ତ ୯ ପଞ୍ଚାୟତର ୩୪ଟି ରାଜସ୍ବ ଗ୍ରାମକୁ ସାମିଲ୍‌ କରାଯାଇଛି। ପୌରସଂସ୍ଥାର ୩୧ ୱାର୍ଡ ଓ ଏହି ୩୪ ଗ୍ରାମକୁ ନେଇ ୩୯ ୱାର୍ଡ ଗଠନ କରାଯାଇଛି। ନୂଆ କରି ସାମିଲ୍‌ ହୋଇଥିବା ଗାଁ ଗୁଡ଼ିକରେ ଜମି କିଣାବିକା ହୁ ହୁ ହୋଇ ବଢ଼ିଯାଇଛି। ଅନେକ ବ୍ୟବସାୟୀ ଆଖି ବୁଜି ଜମି କିଣୁଛନ୍ତି। ଯେତେ ଦର ହେଲେ ବି ମହାନଗର ନିଗମ ଅଞ୍ଚଳରେ ଜମି କିଣିବାକୁ ମୂଳ ମାଲିକଙ୍କୁ ଖୋଜିବାରେ ଲାଗିଛନ୍ତି। ଯେଉଁଠି ଏକର ପିଛା ୧୦ ଲକ୍ଷ ଥିଲା ସେଠାରେ ୨ କୋଟି ଦେଇ ଜମି କିଣୁଛନ୍ତି। ଏଭଳି ପରିସ୍ଥିତି ଦେଖି ଏହି ଅଞ୍ଚଳରେ ସରକାରୀ ଦର ଧାର୍ଯ୍ୟ କରିବା ପାଇଁ ଯୋଜନା ହୋଇଛି। ଆଜି ବସିଥିବା ବୈଠକରେ ଦର ବଢ଼ାଇବା ପାଇଁ ପ୍ରସ୍ତାବ ଆସିଛି। 

Vandalized: ଚୋରା ମଦ ଦୋକାନ ଭାଙ୍ଗିଲେ ମହିଳା

ଗୋପୀନାଥପୁର ପଞ୍ଚାୟତରେ ଏକର ପିଛା ୧୨ ଲକ୍ଷ ରହିଥିଲା। ଏହାର ୩ ଗୁଣ ବଢ଼ିବାକୁ ଯାଉଛି। କାରଣ ଏହି ଅଞ୍ଚଳରେ ବେଞ୍ଚ ମାର୍କ ଭାଲ୍ୟୁଏସନର ୩ ଗୁଣରୁ ଅଧିକା ଦରରେ ଜମି ପଞ୍ଜୀକରଣ ହୋଇଥିବା ରେକର୍ଡ ରହିଛି। ସେହିଭଳି ନୂଆ କରି ମହାନଗର ନିଗମରେ ମିଶିଥିବା ମୋହିନୀପୁରରେ ଏବେ ଜମି ଦର ଏକର ପିଛା ୨କୋଟି ୫୦ ଲକ୍ଷ ରହିଛି। ମେଡିକାଲ୍‌ କଲେଜ୍‌ ଓ ମହାନଗର ନିଗମରେ ସାମିଲ୍‌ ହେବା ପରେ ଏଠାରେ ଏକ ବର୍ଷ ହେବ ଏହି ଦରର ତିନିଗୁଣରୁ ଅଧିକ ଦରରେ ଜମି ବିକ୍ରି ହେଉଛି। ସେହିଭଳି ଆଳିକିଆରେ ଏକର ପିଛା ୩କୋଟି ୯୦ଲକ୍ଷ  ଦର ରହିଛି। ଅଠରନଳାରେ ଦର ଏକର ପିଛା ୧୦କୋଟି ରହିଥିବା ବେଳେ ସମଙ୍ଗରେ ୪କୋଟି ୫୦ଲକ୍ଷ ରହିଛି। ଏଭଳି ୩୪ ରାଜସ୍ବ ଗ୍ରାମରେ ରହିଥିବା ଜମି ଦର ବଢ଼ିବାକୁ ଯାଉଛି।