ଭୁବନେଶ୍ବର: ବିଶ୍ୱଭୂଷଣ ହରିଚନ୍ଦନ ଜୟନ୍ତୀ କମିଟି ପକ୍ଷରୁ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରଚିତ ପୁସ୍ତକ ‘ଏ ମାଟି କଥା କହେ’ ଓ ଇଂରାଜୀ ଅନୂଦିତ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ଆଜି ପାଠକାର୍ପିତ ହୋଇଯାଇଛି। ଓୟୁଏଟି କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟକ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ପୁସ୍ତକଦ୍ବୟର ରଚୟିତା ବିଶ୍ବଭୂଷଣଙ୍କୁ ଆଜୀବନ କାର୍ଯ୍ୟରେ ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ପ୍ରଶଂସା କରିଥିଲେ। ବିଶ୍ୱଭୂଷଣଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ। ତାଙ୍କ ରଚିତ ‘ଏ ମାଟି କଥା କହେ’ ପୁସ୍ତକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଗଣତନ୍ତ୍ର, ଗଣମାଧ୍ୟମ, ଓଡ଼ିଆ ଜାତିର ଅସ୍ମିତା, ବିଶ୍ୱ ଶାନ୍ତି ଓ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରା ଉପରେ ଆଧାରିତ ୩୦ଟି ଚିନ୍ତନାତ୍ମକ ବିଷୟ ରହିଛି, ଯାହା ସମସ୍ତ ବର୍ଗର ପାଠକଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି ସେ କହିଥିଲେ।
Jeffrey Epstein: ଅନିଲଙ୍କ ପାଇଁ ସ୍ବିଡେନ୍ର ଡେଙ୍ଗା, ଗୋରା ଝିଅର ବ୍ୟବସ୍ଥା କରିବାକୁ ଏପ୍ଷ୍ଟିନ୍ଙ୍କ ପ୍ରସ୍ତାବ
କାର୍ଯ୍ୟକ୍ରମର ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଶ୍ରୀ ହରିଚନ୍ଦନଙ୍କ ନୀତି, ଆଦର୍ଶ, ରାଜନୈତିକ ପରିଚୟ, ରାଜ୍ୟ ଓ ଦେଶ ପାଇଁ ବହୁବର୍ଷ ଧରି କରିଥିବା ଅମୂଲ୍ୟ ସେବା ତାଙ୍କୁ ଓଡ଼ିଶା ତଥା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ତାଙ୍କ ରଚିତ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦି ଗ୍ରେଟ୍ କମାଣ୍ଡର’ ଓଡ଼ିଶାର ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ ଓ ସଂଘର୍ଷର ଗାଥାକୁ ସାରା ଦେଶବାସୀଙ୍କ ନିକଟରେ ପହଞ୍ଚାଇବ। ଏହି ପୁସ୍ତକ ଇତିହାସର ଅନାଲୋଚିତ ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣି ନୂତନ ଗବେଷଣାର ଦ୍ୱାର ଖୋଲିବ। ୧୮୫୭ ମସିହାର ସିପାହି ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ। କିନ୍ତୁ ସିପାହି ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏହି ଖୋର୍ଦ୍ଧା ମାଟିରେ ଆରମ୍ଭ ହୋଇଥିଲା ସଶସ୍ତ୍ର ପାଇକ ବିଦ୍ରୋହ। ଏହାକୁ ଯେପରି ଭାବେ ମାନ୍ୟତା ମିଳିବା କଥା ତାହା ମିଳିପାରି ନାହିଁ। ତେଣୁ ଶ୍ରୀ ହରିଚନ୍ଦନଙ୍କ ରଚିତ ଏହି ପୁସ୍ତକ ପାଇକ ବିଦ୍ରୋହ ବିଷୟରେ ଜାତୀୟସ୍ତରରେ ଗୁରୁତ୍ବଦେବା ସହ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପ୍ରୟାସକୁ ଆହୁରି ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।
ବିଶ୍ୱଭୂଷଣ ହରିଚନ୍ଦନଙ୍କ ‘ଏ ମାଟି କଥା କହେ, ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ପୁସ୍ତକ ପାଠକାର୍ପିତ
ସମ୍ମାନିତ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଶ୍ରୀ ବିଶ୍ୱଭୂଷଣ ତାଙ୍କ ଜନ୍ମଦିନର ବଦଳ ଉପହାର ଭାବେ ଯେଉଁ ଦୁଇଟି ବହି ଆମକୁ ଦେଇଛନ୍ତି, ତାହା ଆମର ସମକାଳୀନ ଦୁର୍ବଳ ଇତିହାସକୁ ବଳିଷ୍ଠ କରିବ। ସେହିପରି ଆମର ବର୍ତ୍ତମାନ ପିଢ଼ି ଇତିହାସ ଗ୍ରହଣ କରିବାରେ ସହମତି ଜଣାଉ ନାହାନ୍ତି। ଭଗ୍ନ କୋଣାର୍କ, ଭଙ୍ଗା ପୋଲକୁ ଦେଖି ଆମ ବର୍ତ୍ତମାନ ପିଢ଼ି ଇତିହାସ ସମ୍ପର୍କରେ ନିର୍ବିବାଦୀୟ ହେଇ ପାରୁନି। ଏଭଳି ହେଲେ ଆମେ ଆଗକୁ ବଢ଼ିବା ଅସମ୍ଭବ। ମୋର ବିଶ୍ବାସ ଏହି ପୁସ୍ତକ ଏଭଳି ସୁବଳ ତଥ୍ୟ ଦେବ ଯେ, ଆଉ କେହି ଆମ ଇତିହାସକୁ ନେଇ ପ୍ରଶ୍ନ କରି ପାରିବେ ନାହିଁ ବୋଲି କହିଥିଲେ।
Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ
ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ବିଶ୍ୱଭୂଷଣ ବାବୁ ଏକମାତ୍ର ବ୍ୟକ୍ତି ଯାହାଙ୍କ ଧଳା ବସ୍ତ୍ରରେ ଦାଗ ଲାଗିପାରି ନାହିଁ। ଶ୍ରୀ ହରିଚନ୍ଦନ ତାଙ୍କର ଲେଖକୀୟ ଅଭିଭାଷଣରେ କହିଲେ ଯେ ଯେତେବେଳେ ଏ ମାଟି ପ୍ରତି ଅତ୍ୟାଚାର ହୋଇଛି, ତା’ର ମାନ, ସମ୍ମାନ ଓ ସ୍ୱାଭିମାନଙ୍କୁ ଭୂଲୁଣ୍ଠିତ କରାଯାଇଛି, ସେତେବେଳେ ଏ ମାଟି କଥା କହିଛି, ତା’ର ବୀର ସନ୍ତାନମାନଙ୍କୁ ଜାଗ୍ରତ କରିଛି। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ୮ବର୍ଷର ପାଇକ ବିଦ୍ରୋହ ଥିଲା ରକ୍ତାକ୍ତ ମୁକ୍ତି ସଂଗ୍ରାମ। ଆଜିର ଯୁବ ସମାଜ, ଆମ ପୂର୍ବସୂରୀମାନଙ୍କୁ ମନେପକାଇ ଅତ୍ୟାଚାର ଓ ବିଶୃଙ୍ଖଳା ବିରୋଧରେ ଲଢ଼େଇ କରିବା ଉଚିତ ବୋଲି ସେ କହିଥିଲେ। ସାହିତ୍ୟିକ ବିଜୟାନନ୍ଦ ସିଂଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଭଗବାନ ଜୟସିଂହ ପୁସ୍ତକ ସମ୍ପର୍କିତ ସୂଚନା ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆବାହକ ଦୁର୍ଗା ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/08/gjgdjggjcnb-2026-02-08-02-16-25.jpg)