FTA: ଇୟୁ-ଭାରତ ରାଜିନାମା ଚାଷୀ, ଏମ୍ଏସ୍‌ଏମ୍‌ଇ ପାଇଁ ସୁଯୋଗ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

Advertisment

ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ଚାଷୀ, ଏମ୍ଏସ୍‌ଏମ୍ଇ ଓ ଶ୍ରମ ସମ୍ବେଦନଶୀଳ ଶିଳ୍ପ ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ଚାଷୀ, ଏମ୍ଏସ୍‌ଏମ୍ଇ ଓ ଶ୍ରମ ସମ୍ବେଦନଶୀଳ ଶିଳ୍ପ ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

mohan

speech of chief minister at republic day celebration, at cuttack Photograph: (sambad.in)

ଭୁବନେଶ୍ବର: ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ଚାଷୀ, ଏମ୍ଏସ୍‌ଏମ୍ଇ ଓ ଶ୍ରମ ସମ୍ବେଦନଶୀଳ ଶିଳ୍ପ ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହା ବିଶ୍ବ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରି ନବସଢଜନ, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ପାଇଁ ସହାୟକ ହେବ। ଡିଜିଟାଲ ଓ ଜ୍ଞାନ ଆଧାରିତ ଅର୍ଥନୀତି ଭାବେ ଭାରତର ପ୍ରଗତିକୁ ଏହି ରାଜିନାମା ଆଗକୁ ବଢ଼ାଇବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: King: ବଣ୍ଡାଙ୍କ ଯୋଗଦେଲେ ଜୟପୁର ମହାରାଜା

ସେ କହିଲେ, ଏହି ଐତିହାସିକ ରାଜିନାମା ୨୭ଟି ୟୁରୋପୀୟ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଦୃଢ଼ କରିବା ସହ ଭାରତୀୟ ସାମଗ୍ରୀ ପାଇଁ ବଜାର ପ୍ରଦାନ କରିବ। ରପ୍ତାନି ପାଇଁ ଏହା ଅସୀମ ସମ୍ଭାବନା ପ୍ରଦାନ କରିବ। ଭାରତର ସର୍ବବୃହତ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଭାବେ ଏହା ଭାରତୀୟ ନାଗରିକଙ୍କୁ ବ୍ୟାପକ ଲାଭ ପ୍ରଦାନ କରିବ ଓ ଭା‌ରତକୁ ଏହା ଏକ ବିଶ୍ବସ୍ତ, ଆତ୍ମନିର୍ଭର ଓ ବିଶ୍ବସ୍ତରରେ ସମନ୍ବିତ ଅର୍ଥନୀତି ଭାବେ ଉପସ୍ଥାପନ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Jacob Martin: ନିଶା ସେବନ କରି ଗାଡ଼ି ଚଲାଇ ଗିରଫ ହେଲେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଜାକବ ମାର୍ଟିନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe