ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି ଶିଳ୍ପ ସଂସ୍ଥା

ଶିଳ୍ପ ସଂସ୍ଥା ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି । ୧୦ ବର୍ଷରୁ ଅଧିକ ସମୟ ଧରି ଜମି ନେଇ ମଧ୍ୟ ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି। ଶିଳ୍ପ ସଂସ୍ଥା ଯେତିକି ଜମି ପାଇଛନ୍ତି ତାହା ଠୁ ଅଧିକ ଜମି ମାଡ଼ି ବସିଛନ୍ତି।

Industrial establishments not using land for industry

ଭୁବନେଶ୍ବର: ଶିଳ୍ପ ସଂସ୍ଥା ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି । ୧୦ ବର୍ଷରୁ ଅଧିକ ସମୟ ଧରି ଜମି ନେଇ ମଧ୍ୟ ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି।

ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ସଂସ୍ଥା ଜମି ନେଇଛନ୍ତି। କିନ୍ତୁ କୌଣସି ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହେଉନି। ଶିଳ୍ପ ସଂସ୍ଥା ଯେତିକି ଜମି ପାଇଛନ୍ତି ତାହା ଠୁ ଅଧିକ ଜମି ମାଡ଼ି ବସିଛନ୍ତି। ସେସବୁ ସର୍ଭେ କରି ଚିହ୍ନଟ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଏହା ସହିତ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ଉତ୍ତର ରଖିଛନ୍ତି ଯେ ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି। ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଖାଲି ପଡିଛି।

ଅଧିକ ପଢ଼ନ୍ତୁ: ଶୂନ୍ୟକାଳରେ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନ ପ୍ରସଙ୍ଗ...

ରାଜ୍ୟରେ ୪୪୬ ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ତହସିଲଦାର ପଦବୀ ଅଛି. ସେହିପରି ୭୮୯ ଆରଆଇ, ୧୩୮୫ ଏଆରଆଇ ଓ ୧୧୬୯ ଅମିନ ପଦ ଖାଲି ପଡିଛି। ଏହି ସବୁ ପଦବୀ ପୂରଣ କରିବାକୁ ଓଏସଏସଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପଦବୀ ଚୟନ ଓ ପଦୋନ୍ନତି ଜରିଆରେ ପୂରଣ କରାଯିବ ।

ଅଧିକ ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସିଏଚଏସଇ ରେକର୍ଡ ସପ୍ଲାୟର୍ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe