ଭୁବନେଶ୍ୱର: ଜୀବନର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତି ଅପରିହାର୍ଯ୍ୟ। ଏହା ସର୍ବଦା ମାନବ କଲ୍ୟାଣର ମୂଳରେ ରହିବା ଉଚିତ। ଏହାର ପ୍ରକୃତ ଉଦ୍ଦେଶ୍ୟ ସେତେବେଳେ ପୂରଣ ହୁଏ ଯେତେବେଳେ ଏହା ଜୀବନକୁ ଉନ୍ନତ କରେ। ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକୁ ସୁରକ୍ଷା, ଚାଷୀଙ୍କ ଫସଲ ଅମଳକୁ ସୁରକ୍ଷିତ, ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବରେ ଘରକୁ ଫେରିବା ସୁନିଶ୍ଚିତ ଓ ସହରଗୁଡ଼ିକରେ ସ୍ୱଚ୍ଛ ବାୟୁ ଉପଲବ୍ଧ କରାଇବା ଭଳି ପଦକ୍ଷେପ ଦ୍ୱାରା ପ୍ରଯୁକ୍ତିବିଦ୍ୟା ମାନବ ଜୀବନକୁ ସହଜ କରିପାରିବ ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି କହିଛନ୍ତି।
Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍
ଆଇଆଇଆଇଟି, ଭୁବନେଶ୍ୱରଠାରେ ଆୟୋଜିତ ଇଣ୍ଡିଆ ଜିଓସାଇନ୍ସ ଆଣ୍ଡ୍ ରିମୋଟ୍ ସେନ୍ସିଂ ସିମ୍ପୋସିୟମ୍(ଇନଗାର୍ସ-୨୦୨୫)କୁ ଉଦଘାଟନ କରି ସେ କହିଲେ ଯଦିଓ ଭୂବିଜ୍ଞାନ ଓ ରିମୋଟ ସେନ୍ସିଂ ଅତ୍ୟନ୍ତ ବୈଷୟିକ କ୍ଷେତ୍ର, ଏହା ବିପର୍ଯ୍ୟୟର ପୂର୍ବାନୁମାନ, କୃଷିକୁ ସହଯୋଗ, ଜଙ୍ଗଲ ସଂରକ୍ଷଣ ଓ ସହରାଞ୍ଚଳ ଯୋଜନାକୁ ମାର୍ଗଦର୍ଶନ କରି ପ୍ରତ୍ୟକ୍ଷ ଭାବେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ସାଟେଲାଇଟ୍ ତଥ୍ୟ, ରାଡାର ଇମେଜିଂ ଓ ଭୂ-ବିଜ୍ଞାନ ବିଶ୍ଳେଷଣ ଦ୍ୱାରା ଫାଇଲିନ୍, ଫନି, ୟାସ୍, ‘ମୋନ୍ଥା’ ପରି ବାତ୍ୟା ସମୟରେ ପ୍ରାକ୍ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ବହୁ ସଂଖ୍ୟାରେ ସ୍ଥାନାନ୍ତରକୁ ସକ୍ଷମ କରାଯାଇପାରିଥିଲା।
Robbery: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ
ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ରାଜ୍ୟରେ ଜଙ୍ଗଲ, କୃଷି, ଖଣି ନିୟନ୍ତ୍ରଣ, ଜଳ ପରିଚାଳନା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଭୂ-ବିଜ୍ଞାନ ଉପକରଣ ବହୁଳ ଭାବରେ ପ୍ରୟୋଗ ହେଉଛି। ଡିଜିଟାଲ ମହାସାଗର ମାନଚିତ୍ର ଓ ରିମୋଟ ସେନ୍ସିଂ ଭିତ୍ତିକ ମାଛଧରା କ୍ଷେତ୍ରର ପୂର୍ବାନୁମାନ ଉପକୂଳରେ ଜୀବିକା ନିର୍ବାହରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ସାଟେଲାଇଟ୍ ଚିତ୍ରର ଏଆଇ-ଚାଳିତ ବିଶ୍ଳେଷଣ ଜଳବାୟୁ ନିରୀକ୍ଷଣ, ସହରାଞ୍ଚଳ ଯୋଜନା, ଜଳ ସଂରକ୍ଷଣ ଓ ସଠିକ କୃଷିକୁ ଆହୁରି ଉନ୍ନତ କରିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଇ ଆଣ୍ଡ୍ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ରାଉତ, ଜିଆରଏସଏସ ଅଧ୍ୟକ୍ଷ ସାଇବୁନ୍ ତାତା, ନାସା ବୈଜ୍ଞାନିକ ପଲ ଏ. ରୋସେନ୍ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଇଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ସୁସ୍ମିତା ଘୋଷ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/dagdgdzvvccv-2025-12-12-02-03-02.jpg)