ଏମଏମସି ହସ୍ପିଟାଲରେ ଅନ୍ତର୍ଜାତିକ ସେବିକା ଦିବସ ପାଳିତ

ସାରା ବିଶ୍ୱରେ ମେ’୧୨ ତାରିଖ ଦିନଟିକୁ ବିଶ୍ଵ ନର୍ସିଂ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସ୍ଥାନୀୟ ଗୁଡ୍ରିପଡ଼ିଠାରେ ଥିବା ଏମଏମସି ହସ୍ପିଟାଲ ଏଏନଏମ ଓ ଜିଏନଏମ ନର୍ସିଂ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ତରଫରୁ ମଧ୍ଯ ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳନ କରାଯାଇଛି....

International Nurses Day observed at MMC Hospital

International Nurses Day observed at MMC Hospital Photograph: (sambad.in)

ଘୁ.ଉଦୟଗିରି: ସାରା ବିଶ୍ୱରେ ମେ’୧୨ ତାରିଖ ଦିନଟିକୁ ବିଶ୍ଵ ନର୍ସିଂ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସ୍ଥାନୀୟ ଗୁଡ୍ରିପଡ଼ିଠାରେ ଥିବା ଏମଏମସି ହସ୍ପିଟାଲ ଏଏନଏମ ଓ ଜିଏନଏମ ନର୍ସିଂ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ତରଫରୁ ମଧ୍ଯ ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳନ କରାଯାଇଛି।

ଏହି ଅବସରରେ ଗତ ୫ ତାରିଖରୁ ସହରର ବିଭିନ୍ନ ସ୍ଥାନରେ ନର୍ସିଂ ଛାତ୍ରଛାତ୍ରୀଙ୍କ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଶିକ୍ଷାନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରଦୀପ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଅଧ୍ୟକ୍ଷା ସେବିକା ଦିବସ ନିମନ୍ତେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗୁଡ୍ରିପଡ଼ି ଏମଏମସି ମେଡିକାଲ ଠାରୁ ପଦଯାତ୍ରା ଆରମ୍ଭ କରି ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀମାନେ ମହାତ୍ମାଗାନ୍ଧୀ, ଚକୋରା ବିଶୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସ୍ଥାନୀୟ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟ ଯାଇ ଅନ୍ତର୍ଜାତିକ ସେବିକା ଦିବସର ଶୁଭେଚ୍ଛା ସହ ଅଞ୍ଚଳ ପ୍ରତି ଅଧିକାରୀମାନଙ୍କ ସେବା ଓ କର୍ତ୍ତବ୍ୟ ନିମନ୍ତେ ପ୍ରସଂଶା କରିବା ସହ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ଏହି ଅବସରରେ ଗୁଡ୍ରିପଡ଼ିଠାରେ ଥିବା ଏମଏମସି ହସ୍ପିଟାଲ ଠାରେ ଦିବସକୁ ପାଳନ ନିମନ୍ତେ ଏକ ସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ରାଜ କିଶୋର ଦିଗାଲ,ଆମଶ ଚନ୍ଦ୍ର ନାୟକ,ଦିଲୀପ ବଳ,ଜାଲିନା ପ୍ରିୟଦର୍ଶିନୀ, ଜିଆଉଦ୍ଦିନ ଅହମଦ,ଆମନ୍ ଚନ୍ଦ୍ର ନାୟକ,କିଶୋର ଚନ୍ଦ୍ର ନାୟକ ଓ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ରହି ସମାଜର ପ୍ରଥମ ସେବିକା ବା ନର୍ସମାନଙ୍କୁ ପ୍ରଶଂସା କରିବା ସହ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେବିକା ମାନଙ୍କର ତ୍ୟାଗ ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ଆଲୋକ ଚନ୍ଦ୍ର ନାୟକ ଉପସ୍ଥିତ ଥିବା ବେଳେ ସମସ୍ତ  ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ବେଆଇନ ଗୋଚାଲାଣ ବେଳେ ଚଢ଼ଉ: ୨୭ ବଳଦ ଉଦ୍ଧାର

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe