Int'l Day of Persons with Disabilities celebrated. Photograph: (sambad.in)
ନବରଙ୍ଗପୁର: ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ' ମହାସମାରୋହରେ ପାଳନ କରାଯାଇଛି। ସକାଳେ ମା’ ଭଣ୍ଡାରଘରଣୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ ଏବଂ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଦିବ୍ୟଙ୍ଗ ଭାଇ ଭଉଣୀ, ବରିଷ୍ଠ ନାଗରିକ, ସାମାଜିକ କର୍ମକର୍ତା, ବେସରକାରୀ ସଂସ୍ଥା ସହିତ ବିଭିନ୍ନ ସରକାରୀ ପଦାଧିକାରୀ ସାମିଲ ହୋଇ ସାଇ କଲ୍ୟାଣମଣ୍ଡପ ଠାରେ ପହଞ୍ଚି ଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ଚନ୍ଦ୍ର ବର୍ମନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଲନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧାଂଶୁ ପାତ୍ର, ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଭିନ୍ନକ୍ଷମ ସଂଘ ସଭାପତି ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର, ପୌରପାଳିକା ୱାର୍ଡ ସଭ୍ୟା ଶର୍ମିଷ୍ଠ। ଦେଓ, ‘ସକ୍ଷମ’ ସଭାପତି ସୁଜିତ୍ ରଥ, ‘ଆଶାକିରଣ’ ସଭାପତି ଜଗନ୍ନାଥ ବେହେରା, ସ୍ଵତନ୍ତ୍ର ଶିକ୍ଷା ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।
ନବରଂଗପୁର ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ତାଙ୍କର ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶରେ ବିଶେଷ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଏହି ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପୂର୍ବରୁ ଅନୁଷ୍ଠିତ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ବିଭିନ୍ନ ବ୍ଲକରୁ ଅଧିକାରୀଙ୍କ ସହ ନବରଙ୍ଗପୂର ଜିଲ୍ଲାର ସ୍ଵତନ୍ତ୍ର ବିଦ୍ୟାଳୟ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଝରି ଗାଁ ଖଗେଶ୍ବର ଗଉଡ ଦିବ୍ୟାଙ୍ଗ ପରିବାରଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦକୁ ୨,୫୦,୦୦୦ ଟଙ୍କାର ଡମି ଚେକ ପ୍ରଦାନ କରାଯାଇଥିଲା। ପାରା ଅଲମ୍ପିକସରେ ସ୍ଵର୍ଣ ପଦକ ବିଜେତା ଜଗନ୍ନାଥ ସାଆନ୍ତଙ୍କୁ ସମ୍ମାନିତ କରାଯାଇଥିଲା। ଦୁଇ ଜଣ ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ କରାଗଲା। ଏଥିରେ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ଜଗନ୍ନାଥ ବେହେରା ପରିଚାଳନା କରିଥିଲେ।
ଆହୁରି ପଢ଼ନ୍ତୁ: FIR: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା
ଆଇନ ସେବା ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକ୍ରମ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଆଶାକିରଣ (ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର) ପରିସରରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ସଚିବ ଶାଶ୍ଵତୀ ମିଶ୍ର, ଅନ୍ୟାନ୍ୟ ଅତିଥି ଭାବେ ଡକ୍ଟର ସୁକାନ୍ତ ଶତପଥି, ଅତିରିକ୍ତ ଜିଲ୍ଲା ଚିକିତ୍ସଧିକାରୀ, ନବରଙ୍ଗପୁର, ଡକ୍ଟର ଅଳକା ମିଶ୍ର, ନବରଙ୍ଗପୁର, ଉପମୁଖ୍ୟ ଏଲଏଡ଼ିସି, ରାଜ କିଶୋର ନାଗ ଓ ଆଶା କିରଣ ସ୍କୁଲର ଅଧକ୍ଷ୍ୟ ଜଗନ୍ନାଥ ବେହେରା ଯୋଗ ଦେଇଥିଲେ।
ଆହୁରି ପଢ଼ନ୍ତୁ: PowerTussle in PAK Army: ପାକିସ୍ତାନ ସେନା ଦୁଇ ଭାଗ: ବାୟୁସେନା ମୁଖ୍ୟ ମୁନିରଙ୍କ ସିଡିଏଫ୍ ନିଯୁକ୍ତିକୁ ରୋକିଲେ
Follow Us