ରାଉରକେଲା/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଉରକେଲାରେ ଅନୁଷ୍ଠିତ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬ରୁ ୫୨,୦୨୬ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଏଥିସହିତ ଏହି କାର୍ଯ୍ୟକ୍ରମ ଜରିଆରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସହ ଓଡ଼ିଶାର ସମ୍ପର୍କ ସୁଦୃଢ଼ କରିବାର ଭିତ୍ତି ପଡ଼ିଛି। ଦୁଇ ରାଜ୍ୟର ପ୍ରତିନିଧିଙ୍କ ସହ ‘ରାୟପୁର-ରାଞ୍ଚି-ରାଉରକେଲା କରିଡର୍’ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଅନ୍ତଃରାଜ୍ୟ ଏହି ପ୍ରକଳ୍ପ ଶିଳ୍ପ ଓ ନିବେଶ ସଂଯୋଗକୁ ସୁଦୃଢ଼ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।
odisha: ୮ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା: ଆଂଶିକ ପ୍ରଭାବ ପକାଇଲା
କାର୍ଯ୍ୟକ୍ରମରେ ୨୨ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୮,୮୦୦ କୋଟି ଟଙ୍କା ନିବେଶରେ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ। ସେ ୫୭୦୮ କୋଟି ଟଙ୍କା ନିବେଶର ୧୧ଟି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଏଥିସହିତ ୩,୧୭୬ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଯାଉଥିବା ୯ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ରାଉରକେଲା ଚାମ୍ବର ଅଫ୍ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ ନିର୍ମାତା ସଂଘ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ବେଦାନ୍ତ ଆଲୁମିନିୟମକୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ପ୍ରକଳ୍ପ ପାଇଁ ୧୪୪୭.୯୨୭ ଏକର ଜମି ହସ୍ତାନ୍ତରପତ୍ର ପ୍ରଦାନ କରାଯାଇଥିଲା।
ଛତିଶଗଡ଼, ଝାଡ଼ଖଣ୍ଡ ସହ ଦୃଢ଼ ସମ୍ପର୍କର ଭିତ୍ତି ପଡ଼ିଲା
ପଶ୍ଚିମ ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ମୂଳ ଇଞ୍ଜିନ: ମୁଖ୍ୟମନ୍ତ୍ରୀ
ବେଦାନ୍ତକୁ ୧୪୪୭ ଏକର ଜମି ହସ୍ତାନ୍ତର
ଏଠାରେ କମ୍ପାନି ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସ୍ମେଲଟର୍ ଓ ୪୯୦୦ ମେଗାୱାଟ୍ର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ କରିବ।
ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପଶ୍ଚିମ ଓଡ଼ିଶା ଏବେ ଶିଳ୍ପ ଅଭିବୃଦ୍ଧିର ମୂଳ ଇଞ୍ଜିନ। ଆମ ରଣନୀତି ଅତ୍ୟନ୍ତ ସ୍ପଷ୍ଟ। ରାଜ୍ୟର ପ୍ରତିଟି ଅଞ୍ଚଳରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ପ୍ରତିଷ୍ଠା କରାଯିବ। ଶିଳ୍ପ ଜଗତକୁ ଯୋଗାଣକାରୀ, ଭେଣ୍ଡର, ଲଜିଷ୍ଟିକ୍ସ ସହଯୋଗୀ, ଫେବ୍ରିକେଟର, ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନକାରୀ, ପ୍ରଯୁକ୍ତି ସହଯୋଗୀ ଓ ପ୍ୟାକେଜିଂ ୟୁନିଟ୍ର ବ୍ୟାପକ ସୁବିଧା ଯୋଗାଇ ଦିଆଯିବ। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଯୁବପିଢ଼ିଙ୍କୁ ଆଉ ଚାକିରି ଖୋଜିବାକୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ବିକାଶ ସନ୍ତୁଳିତ ଓ ସମାବେଶୀ ହେବ।
odisha: ୮ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା: ଆଂଶିକ ପ୍ରଭାବ ପକାଇଲା
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟର ୨୯ଟି ଜିଲ୍ଲାରେ ଆଜିଠାରୁ ପ୍ରକଳ୍ପ ସ୍ଥାପନ ଆରମ୍ଭ ହେଲା। ଖୁବଶୀଘ୍ର ନୂଆପଡ଼ା ଜିଲ୍ଲାରେ ମଧ୍ୟ ବିକାଶମୂଳକ ପ୍ରକଳ୍ପ ସ୍ଥାପନ କରାଯିବ। ଦକ୍ଷତା ବିକାଶ ପାଇଁ ରାଜ୍ୟର ଆଉ ତିନିଟି ସ୍ଥାନ ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବ। ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ନିବେଶକମାନଙ୍କ ଆଗ୍ରହ ବୁଝାମଣାପତ୍ରରେ ପରିଣତ ହୋଇଛି। ଆମେ ଶୀଘ୍ର ଜମି ଆବଣ୍ଟନ କରି ପ୍ରକଳ୍ପ ସ୍ଥାପନ ସହ ଉତ୍ପାଦନ ଆରମ୍ଭ କରିବାକୁ ଗୁରୁତ୍ବ ଦେଉଛୁ। ପଶ୍ଚିମ ଓଡ଼ିଶାରେ ଆନୁଷଙ୍ଗିକ ମାନୁଫାକ୍ଚରିଂ ଓ ଧାତବ ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ବହୁ ବିଶିଷ୍ଟ ଶିଳ୍ପପତି, ନିବେଶକ, ସିଆଇଆଇର ପ୍ରତିନିଧି ଯୋଗ ଦେଇଥିଲେ। ବୃହତ୍ ଶିଳ୍ପ ମଧ୍ୟରେ ଟାଟା ଷ୍ଟିଲ୍, ଏମ୍ସିଏଲ୍, ଜେଏସ୍ଡବ୍ଲ୍ୟୁ, ବେଦାନ୍ତ, ଡାଲମିଆ ସିମେଣ୍ଟ, ସେଲ୍, ଏଏମ୍ଏନ୍ଏସ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Follow Us