ଆଇପିଏସ୍‌ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ

ଆଇପିଏସ୍‌ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି...

ଅଦ୍ୟତନ ହୋଇଛି
2ammznxa-012

ଭୁବନେଶ୍ୱର: ଆଇପିଏସ୍‌ ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଆଶିଷ ସିଂହଙ୍କର  ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାମ କରିବାର ଅଭିଜ୍ଞତା ରହିଛି।  କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ଜନ୍ମମାଟିରେ ମହିଳାଙ୍କ ସହ ନାଚିଲେ ରାଷ୍ଟ୍ରପତି

Capturea[a--

ଇଣ୍ଡୋ ତିବ୍ବତିଆନ ବର୍ଡର ପୁଲିସର ଆଇଜି ଭାବେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏହି ପଦବୀରେ ଆସନ୍ତା ୫ ବର୍ଷ ଯାଏଁ  ରହିବେ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେ ପଦବୀରେ ରହିବେ। ଏବେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଏନକାଉଣ୍ଟର ନୁହେଁ ୭ ନକ୍ସଲଙ୍କୁ ବିଷ ଦିଆଯାଇଥିଲା: ୯ରେ ତେଲେଙ୍ଗାନା ବନ୍ଦ ଡାକରା

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ଆଶିଷ ସିଂ ମେଡିକାଲ ଲିଭ୍‌ରେ ଥିଲେ। ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ନେଇ ମୁଖ୍ୟ ନିର୍ବାଚନ କମିସନର(ଇସିଆଇ)ଙ୍କ ପାଖରେ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।

ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି-ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା।

ଭାରତୀୟ ନିର୍ବାଚନ କମିସନ ମେଡିକାଲ ଲିଭ୍‌ରେ ଥିବା ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାପଡ଼ିଥିଲା ଯେ, ଆଶିଷ ମିଛ କହି ଛୁଟିରେ ଥିଲେ। 

ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଥିଲେ। ପରେ ରାଜ୍ୟ ସରକାର ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe